ତିନିଜଣ ଯୁବ ଖେଳାଳି ଯାହାଙ୍କୁ କି ବିଶ୍ୱକପ ୨୦୨୩ ପରେ ଭାରତର ଅଧିନାୟକ କରାଯାଇପାରେ। ୨ ନମ୍ବରରେ ଅଛନ୍ତି ଏହି ଷ୍ଟାର ବ୍ୟାଟ୍ସମାନ।

ବର୍ତ୍ତମାନ ଦୁନିଆର ସବୁଠୁ ମଜବୁତ ଟିମ ମଧ୍ୟରେ ଇଣ୍ଡିଆ ଟିମ ଗୋଟେ। ଏହାର ଖାସକଥା ଏହାକି ଜେବେବି ଟିମ ଇଣ୍ଡିଆରୁ କୌଣସି ଖାସ ଖେଳାଳି ଗଲା ତାର ଜାଗା ନେବାକୁ କୌଣସି ନୂଆ ଖେଳାଳି ଆସିଗଲା। ସେହିପରି କ୍ୟାପଟେନସିରେ ମଧ୍ୟ ଏହିପରି ହେଉଛି।

Google

ଆଜିଠୁ ପ୍ରାୟ ୧୫-୨୦ ବର୍ଷ ପୂର୍ବ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଲାଗୁଥିବ କି ସୌରଭ ଗାଙ୍ଗୁଲିଙ୍କ ଠୁ ଭଲ ଅଧିନାୟକ ଆଉ କେହି ଆସିବେ ନାହିଁ। ଏହା ପରେ ପ୍ରଶଂସକ ମାନେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିଲେ ଓ ସେ ନିଜ କ୍ୟାପଟେନସିରେ ଅନେକ ସଫଳତା ଟିମକୁ ଦେଇଛନ୍ତି।

ଧୋନିଙ୍କ ଅଧିନାୟକତ୍ୱ ସମୟରେ ମଧ୍ୟ ଏହା ବଡ଼ ପ୍ରଶ୍ନ ଥିଲାକି ଧୋନିଙ୍କ ଏତେ ସଫଳ ହେବା ପରେ କଣ ଆଉ ଯେଉଁ ଅଧିନାୟକ ଆସିବ କଣ ସେ ଭାରତର ପ୍ରଶଂସକଙ୍କ ମନ କିଣିପାରିବ। ଏହାର ଉତ୍ତର ଭାରତୀୟ କ୍ରିକେଟ ଟିମଙ୍କୁ ବିରାଟ କୋହଲିଙ୍କ ରୂପରେ ମିଳିଲା।

Google

କୋହଲିଙ୍କ କ୍ୟାପଟେନସିରେ ମଧ୍ୟ ଟିମ ଇଣ୍ଡିଆ ଅନେକ ସଫଳତା ହାସଲ କରିଛି ଯାହା ଟିମ ଆଗରୁ କେବେ ହାସଲ କରିନଥିଲା। ଏବେ ଏହି ପ୍ରଶ୍ନ ଉଠୁଛିକି ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ କିଏ ହେବ?। ଏହି କ୍ରମରେ ଆମେ ତିନିଜଣ ଖେଳାଳିଙ୍କ ବିଷୟରେ କହିବୁ ଯିଏକି ଭାରତୀୟ ଟିମର ଆଗାମୀ କ୍ୟାପଟେନ ହୋଇପାରନ୍ତି।

ପୃଥୀ ସ୍ୱ:ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥୀ ସ୍ୱ ଆଗାମୀ ଦିନରେ ଭାରତ ପାଇଁ ଜଣେ ଭଲ ଅଧିନାୟକ ହୋଇପାରନ୍ତି। ପୃଥୀ ସ୍ୱ ବିରାଟ କୋହଲିଙ୍କ ପରି ଭାରତର ଅଣ୍ଡର-୧୯ରକ୍ୟାପଟେନ ରହିସାରିଛନ୍ତି। ପୃଥୀ ସ୍ୱଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ ବିଜୟ ଲାଭ କରିଥିଲା।

Google

ସେହିପରି ଘରୋଇ କ୍ରିକେଟରେ ମଧ୍ୟ ପୃଥୀ ସ୍ୱଙ୍କ ଅଧିନାୟକତ୍ୱ ପ୍ରଦର୍ଶନ ବହୁତ ଭଲ ରହିଛି। ପୃଥୀ ସ୍ୱଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ମୁମ୍ବାଇ ଟିମ ବିଜୟ ହଜାରେ ଟ୍ରଫି ଜିତିଥିଲା। ତେଣୁ ଭାରତ ପାଇଁ ପୃଥୀ ସ୍ୱ ଜଣେ ଭଲ ଅଧିନାୟକ ସାବ୍ୟସ୍ତ ହୋଇପାରନ୍ତି।

ଯଦି ଭାରତୀୟ ଟିମ ୨୦୨୩ ବିଶ୍ୱକପ ପରେ ଅଧିନାୟକ ପରିବର୍ତ୍ତନ କରିବ ତ ପୃଥୀ ସ୍ୱଙ୍କ ବିଷୟରେ ନିଶ୍ଚୟ ଭାବିବ।କିନ୍ତୁ ଏଥିପାଇଁ ଏବେ ପୃଥୀ ସ୍ୱଙ୍କୁ ଭଲ ପ୍ରଦର୍ଶନ କରି ଟିମରେ ଜାଗା ପକା କରିବା ଆବଶ୍ୟକ।

ଶୁଭମନ ଗିଲ:ଭାରତୀୟ ଟିମ ଶୁଭମନ ଗିଲଙ୍କୁ ମଧ୍ୟ ନୂଆ ଅଧିନାୟକ କରିବା ପାଇଁ ଭାବିପାରେ। ତାଙ୍କର ସୁନ୍ଦର ଟେକ୍ନିକ ପାଇଁ ସେ ଏକ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି ଓ ତାଙ୍କୁ ଭାରତର ଆଗାମୀ ଭବିଷ୍ୟତ ମାନା ଯାଉଛି।

Google

ଆଇପିଏଲର ପୂର୍ଵ ସଂସ୍କରଣରେ ଯେବେ ଦିନେସ କାର୍ତିକ ଅଧିନାୟକରୁ ହଟିଲେ କିଛି କ୍ରିକେଟ ବିଶେଷଜ୍ଞଙ୍କର ମାନିବାର ଥିଲା କି ଗିଲ କେକେଆରର ଅଧିନାୟକ ହୋଇପାରନ୍ତି କିନ୍ତୁ ଏପରି ହୋଇନଥିଲା।

ଶ୍ରେୟସ ଅୟର: ଶ୍ରେୟସ ଅୟର ଭାରତୀୟ କ୍ରିକେଟ ଟିମର ମଧ୍ୟକ୍ରମର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ମଧ୍ୟ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯାହାଙ୍କୁ କି ଯଦି ଭାରତର ଅଧିନାୟକ କରାଯାଏ ସେ ଏହାକୁ ଭଲସେ ସମ୍ଭାଳିପାରିବେ। ସେ ଆଇପିଏଲରେ ଦିଲ୍ଲୀ ଓ ଘରୋଇ କ୍ରିକେଟରେ ମୁମ୍ବାଇର କ୍ୟାପଟେନ ଅଟନ୍ତି।

Google

ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱ ରେକର୍ଡ ମଧ୍ୟ ଭଲ ଅଛି।ଯଦି ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମ କାହାକୁ ଅଧିନାୟକ କରିବାକୁ ଚାହିଁବ ତେବେ ଶ୍ରେୟସ ଅୟରଙ୍କ ବିଷୟରେ ନିଶ୍ଚୟ ଭାବିବ।

ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟଲ୍ସ ଟିମ ଦୁଇଥର ଆଇପିଏଲର ପ୍ଲେଅଫରେ ପହଁଚିବାରେ ସଫଳ ହୋଇଛି। ଆଶା କରାଯାଉଛିକି ତାଙ୍କ ଟିମ ଲଗାତର ଭଲ ପ୍ରଦର୍ଶନ କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *