IND VS ENG: ଏହି ୬ ଖେଳାଳିଙ୍କୁ ମୌକା ଦେବନାହିଁ ଟିମ ଇଣ୍ଡିଆ! ଜାଣନ୍ତୁ ସମ୍ଭାବିତ ଚୂଡାନ୍ତ ଏକାଦଶ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟେଷ୍ଟରେ ଇଂଲଣ୍ଡକୁ ସହଜରେ ହରାଇଥିବା ଟିମ ଇଣ୍ଡିଆ ପାଇଁ ଇଂଲଣ୍ଡକୁ ଟି-୨୦ ସିରିଜରେ ହରାଇବା ସହଜ ହେବନାହିଁ। ଏହି କାରଣ ଅଟେକି ଟିମ ଇଣ୍ଡିଆକୁ ଟି-୨୦ ସିରିଜରେ ମଝବୁତ ଚୂଡାନ୍ତ ଏକାଦଶ ସହ ଓହ୍ଲାଇବାକୁ ହେବ। ଏବେ ଭାରତ ପାଖରେ ଟି-୨୦ ସିରିଜ ପାଇଁ ଅନେକ ବିକଳ୍ପ ରହିଛି। ଟିମରେ ରୋହିତ ଶର୍ମା, ଶିଖର ଧାବନ, ବିରାଟ କୋହଲିଙ୍କ ଭଳି ଅନୁଭବୀ ଖେଳାଳିଙ୍କ ସହ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତଙ୍କ ସହ ହାର୍ଦିକ ପାଣ୍ଡିଆଙ୍କ ଜୋସ ମଧ୍ୟ ଅଛି। ସବୁଠୁ ବଡ଼ ପ୍ରଶ୍ନକି ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କଣ ହେବ?

Google

ଟିମ ଇଣ୍ଡିଆର ଟି-୨୦ ସିରିଜ ପାଇଁ ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାବନ, ଶ୍ରେୟସ ଅୟର, ହାର୍ଦିକ ପାଣ୍ଡିଆ, ୟୁଜବେନ୍ଦ୍ର ଚହଲ, ୱାସିଙ୍ଗଟନ ସୁନ୍ଦର, ସାରଦୁଲ ଠାକୁର, ନବଦୀପ ସୈନି, ଦୀପକ ଚାହାରଙ୍କ ଭଳି ଖେଳାଳି ବାଛିଛି। କିନ୍ତୁ ଏହି ଟିମରେ ଏବେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଭୁବନେଶ୍ୱର କୁମାର, ରାହୁଲ ତେବଟିୟା, ଇସାନ କିଷାନ, ଅକ୍ଷର ପଟେଲ ମଧ୍ୟ ସାମିଲ ହୋଇଛନ୍ତି। ମାନେ ଟିମ ପାଖରେ ଏବେ ପ୍ରତିଟି ଖେଳାଳିଙ୍କର ଏକ ବିକଳ୍ପ ରହିଛି।ଏବେ ବିରାଟ କୋହଲି କେଉଁ ଚୂଡାନ୍ତ ଏକାଦଶ ଉପରେ ବାଜି ଲଗାଇବେ ତାହା କହିବା ମୁସ୍କିଲ ହେବ।

କଣ ହୋଇପାରେ ଟିମ ଇଣ୍ଡିଆର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଭାରତର ଟପ ଅର୍ଡ଼ରରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଖେଳିବା ପକା, ଶିଖର ଧୱନଙ୍କୁ ବେଞ୍ଚରେ ବସାଯାଇପାରେ। ହାର୍ଦିକ ପାଣ୍ଡିଆ ଓ ୟୁଜବେନ୍ଦ୍ର ଚହଲଙ୍କ ଜାଗା ମଧ୍ୟ ପକା ଦେଖାଯାଉଛି। ଟିମରେ ରିଷଭ ପନ୍ତଙ୍କୁ ଜାଗା ମିଳିପାରେ ଯିଏକି ସୁନ୍ଦର ଫର୍ମରେ ଚାଲୁଛନ୍ତି।ଅଲରାଉଣ୍ଡର ଆକାରରେ ୱାସିଙ୍ଗଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କୁ ମୌକା ମିଳିପାରେ। ସ୍ପିନର ରୂପରେ ୟୁଜବେନ୍ଦ୍ର ଚହଲ ଟିମରେ ସାମିଲ ହେବେ। ସେହିପରି ପେସ ବୋଲିଙ୍ଗରେ ଭୁବନେଶ୍ୱର କୁମାର ଖେଳିପାରନ୍ତି। ଓ ଦୀପକ ଚାହାରଙ୍କୁ ମଧ୍ୟ ଟିମରେ ଜାଗା ମିଳିପାରେ।

Google
ସମ୍ଭାବିତ ଚୂଡାନ୍ତ ଏକାଦଶ:

ବିରାଟ କୋହଲି,ରୋହିତ ଶର୍ମା, କେଏଲ ରାହୁଲ,ଶ୍ରେୟସ ଅୟର, ରିଷଭ ପନ୍ତ, ହାର୍ଦିକ ପାଣ୍ଡିଆ, ୱାସିଙ୍ଗଟନ ସୁନ୍ଦର, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ଦୀପକ ଚାହାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *