ଯେଉଁ ଷ୍ଟାର ଅଲରାଉଣ୍ଡର ଭାରତକୁ ବାଂଲାଦେଶରେ ଚଖେଇଥିଲେ ବିଜୟର ସ୍ୱାଦ, ସେହି ଖେଳାଳି ଏବେ ଟିମରୁ ବାହାର, ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତ ଆଉ ବଙ୍ଗଳାଦେଶ ଭିତରେ ଏବେ ଯାଏ ୩୬ଟି ଦିନିକିଆ ମ୍ୟାଚ ହେଇ ସାରିଛି ଯାହା ଭିତରୁ ୩୦ ଟି ମ୍ୟାଚରେ ଭାରତ ଜିତି ସାରିଛି ଆଉ ୫ଟି ମ୍ୟାଚରେ ତାଙ୍କୁ ହାର ସାମ୍ନା କରିବାକୁ ପଡିଛି। ବାଙ୍ଗଳାଦେଶ ଗ୍ରାଉଣ୍ଡ ମାନଙ୍କରେ ଭାରତ ଏମାନଙ୍କ ସହ ପ୍ରାୟ ୨୨ଟି ମ୍ୟାଚ ଖେଳିଛି ଯାହା ଭିତରୁ ଭାରତ ୧୭ଟି ମ୍ୟାଚରେ ଜିତି ସାରିଛି ଆଉ ବାକି ଚାରିଟି ମ୍ୟାଚରେ ଭାରତକୁ ହାରର ସାମ୍ନା କରିବାକୁ ପଡିଛି। ମାତ୍ର ଏହି ଚାରି ସଂଖ୍ୟା ପାଞ୍ଚ ହେଇ ପାରି ଥାନ୍ତା ଯଦି ୧୭ ଜୁନ ୨୦୧୪କୁ ଷ୍ଟୁଆର୍ଟ ବିନି ଭାରତକୁ ବଞ୍ଚେଇ ନଥାନ୍ତେ।

Google

ଢାକାର ମିରପୁର ଠାରେ ଥିବା ଶେର ଏ ବଙ୍ଗଳାଦେଶ ଷ୍ଟାଡିଅମରେ ହେଇଥିବା ଏକ ମ୍ୟାଚରେ ଭାରତର ଆରମ୍ଭ ବହୁତ ଖରାପ ହେଲା। ଭାରତ ଆଉ ବାଙ୍ଗଳାଦେଶ ଭିତରେ ଖେଳା ଯାଇଥିବା ଏହି ମ୍ୟାଚ ବର୍ଷା କାରଣରୁ ବାଧାପ୍ରାପ୍ତ ହେଇଯାଇଥିଲା। ଏହା ୪୧-୪୧ ଓଭରର କରି ଦିଆ ଯାଇଥିଲା। ଭାରତ ୬୫ ରନରେ ପହଂଚି ଥିଲା କି ତାର ଅଧା ଟିମ ପ୍ୟାଅଭିଲିଅନ ଫେରି ଯାଇଥିଲା। ଏହାର ପ୍ରଥମ ୱିକେଟ ଏକ ରନରେ ହିଁ ଗଡି ପଡିଥିଲା ଆଉ ଏହାପରେ ଉଥାପା ଆଉ ପୂଜାରା ଇନିଂସ ଖେଳିବା ପାଇଁ ଆରମ୍ଭ କଲେ ଆଉ ଏବେର ଅଧିନାୟକ ସୁରେଶ ରାଇନା ସେହି ସମୟରେ ୨୦ ବଲରେ ୨୭ ରନ ବନେଇ ଟିମର ସ୍କୋର ତିନି ଅଙ୍କକୁ ପହଂଚାଇଲେ।

ସେ ବି ରନ ଆଉଟ ହେଇଗଲେ ଆଉ ପୁରା ଟିମ ୨୫.୩ ଓଭରରେ ୧୦୫ ରନରେ ଅଲ ଆଉଟ ହେଇଗଲା ଆଉ ବଙ୍ଗଳାଦେଶର ତସ୍କିନ ଅହମଦ ୩୮ରନ ଦେଇ ୫ଟି ୱିକେଟ ନେଲେ। ଛୋଟ ଲକ୍ଷର ପିଛା କରିବାକୁ ଆସିଥିବା ବାଂଲାଦେଶ ଟିମ ସେହି ସମୟରେ ବହୁତ ଖରାପ ଆରମ୍ଭ କଲା। ତମିମ ଇକବାଲଙ୍କୁ ମୋହିତ ଶର୍ମା ପ୍ରଥମ ଓଭରରେ ହି ପ୍ୟାଅଭିଲିଆନ ପଠେଇଲେ। ଏହାପରେ ମହମ୍ମଦ ମିଥୁନ ଆଉ ମୁସ୍ଫୀକୁର ରହିମ ଇନିଂସ ସମ୍ଭାଳିଲେ ଆଉ ସ୍କୋର ୩୧ ଯାଏ ନେବାରେ ସାହାଯ୍ୟ କଲେ।

Google

ଏହାପରେ ରାଇନା ବିନିଙ୍କୁ ବଲ ଦେଲେ। ବିନି ଆସିବା କ୍ଷଣି ହିଁ ବଙ୍ଗଳାଦେଶ ଟିମ ତାସ ପତ୍ତା ଭଳି ଖସିପଡ଼ିଲା। ସେ ୧୨ତ୍ତମ ଓଭରର ଦ୍ୱିତୀୟ ବଲରେ ରହିମ ଆଉ ତା ପରେ ମିଥୁନ ଏବଂ ମହମ୍ମଦୁଲ ଙ୍କୁ ଆଉଟ କଲେ। ନିଜର ପ୍ରଥମ ତିନିଟି ୱିକେଟ ସେ ବିନା ରନ ଦେଇ ହିଁ ଅକ୍ତିଆର କରିବାରେ ସଫଳ ହୋଇଥିଲେ।

ଏହାପରେ ବିନି ମସରଫେ ମୂର୍ତ୍ତାଜା ତଥା ନାସିର ହୁସେନଙ୍କୁ ବି ବୋଲଡ଼ କରିଦେଲେ। ଏହିପରି ଭାବେ ସେ ମାତ୍ର ଚାରି ରନ ଦେଇକି ୬ଟି ୱିକେଟ ନେବା ବିରଳ ରେକର୍ଡ ନିଜ ନାମରେ କଲେ ଆଉ ବାଂଲାଦେଶ ୧୭.୪ ଓଭରରେ ମାତ୍ର ୫୮ ରନରେ ଅଲ ଆଉଟ ହେଇଗଲା।

Google

ଏହା ସହ ବିନି ଅନୀଲ କୁମ୍ବଲେଙ୍କର ରେକର୍ଡ ଭାଙ୍ଗି ଦେଲେ ଯାହାଙ୍କ ନାମରେ ୧୯୯୩ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୨ ରନ ଦେଇକି ୬ଟି ୱିକେଟ ନେବାର କାରନାମା ଥିଲା। ବିନି ୪.୪ ଓଭରରେ ୪ ରନ ଦେଇକି ୬ଟି ୱିକେଟ ନେଲେ ଯାହା କି ତାଙ୍କର ରେକର୍ଡ ଭାଙ୍ଗିଦେଲା। ମାତ୍ର ଦିନିକିଆ କ୍ରିକେଟର ସବୁଠୁ ମହାନ ସ୍ପେଲ ଚମିଣ୍ଡା ଭାସଙ୍କ ନାମରେ ଅଛି। ସେ ଜିମ୍ବାୱେ ବିପକ୍ଷରେ ୨୦୦୧ରେ ୮ ଓଭରରେ ୧୯ ରନ ଦେଇକି ୮ଟି ୱିକେଟ ଅକ୍ତିଆର କରିଥିଲେ।

ଏହି ପ୍ରଦର୍ଶନ ସହ ବିନି ରାତାରାତି ଷ୍ଟାର ହେଇଗଲେ। ସେ ଏହାପରେ ୧୧ଟି ମ୍ୟାଚରେ ୧୪ଟି ୱିକେଟ ନେଲେ ମାତ୍ର ସେ ଟିମରେ ନିଜର ଜାଗା ବନେଇ ପାରିଲେ ମାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.