ସେହ୍ଵାଗ, ଦ୍ରାଭିଡ଼, ଧୋନି ଓ କୋହଲିଙ୍କ ଭଳି ମହାନ ବ୍ୟଟ୍ସମ୍ୟାନଙ୍କୁ ଆଉଟ କରିଥିବା ବୋଲର ହେଲେ ବସ ଡ୍ରାଇଭର! ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଗୋଟେ ପଟ ଯେଉଁଠି ଭାରତୀୟ କ୍ରିକେଟରଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷ ହେଉଛି ଅନ୍ୟ ପଟେ ଅନ୍ୟ ଦେଶର କିଛି ଏପରି ଖେଳାଳି ଅଛନ୍ତି ଯେଉଁମାନେ ରିଟାର୍ଡମେଣ୍ଟ ପରେ କୌଣସି ଛୋଟ ମୋଟ ଚାକିରୀ କରୁଛନ୍ତି। କିଛି ଏହିପରି ଶ୍ରୀଲଙ୍କାର ଅଫ ସ୍ପିନର ସୁରଜ ରଣଦୀପ କରୁଛନ୍ତି। ଶ୍ରୀଲଙ୍କା ପାଇଁ ୧୨ ଟେଷ୍ଟ ,୩୧ ଏକଦିବସିୟ,୭ ଟି-୨୦ ଖେଳିଥିବା ଏହି ଅଫ ସ୍ପିନର ମେଲବର୍ଣ୍ଣରେ ବସ ଡ୍ରାଇଭରର କାମ ତୁଲାଉଛନ୍ତି।

Google

ସୁରଜ ରଣଦୀପ ଟ୍ରାନ୍ସଦେବ ନାମକ କମ୍ପାନୀ ପାଇଁ ବସ ଚଳାଉଛନ୍ତି। ଏହି କମ୍ପାନିର ଅଷ୍ଟ୍ରେଲିଆରେ ୧୨୦୦ ଡ୍ରାଇଭର ରହିଛନ୍ତି। ସେ ମେଲବର୍ଣ୍ଣର ସ୍ଥାନୀୟ କ୍ଳବରେ କ୍ରିକେଟ ଖେଳିବାର ନଜର ଆସୁଛନ୍ତି। ଏହା ସହିତ ବସ ଚଳାଉଛନ୍ତି।

ସୁରଜଙ୍କ ଛଡା ଚିତକା ଜୟାସିଂଦେ ଓ ଜିମ୍ବାୱେର ପୂର୍ବ କ୍ରିକେଟର ୱାସିଙ୍ଗଟନ ମାୟେଙ୍ଗା ବି ସେହି କମ୍ପାନୀରେ ବସ ଚଳାଉଛନ୍ତି। ଜୟାସିଂଦେ ଶ୍ରୀଲଙ୍କା ପାଇଁ ୫ ଟି ଟି-୩୦ ମ୍ୟାଚ ଖେଳିଛନ୍ତି ଓ ୱାସିଙ୍ଗଟନ ମାୟେଙ୍ଗା ଜିମ୍ବାୱେ ପାଇଁ ଗୋଟେ ଟେଷ୍ଟ ଓ ତିନୋଟି ଦିନିକିଆ ଖେଳିବାର ନଜର ଆସିଛନ୍ତି।

Google

ସୁରଜ ଅଳ୍ପ ଦିନତଳେ ଅଷ୍ଟ୍ରେଲିଆ ଟିମ ସହ ଅଭ୍ୟାସ କରୁଥିବା ଦେଖାଯାଇଥିଲେ। ଭାରତ ସହ ସିରିଜରେ ଅଶ୍ୱିନୀଙ୍କ ବଲରେ ଯେପରି ଭଲ ଖେଳିହେବ ସେଥିପାଇଁ ଅଷ୍ଟ୍ରେଲିଆ ଟିମ ସୁରଜଙ୍କୁ ବୋଲିଙ୍ଗ ପାଇଁ ଡକାଇଥିଲେ।

କହିରଖବୁକି ସୁରଜ ରଣଦୀପ ଟେଷ୍ଟରେ ୪୩, ଏକଦିବସିୟରେ ୩୬ ଓ ଟି-୨୦ ରେ ୭ ଟି ୱିକେଟ ଅକ୍ତିଆର କରିଛନ୍ତି। ଏଥିରେ ମହାନ ବ୍ୟାଟ୍ସମ୍ୟାନ ସେହ୍ଵାଗ, ଦ୍ରାଭିଡ଼, ଧୋନି ଓ କୋହଲିଙ୍କ ୱିକେଟ ସାମିଲ ଅଛି। ସେ ଶ୍ରୀଲଙ୍କାର ଫାଷ୍ଟକ୍ଳାସ କ୍ରିକେଟରେ ୬୮୧ ,ଲିଷ୍ଟ ଏ ରେ ୧୮୯ ଓ ଟି-୨୦ ରେ ୬୨ ୱିକେଟ ନିଜ ନାମରେ କରିଛନ୍ତି। ମାନେ ପୁରା କ୍ୟାରିୟାନରରେ ୯୩୧ ୱିକେଟ ନେଇଥିବା ବୋଲର ହୋଇ ଆଜି ବସ ଡ୍ରାଇଭରର କାମ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *