ପୂର୍ବ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଲ୍ୟୁକ ପୋମରବାସଙ୍କର ସନ୍ୟାସ ପରଠୁ ଅସୁବିଧା କମ ହେଉନାହିଁ। ତାଙ୍କୁ ଡ୍ରଗ୍ସ ଓ ଚୋରି ଘଟଣାରେ ପୋଲିସ ଗିରଫ କରିଛି। ଲ୍ୟୁକଙ୍କ ଉପରେ ଏହି ବର୍ଷ ୨୪ ଜାନୁଆରୀରୁ ୧୬ ଫେବୁଆରୀ ମଧ୍ୟରେ ସାଉଥ ପର୍ଥ ,ସ୍କାରବରୋ, ଓ ବୁଡ଼ଲ୍ୟାଣ୍ଡ ଅଞ୍ଚଳରେ ଗହଣା ଓ ଗୋଲଫ ଖେଳ ଜିନିଷ ଚୋରିର ଅଭିଯୋଗ ଲାଗିଥିଲା। ଏହା ସହିତ ତାଙ୍କ ଉପରେ ନିଶା ଧନ୍ଦା ସହ ଜଡିତ ହେବାର ଅଭିଯୋଗ ମଧ୍ୟ ଅଛି କିନ୍ତୁ ତାଙ୍କୁ ଏହି ସପ୍ତାହରେ ପର୍ଥର ଏକ କୋର୍ଟରୁ ଜାମିନ ମିଳିଯାଇଥିଲା।କିନ୍ତୁ ୫ ହଜାର ଡ଼ଲାରର ପର୍ଶନାଲ ଗ୍ୟାରେଣ୍ଟି ଜମା ନକରିବା କାରଣରୁ ତାଙ୍କୁ ଜେଲରେ ହିଁ ରହିବାକୁ ହେବ।

ଲ୍ୟୁକ ଅଷ୍ଟ୍ରେଲିଆ ପାଇଁ ମାତ୍ର ଗୋଟେ ଟି-୨୦ ମ୍ୟାଚ ଖେଳିଛନ୍ତି। ତାହା ବି ୨୦୦୭ରେ ନ୍ୟୁଜଲ୍ୟାଣ୍ଡ ଦଳ ବିରୁଦ୍ଧରେ ଅଟେ। ତାଙ୍କର ଇଣ୍ଟରନେସନାଲ ଡେଭ୍ୟୁର କାହାଣୀ ବି ବହୁତ ଆଶ୍ଚର୍ଯ୍ୟଜନକ। ନ୍ୟୁଜଲ୍ୟାଣ୍ଡ ସହ ସେହି ମ୍ୟାଚରେ ବ୍ରାର୍ଡ଼ ହଗଙ୍କୁ ଖେଳିବାର ଥିଲା କିନ୍ତୁ ମ୍ୟାଚର ଅଳ୍ପ ସମୟ ପୂର୍ବରୁ ସେ ଆଘାତ ହୋଇଗଲେ। ଲ୍ୟୁକ ଏହି ମ୍ୟାଚ ଦେଖିବାକୁ ଯାଇଥିଲେ ଓ ପାର୍କିଙ୍ଗରେ ଗାଡି ରଖୁରଖୁ ତାଙ୍କୁ ଜଣାପଡ଼ିଲାକି ସେହି ମ୍ୟାଚ ସେ ଖେଳିବାକୁ ଯାଉଛନ୍ତି। ସେ ସେବେ ସେଷ୍ଟନ ଅଷ୍ଟ୍ରେଲିଆ ପାଇଁ ଘରୋଇ ମ୍ୟାଚ ଖେଳୁଥିଲେ। ସେ ସେହି ମ୍ୟାଚରେ ୭ ବଲରେ ୧୫ ରନ କରିଥିଲେ ଓ ଅଷ୍ଟ୍ରେଲିଆ ସେହି ମ୍ୟାଚ ଜିତିଥିଲା କିନ୍ତୁ ଏହା ପରେ ମଧ୍ୟ ସେ ଆଉ ଟିମରେ ଖେଳିପାରି ନାହଁନ୍ତି।

ପୋମରବାସ ଆଇପିଏଲରେ ଦୁଇଟି ଟିମରେ ଖେଳିସାରିଛନ୍ତି:
ଏହା ଛଡା ସେ ଆଇପିଏଲରେ ମଧ୍ୟ ଭାଗ ନେଇସାରିଛନ୍ତି।ପୋମରବାସ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ପଞ୍ଜାବ ଓ ଆରସିବି ପଟୁ ଖେଳିଛନ୍ତି। ଏହି ସମୟରେ ସେ ୧୨୨ ଷ୍ଟାଇକ ରେଟରେ ୩୦୨ ରନ ବନେଇଛନ୍ତି। ଆଇପିଏଲରେ ମଧ୍ୟ ତାଙ୍କ ନାମ ବିବାଦରେ ରହିଛି। ତାଙ୍କ ଉପରେ ଆଇପିଏଲ ସମୟରେ ଆମେରିକା ମହିଳା ଓ ତାଙ୍କ ସ୍ୱାମୀଙ୍କ ସହ ମାଡ଼ପିଟ କରିଥିବା ଅଭିଯୋଗ ଲାଗିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ତାଙ୍କୁ ଯାଞ୍ଚ ପାଇଁ ନେଇଥିଲା। ପୋମରବାସ ବ୍ରିସବେନ ହିଟ ତରଫରୁ ଖେଳି ୨୦୧୩ରେ ବିଗ ବାସ ଲିଗର ଟ୍ରଫି ଜିତିଥିଲେ। ୨୦୧୪ରେ ସେ ମାନସିକ ରୂପରେ ଅସୁସ୍ଥତା ଥିବା କହି କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।