IPL ୨୦୨୧ ପାଇଁ ଦିଲ୍ଲୀର ବଢ଼ିଲା ଚିନ୍ତା, ଲାଗିଲା ଶକ୍ତ ଧକ୍କା, ଖେଳିବେନି ଏହି ଧୂଆଁଧାର ଖେଳାଳି

ଆଇପିଏଲ ୨୦୨୧ର ଦିତୀୟ ଭାଗ ପାଇଁ ଦିଲ୍ଲୀକୁ ଲାଗିଛି ବଡ଼ ଝଟକା। ଦିଲ୍ଲୀର ବିଶିଷ୍ଟ ଖେଳାଳି ସ୍ମିଥ ନିଜର ନାମକୁ ଏହି ଦ୍ୱିତୀୟ ସଂସ୍କରଣରୁ କାଢି ନେଇଛନ୍ତି। ତାଙ୍କୁ ମିଶାଇ ବର୍ତ୍ତମାନ ଏପରି ୯ ଜଣ ଖେଳାଳି ହୋଇ ସାରିଲେଣି ଯେଉଁମାନେ ଆଇପିଏଲରୁ ନିଜର ନାମକୁ କାଢି ନେଇ ସାରିଲେଣି। ଆଇପିଏଲ ୨୦୨୧ର ଦିତୀୟ ଭାଗ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀକୁ ଲାଗିଛି ଏହି ବଡ଼ ଝଟକା। ସ୍ମିଥ ନିଜର ଶାରିରୀକ ଅସୁବିଧା କାରଣରୁ ଆଇପିଏଲ ୨୦୨୧ର ୨ୟ ଭାଗ ଆରମ୍ଭ ହେବା ପୂର୍ବରୁ ନିଜର ନାମକୁ କାଢି ନେଇଛନ୍ତି।

Google

ସୂଚନା ଅନୁସାରେ ସ୍ମିଥ ବର୍ତ୍ତମାନ କହୁଣି ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଫଳରେ ଆଗକୁ ଖେଳା ଯିବାକୁ ଥିବା ଅଷ୍ଟ୍ରେଲିଆର ଅନେକ ମ୍ୟାଚ ପାଇଁ ସେ କୌଣସି ବି ବିପଦ ଆଣିବାକୁ ଚାହୁଁ ନାହାନ୍ତି। ସ୍ମିଥ ବର୍ତ୍ତମାନ ଅଷ୍ଟ୍ରେଲିଆର ୱେଷ୍ଟଇଣ୍ଡିଜ ଗ୍ରସ୍ତରୁ ନିଜର ନାମ କାଢି ନେଇଥିଲେ ଫଳରେ ଏହା ଜଣା ପଡୁଛି କି ଆଗକୁ ଖେଳ ଯିବାକୁ ଥିବା ଆଇ ପି ଏଲର ଦିତୀୟ ଭାଗରୁ ସେ ନିଜର ନାମ କାଢି ନେଇ ପାରନ୍ତି। ଏହା ସହିତ ସେ ଆଗକୁ ୟୁଏଇରେ ହେବାକୁ ଥିବା ଟି ୨୦ ବିଶ୍ଵକପରୁ ନିଜର ନାମକୁ କାଢି ନେଇ ପାରନ୍ତି।

ସେ ପ୍ରଥମେ ନିଜକୁ ଠିକ ଭାବୁଥିଲେ। ହେଲେ ସେ ଯେତେବେଳେ ବ୍ୟାଟିଂ କରିବାକୁ ଯାଇଥିଲେ ସେ ଯନ୍ତ୍ରଣା ଅନୁଭବ କରିଥିଲେ ଫଳରେ ଏହି ସଂସ୍କରଣରେ ଖେଳିବେ ନାହିଁ ବୋଲି କହିଛନ୍ତି। ଏହା ସହିତ ଇଂଲଣ୍ଡ କ୍ରିକେଟ ବୋର୍ଡ ତାର କୌଣସି ଖେଳାଳିଙ୍କୁ ଆଇପିଏଲ ୨୦୨୧ ର ଦିତୀୟ ଭାଗରେ ଖେଳିବାକୁ ମନା କରି ଦେଇଛି। ଫଳରେ କ୍ରିଶ ଓକ୍ସ ଓ ଟମ କରନ ଏହି ଭାଗରେ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିକସ ଖେଳିବା ନେଇ ବର୍ତ୍ତମାନ ସନ୍ଦେହ ଦେଖାଦେଇଛି କିନ୍ତୁ ସିମରନ ହେଟମେୟର ଖେଳିବେ ବୋଲି କହିଛନ୍ତି।

Google

ସ୍ମିଥଙ୍କ ସହିତ ପ୍ୟାଟ କମିନ୍ସ,ଜୋସ ବଟଲର, ଜନୀ ବେୟାରଷ୍ଟୋ,ସାମ କରନ,ମୋଇନ ଅଲି, ମୁସ୍ତାଫିଯୁର ରେହେମାନ,ସକିବ ଅଲ ହସନ ନିଜର ନାମକୁ ଆଇପିଏଲର ଦିତୀୟ ଭାଗରୁ କାଢି ନେଇସାରିଲେଣି।ଏହାକୁ ଦେଖି ଲାଗୁଛି ଆଇପିଏଲର ୨ୟ ଭାଗରେ ଅନେକ ଅସୁବିଧା ହୋଇପାରେ। ଏହା ସହିତ ଅନେକ ଦଳକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଆଗକୁ ଏହି ସମସ୍ତ ସମସ୍ୟାର ମୁକାବିଲା ସମସ୍ତ ଦଳ କିପରି ଭାବରେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ତେବେ ଏପରି ଭାବରେ ଅନେକ ଖେଳାଳି ନିଜର ନାମ ପ୍ରତ୍ୟାହାର କରିନେବା ଏହି ଖେଳର ମଜା ମଧ୍ୟ କମାଇ ଦେଇପାରେ ବୋଲି ଅନେକ ମତ ଦେଉଛନ୍ତି। ତେବେ ଏହି ସବୁ ପରେ ଆଗକୁ ଆସୁଥିବା ଟି ୨୦ ବିଶ୍ଵକପ ପାଇଁ ଅନେକ ଖେଳାଳି ନିଜର ନାମକୁ ଏପରି ଫେରାଇ ନେଉଛନ୍ତି ବୋଲି ଅନେକ ମତ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *