ବିଜୟ ହଜାରେ ଟ୍ରଫିରେ ରବିବାର(୨୮ ଫେବୃଆରୀ)କୁ ଏଲିଟ ଗ୍ରୁପ ସି ରେ କେରଳର ସାମ୍ନା ବିହାର ଏବଂ ଓଡିଶାର ଉତ୍ତର ପ୍ରଦେଶ ସହ ହେଲା। କେରଳ ବିହାରକୁ ୯ ୱିକେଟରେ ଚାପିଦେଲା। ସେହିପରି,ୟୁପି ଓଡ଼ିଶାକୁ ୬ ୱିକେଟରେ ହରାଇଦେଲା। ରବିନ ଉଥାପ୍ପାଙ୍କର ବିସ୍ପୋଟକ ପାଳି ଏବଂ ଏସ.ଶ୍ରୀସାନ୍ତଙ୍କର ଖତରନାକ ବୋଲର ହିସାବରେ କେରଳ ଏହି ମୁକାବିଲା ସହଜରେ ନିଜ ନାମରେ କରିନେଲା। ସେ ୧୪୯ ରନର ଲକ୍ଷ୍ୟକୁ ୮.୫ ଓଭର ଅଥବା ୫୩ ବଲରେ ହିଁ ହାସିଲ କରିନେଲା।

ମ୍ୟାଚରେ କେରଳ ଟସ ଜିତିକରି ପ୍ରଥମେ ବୋଲିଂ କରିବାର ନିର୍ଣ୍ଣୟ ନେଲା। ବିହାରର ଆରମ୍ଭ ଖରାପ ରହିଲା। ଓପନର ମଙ୍ଗଳ ମହରୋର(୧)ଓ ଏସ ଗନି(୦)ଙ୍କୁ ଶ୍ରୀସାନ୍ତ ଦ୍ୱିତୀୟ ଓଭରରେ କ୍ଲିନ ବୋଲର୍ଡ଼ କରିଦେଲେ। ଏହାପରେ ୱିକେଟର ପତନ ଆରମ୍ଭ ହୋଇଗଲା। ବାବୁଲ କୁମାରଙ୍କୁ ଛାଡି କେହିବି ୱିକେଟରେ ରହିପାରିଲେ ନାହିଁ। ବାବୁଲ ୮୯ଟି ବଲରେ ୬୪ ରନ କଲେ। ସେ ୬ଟି ଚୌକା ଓ ୩ଟି ଛକା ଲଗାଇଲେ। ୟଶସ୍ଵୀ ରିଷବ ୧୯,ଅଧିନାୟକ ଆଶୁତୋଷ ଅମନ ୧୮,ସବୀର ଖାନ ଅପରାଜିତ ୧୭ ଓ ବିକାଶ ରଞ୍ଜନ ୧୦ ରନ କଲେ। ବିହାରର ସମ୍ପୂର୍ଣ୍ଣ ଦଳ ୪୦.୨ ଓଭରରେ ୧୪୮ ରନରେ ସୀମିତ ରହିଗଲା। କେରଳ ପାଇଁ ଶ୍ରୀସାନ୍ତ ୪,ଜଳଜ ସକସେନା ୩ ଓ ନିଧେଶ ୨ ୱିକେଟ ଅକ୍ତିଆର କଲେ।
କେରଳର ଓପନର ରବିନ ଉଥାପ୍ପା ଓ ବିଷ୍ଣୁ ବିନୋଦ ବିସ୍ପୋଟକ ଆରମ୍ଭ କଲେ ।ଦୁହେଁ ୪.୫ ଓଭରରେ ୭୬ ରନର ପାର୍ଟନରସିପ କଲେ। ବିନୋଦ ୧୨ଟି ବଲରେ ୩୭ ରନ କରି ଆଉଟ ହେଲେ। ସେ ୨ଟି ଚୌକା ଓ ୪ଟି ଛକା ଲଗାଇଲେ। ଆଶୁତୋଷ ଅମନ ତାଙ୍କୁ ଆଉଟ କଲେ। ଏହାପରେ ଅଧିନାୟକ ସଞ୍ଜୁ ଶ୍ୟାମସନ ରବିନ ଉଥାପ୍ପାଙ୍କ ସହ ମିଶି ଦଳକୁ ବିଜୟ ଦେଲେ। ଉଥାପ୍ପା ୩୨ଟି ବଲରେ ୮୭ଟି ରନ ମାରିଲେ। ଉଥାପ୍ପା ନିଜ ପାଳିରେ ୪ ଚୌକା ଓ ୧୦ଟି ଛକା ଲଗାଇଲେ। କେରଳ ୮.୫ ଓଭରରେ ୧ ୱିକେଟରେ ୧୪୯ ରନ କରିଦେଲେ।

ଗ୍ରୁପର ଏକ ଅନ୍ୟ ମ୍ୟାଚରେ ଉତ୍ତରପ୍ରଦେଶ ପ୍ରଥମେ ବୋଲିଂର ଫଇସଲା କଲା। ଓଡିଶା ୪୦.୧ ଓଭରରେ ୧୪୮ ରନ କଲା। ଶୁଭ୍ରାଂଶୁ ସେନାପତି ୪୯,ରାକେଶ ପଟନାୟକ ୪୬ ଓ ସନ୍ତନୁ ମିଶ୍ର ୨୪ ରନ କଲେ। ୟୁପି ପାଇଁ ଶିବମ ଶର୍ମା ୬ ୱିକେଟ ନେଲେ। ଶିବମ ମାବି ଓ ଆକିବ ଖାନ ୧-୧ ୱିକେଟ ନେଲେ। ୟୁପିର ଦଳ ୨୧.୪ ଓଭରରେ ୪ ୱିକେଟରେ ୧୫୦ ରନ କରିଦେଲେ। ଏଥିପାଇଁ ଉପେନ୍ଦ୍ର ଯାଦବ ୩୨,ସମୀର ଚୌଧୁରୀ ୨୯ ଓ କରନ ଶର୍ମା ଓ ଅଭିଷେକ ଗୋସ୍ୱାମୀ ୨୫ ରନ କଲେ। ଓଡିଶା ପାଇଁ ରାଜେଶ ମହାନ୍ତି ୨ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।