ବିଜୟ ହଜାରେ ଟ୍ରଫିରେ ମହାନ ବ୍ୟାଟ୍ସମ୍ୟାନ ରବିନ ଉଥାପାଙ୍କର ସୁନ୍ଦର ଫର୍ମ ଜାରିରହିଛି। ସେ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚରେ ଦୁଇଟି ଶତକ ମାରିସାରିଛନ୍ତି। ବୁଧବାର (୨୪ ଫେବୁଆରୀ) କୁ କେରଳ ରେଲୱେକୁ ହରାଇ ନିଜର ତୃତୀୟ ବିଜୟ ହାସଲ କରିଛି ଓ ଶୀର୍ଷରେ ନିଜ ସ୍ଥିତି ମଝବୁତ କରିଛି। ଉଥାପା ଏହା ପାଇଁ ୧୦୪ ବଲରେ ୧୦୦ ରନ କରିଛନ୍ତି। ସେ ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ୮୧ ଓ ୧୦୭ ରନର ପାରି ଖେଳିଥିଲେ। ତାଙ୍କ ଛଡା ଓପନର ବ୍ୟାଟ୍ସମ୍ୟାନ ବିଷ୍ଣୁ ବିନୋଦ ମଧ୍ୟ ୧୦୭ ରନର ପାରି ଖେଳିଛନ୍ତି।

ଉଥାପା ଓ ବିଷ୍ଣୁ ବିନୋଦ ପ୍ରଥମ ୱିକେଟ ପାଇଁ ୧୯୩ ରନର ପାର୍ଟନରସିପ କରିଥିଲେ। ସଞ୍ଜୁ ସୈମସନ ୬୧ ଓ ବସ୍ଚଲ ଗୋବିନ୍ଦ ନଟ ଆଉଟ ରହି ୪୬ ରନର ପାରି ଖେଳିଥିଲେ ଯାହା ଦ୍ୱାରା କେରଳ ୬ ୱିକେଟ ହରାଇ ୩୫୧ ରନ କରିଥିଲେ। ରେଲୱେ ମଧ୍ୟ ମୃଣାଲ ଦେବଧର(୭୯), ଅରବିନ୍ଦ ଘୋଷ(୬୪),ସୌରଭ ସିଂହ(୫୦), ଓ ହର୍ଷ ତ୍ୟାଗି(୫୮) ଙ୍କ ଅର୍ଦ୍ଧଶତକ ଦ୍ଵାରା ଭଲ ଜବାବ ଦେଇଥିଲେ କିନ୍ତୁ ଶେଷରେ ତାଙ୍କ ଟିମ ୪୯.୪ ଓଭରରେ ୩୪୪ ରନରେ ଅଲଆଉଟ ହୋଇଯାଇଥିଲା। ଅନ୍ୟ ପଟେ ପ୍ରତିଭାଶାଳୀ ଓପନର ଦେବଦତ ପଡିକଲ ଲିଷ୍ଟ ଏ ରେ ନିଜର ସର୍ବାଧିକ ସ୍କୋର କରିଛନ୍ତି। କର୍ଣ୍ଣାଟକ ଗ୍ରୁପ ସି ମ୍ୟାଚରେ ଓଡିଶାକୁ ୧୦୧ ରନରେ ହରାଇଛି।

୨୦ ବର୍ଷୀୟ ପଡିକଲ ୧୪ ଟି ଚୌକା ଓ ପାଞ୍ଚଟି ଚୌକା ଦ୍ଵାରା ୧୫୨ ରନ କରିଛନ୍ତି। କର୍ଣ୍ଣାଟକ ପ୍ରଥମ ବ୍ୟାଟିଙ୍ଗ କରି ୩୨୯ ରନ ବନେଇଥିଲା। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳୁଥିବା ପଡିକଲ ୧୧୯ ବଲରେ ନିଜର ଶତକ ପୁରା କରିବାର ନଜରଥିଲେ। ସେ ପୂର୍ବ ଦୁଇଟି ମ୍ୟାଚରେ ମଧ୍ୟ ୫୨ ଓ ୯୭ ରନ କରିଥିଲେ। ଓଡ଼ିଆର ଟିମ ଏହାର ଜବାବରେ ୪୪ ଓଭରରେ ୨୨୮ ରନରେ ଅଲଆଉଟ ହୋଇଯାଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ଓ ଶ୍ରେୟସ ଗୋପାଳ ତିନୋଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି।

ଉତ୍ତରପ୍ରଦେଶ ଗ୍ରୁପ ସି ର ଏକ ଅନ୍ୟ ମ୍ୟାଚରେ ବିହାରକୁ ୫ ୱିକେଟରେ ହରାଇଛି। ଶିବମ ଶର୍ମା (୩୧ ରନ ଦେଇ ୭ ୱିକେଟ)ଙ୍କ ଘାତକ ବୋଲିଙ୍ଗ ମାଧ୍ୟମରେ ଉତ୍ତରପ୍ରଦେଶ ବିହାରକୁ ମାତ୍ର ୧୯୩ ରନରେ ଅଟକାଇ ଦେଲା।ଏହା ପରେ ୨୮ ଓଭରରେ ୫ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଲା। ଉତ୍ତରପ୍ରଦେଶ ତରଫରୁ ପ୍ରିୟମ ଗର୍ଗ(୫୭), ଅକ୍ଷଦୀପ ନାଥ(୫୪), ଉପେନ୍ଦ୍ର ଯାଦବ(ନଟଆଉଟ ୫୧) ଅର୍ଦ୍ଧଶତକ ମାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।