IND VS ENG: ପ୍ରଥମ ଦିନ ଭାରତ ନାମରେ, ଏହି ଷ୍ଟାର ବୋଲର ଭାଙ୍ଗିଦେଲେ ଇଂଲଣ୍ଡର ମେରୁଦଣ୍ଡ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟେରା ଷ୍ଟାଡିୟମରେ ଚାରିଟି ଟେଷ୍ଟ ମ୍ୟାଚ ସିରିଜର ତୃତୀୟ ମ୍ୟାଚ ଖେଳାଯାଉଛି। ଏହି ଡେ ନାଇଟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଧା ଭାରତ ୩ ଟି ୱିକେଟ ହରାଇ ୯୯ ରନ କରିଛି। ରୋହିତ ଶର୍ମା ୫୭ ରନ ଓ ରାହାଣେ ୧ ରନ କରି ବ୍ୟାଟିଙ୍ଗ କରୁଛନ୍ତି। ବିରାଟ କୋହଲି ମାତ୍ର ୨୭ ରନ କରିଛନ୍ତି। ପ୍ରଥମ ପାରି ଆଧାରରେ ଭାରତ ଇଂଲଣ୍ଡ ଠୁ ୧୩ ରନ ପଛରେ ଅଛି। ଇଂଲଣ୍ଡ ତରଫରୁ ଜ୍ୟାକ ଲିଚ ୨ ଟି ଓ ଜୋଫ୍ରା ଆର୍ଚ୍ଚର ଗୋଟେ ୱିକେଟ ଅକ୍ତିଆର କରିଛନ୍ତି। ଏହା ପୂର୍ବରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସୁନ୍ଦର ବୋଲିଙ୍ଗ ଯୋଗୁ ଇଂଲଣ୍ଡର ପ୍ରଥମ ପାରି ମାତ୍ର ୧୧୨ ରନରେ ଅଟକିଯାଇଥିଲା। ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଅକ୍ଷର ପଟେଲ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୩୮ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିଛନ୍ତି। ଯେବେକି ଅଶ୍ୱିନୀ ୨୬ ରନ ଦେଇ ୩ ଟି ୱିକେଟ ନିଜ ନାମରେ ନାମିତ କରେଇଛନ୍ତି। ଇସାନ୍ତ ଶର୍ମାଙ୍କୁ ଗୋଟେ ୱିକେଟ ମିଳିଛି ଯିଏ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଇଂଲଣ୍ଡର କେବଳ ୪ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ପର୍ଯ୍ୟନ୍ତ ପହଁଚିଛନ୍ତି।

Google
ଅକ୍ଷର ଓ ଅଶ୍ୱିନୀଙ୍କ ଜାଲରେ ଫସିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ:

ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚରେ ପ୍ରଥମ ଦିନରୁ ବଲ ଟନ ହେବା ଆରମ୍ଭ କରିଥିଲା ଓ ଅଶ୍ୱିନୀ ଓ ଅକ୍ଷର ପଟେଲଙ୍କ ଚାଲାଖି ବଲ ଆଗରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ପାଖରେ କୌଣସି ଜବାବ ନଥିଲା। ଆଘାତ କାରଣରୁ ପ୍ରଥମ ମ୍ୟାଚ ନଖେଳି ପାରିଥିବା ଓପନର ବ୍ୟାଟ୍ସମ୍ୟାନ ଜୋକ କ୍ରାଉଁଲି ୮୪ ବଲରେ ୫୩ ରନ କରିଛନ୍ତି ଓ ଭଲ ବ୍ୟାଟିଙ୍ଗ କରିଛନ୍ତି ଓ ୧୦ ଟି ଚୌକା ମାରିଛନ୍ତି କିନ୍ତୁ ସେ ମଧ୍ୟ ଭାରତୀୟ ସ୍ପିନରଙ୍କ ଆଗରେ ତିଷ୍ଠି ନଥିଲେ।ଇଂଲଣ୍ଡର ଅଧିନାୟକ ଜୋ ରୁଟ ମଧ୍ୟ କେବଳ ୧୭ ରନ କରିପାରିଲେ। ମ୍ୟାଚକୁ ଫେରିଥିବା ଓ ସ୍ପିନରଙ୍କୁ ଭଲ ଖେଳୁଥିବା ଜୋନି ବେୟରଷ୍ଟୋ ମଧ୍ୟ ଖାତା ଖୋଲି ପାରିନଥିଲେ। ବେନ ଷ୍ଟୋକସ ମଧ୍ୟ ଦୁଇ ଅଙ୍କ ପର୍ଯ୍ୟନ୍ତ ପହଁଚିପାରିନଥିଲେ। ଏହିପରି ଭାରତୀୟ ସ୍ପିନର ଇଂଲଣ୍ଡକୁ ଟର୍ଚ୍ଚ ଜିତିବାର ଫାଇଦା ଦେଲେନାହିଁ।

Google
ଇସାନ୍ତ ଦେଲେ ଭାରତକୁ ଆରମ୍ଭରୁ ସଫଳତା:

ନିଜ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳୁଥୁବା ଇସାନ୍ତ ଶର୍ମା(୨୬ ରନ ଦେଇ ୧) ସୁନ୍ଦର ପ୍ରଦର୍ଶନ କରି ଭଲ ଫର୍ମରେ ଦେଖାଯାଉଥିବା ଡୋମ ସିବଲିଙ୍କୁ ଶୂନ୍ୟରେ ଆଉଟ କରିଦେଇଥିଲେ। ସେ ଦ୍ୱିତୀୟ ସ୍ଲିପରେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ ହୋଇଥିଲେ। ବିରାଟ କୋହଲି ୭ ମ ଓଭରରେ ହିଁ ଅକ୍ଷର ପଟେଲଙ୍କୁ ବୋଲିଙ୍ଗ ଦେଲେ ଓ ସେ ନିଜ ପ୍ରଥମ ବଲରେ ବେୟରଷ୍ଟୋଙ୍କୁ ଆଉଟ କରିଦେଲେ।ଏହା ପରେ କ୍ରାଉଁଲି ଆକ୍ରାମକ ରୂପରେ ରନ କରିବାର ପ୍ଲାନ ଆପଣାଇଲେ କିନ୍ତୁ ଅଶ୍ୱିନୀ ବୋଲିଙ୍ଗ କରିବାକୁ ଆସିବା ପରେ ଜୋ ରୁଟ ଓ କ୍ରାଉଁଲିଙ୍କୁ ବ୍ୟାଟିଙ୍ଗ କରିବାରେ ଅଶୁଵିଧା ହେଲା। କ୍ରାଉଁଲି ଅମ୍ପାୟାର କଲ ପାଇଁ ବଂଚିଗଲେ କିନ୍ତୁ ରୁଟ ଆଉଟ ହୋଇଗଲେ।କ୍ରାଉଁଲି ରିଭର ସ୍ୟୁପର ସାହାରା ନେଲେ କିନ୍ତୁ ଅଶ୍ୱିନୀ ଓ ଅକ୍ଷରଙ୍କ ସାମ୍ନାରେ କିଛି ସଫଳ ହେଲାନାହିଁ। ଅକ୍ଷରଙ୍କ ସିଧା ବଲରେ ସେ ଆଉଟ ହେଲେ ଓ ପ୍ରଥମ ସେସନ ଭାରତ ନାମରେ ରହିଲା।

Google

ଦ୍ଵିତୀୟ ସେସନରେ ମଧ୍ୟ କୌଣସି ଚେଞ୍ଜ ହେଲା ନାହିଁ ଅଶ୍ୱିନୀ ଦ୍ୱିତୀୟ ସେସନରେ ଆସିବା କ୍ଷଣିହିଁ ଓପି ପୋପ (୧) ଙ୍କୁ ଆଉଟ କରିଦେଲେ। ଏହା ପରେ ଓଭରରେ ଅକ୍ଷର ବେନ ଷ୍ଟୋକ(୬) ଙ୍କୁ ଆଉଟ କରିଦେଇଥିଲେ।ଏହା ପରେ ପାରି ଥିଲା ଜୋଫ୍ରା ଆର୍ଚ୍ଚରଙ୍କର(୧୧) ରନରେ ସେ ମଧ୍ୟ ଅକ୍ଷରଙ୍କ ବଲରେ ଆଉଟ ହୋଇଗଲେ। ଏହା ପରେ ପୂଜାରା ଜ୍ୟାକ ଲିଚ( ୩) ଙ୍କ କ୍ୟାଚ ଧରି ଅଶ୍ୱିନୀଙ୍କୁ ଟେଷ୍ଟରେ ୩୯୭ ୱିକେଟ କରାଇବାରେ ସଫଳ କରାଇଲେ।ଏହା ପରେ ପଟେଲ ଷ୍ଟୁଆର୍ଟ ବ୍ରର୍ଡ( ୩) ଙ୍କୁ ଆଉଟ କରି ନିଜ ୫ ୱିକେଟ ପୂରଣ କରିଥିଲେ। ଏହା ପରେ ପଟେଲ ବେନ ଫୋକ୍ସ(୧୨) ଙ୍କୁ ଆଉଟ କରି ଇଂଲଣ୍ଡର ପାରିକୁ ଶେଷ କଲେ।ଚାରିଟି ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ଅଛି।ପ୍ରଥମ ମ୍ୟାଚ ଇଂଲଣ୍ଡ ଚେନ୍ନାଇରେ ୨୨୭ ରନରେ ଜିତିଥିଲା ଓ ସେହି ଚେନ୍ନାଇରେ ଭାରତ ଦ୍ୱିତୀୟ ମ୍ୟାଚ ୩୧୭ ରନରେ ଜିତିଥିଲା ଓ ସିରିଜକୁ ବରାବର କରିବାରେ ସକ୍ଷମ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *