IPL ୨୦୨୧: ରାଜସ୍ଥାନ ପାଇଁ ବଡ଼ ଖବର। ଏହି ଦ୍ରୁତ ବୋଲର ପୁରାକରିପାରନ୍ତି ଜୋଫ୍ରା ଆର୍ଚ୍ଚରଙ୍କ କମି, ନାମ ଜାଣିଲେ ହେବେ ଚକିତ।

ଆଇପିଏଲ ୨୦୨୧ରେ ଭାରତୀୟ ଯୁବ ବୋଲର ଏବେ ପର୍ଯ୍ୟନ୍ତ ସୁନ୍ଦର ପ୍ରଦର୍ଶନ ଦେଖାଇଛନ୍ତି। ସେ ଅର୍ସଦୀପ ସିଂହ ହୁଅନ୍ତୁବା ଆବେଶ ଖାନ। ଆଗକୁ ଯଦି ରାଜସ୍ଥାନ ରୟାଲ୍ସର କାର୍ତିକ ତ୍ୟାଗିଙ୍କ ବିଷୟରେ ମଧ୍ୟ ଆଲୋଚନା ହୁଏ ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ। ସେ ଏକ ମାତ୍ର ଏପରି ବୋଲର ଅଛନ୍ତି ଅଛନ୍ତି ଯିଏ ପୂର୍ଵ ବର୍ଷ ଟିମ ଇଣ୍ଡିଆ ସହ ଅଷ୍ଟ୍ରେଲିଆ ଗ୍ରସ୍ତରେ ନେଟ ବୋଲର ଥିଲେ ମାତ୍ର ଏବେ ପର୍ଯ୍ୟନ୍ତ ଭାରତୀୟ ଟିମ ପଟେ ଖେଳିବାର ମୌକା ପାଇ ନାହଁନ୍ତି।

Google

ପୂର୍ଵ ଖେଳାଳିଙ୍କ ମାନିବା ଅଟେକି କାର୍ତିକ ତ୍ୟାଗୀଙ୍କର ଦିନ ନିଶ୍ଚୟ ଆସିବ ଓ ଏହାର ଆରମ୍ଭ ହେବ ଏହି ବର୍ଷ ଆଇପିଏଲ ୨୦୨୧ରୁ ଯେଉଁଠି ସେ ପୂର୍ବ ବର୍ଷ ଅପେକ୍ଷା ଅଧିକ ନିଜ ଖେଳରେ ଉନ୍ନତି କରି ଓହ୍ଲାଇଛନ୍ତି। ୨୦ ବର୍ଷୀୟ ତ୍ୟାଗି ପୂର୍ଵ ବର୍ଷ ୧୦ ମ୍ୟାଚରେ ୯ ଟି ୱିକେଟ ଅକ୍ତିଆର କରିଥିଲେ କିନ୍ତୁ ତାଙ୍କ ଶିକାରର ନାମ ବଡ଼ ଅଟେ ସେ ସେନ ୱାର୍ଟସନ, ଶ୍ରେୟସ ଅୟର, କ୍ୱିଣ୍ଟନ ଡିକକ, ବିରାଟ କୋହଲି, ସିମରାନ ହେଟମାୟର, ଜନି ବେୟରଷ୍ଟୋଙ୍କ ଭଳି ଖେଳାଳିଙ୍କୁ ଆଉଟ କରିଥିଲେ। ଏହା ସହ ନିଜ ବୋଲିଙ୍ଗର ବେଗ ଓ ଶର୍ଟ ପିଚ ବଲରେ ସେ ରବିନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ହଇରାଣ କରିଥିଲେ।

“ଦ୍ରୁତ ବେଗରେ ବୋଲିଙ୍ଗ କରିବା ମୋର ସବୁଠୁ ବଡ଼ ମୋଟୀଭେସନ ଅଟେ। ଯଦି ସଠିକ ଜାଗାରେ ବୋଲିଙ୍ଗ କରିବି ମୁଁ ଟି-୨୦ରେ ବହୁତ ସଫଳ ରହିପାରିବି”।ନ୍ୟୁଜ ଚ୍ୟାନେଲ ସହ କଥା ହେବେ ବେଳେ ତ୍ୟାଗୀ ଏହା କହିଛନ୍ତି।ତ୍ୟାଗୀ ଯୁବ ଖେଳାଳି ଅଟନ୍ତି ଓ ତାଙ୍କ ପାଖରେ ଅନୁଭବର କମି ଅଛି। ରାଜସ୍ଥାନ ରୟାଲ୍ସର ସାଙ୍ଗାକାରାଙ୍କର ମାନିବା ଅଟେକି ସେ ଜୋଫ୍ରା ଆର୍ଚ୍ଚରଙ୍କ କମିକୁ ଦୂର କରିପାରନ୍ତି।

Google

କୃଷକ ପରିବାରରୁ ଆସିଥିବା ତ୍ୟାଗୀ କହିଛନ୍ତି,”କଣ ପାଇଁ ଆପଣ ଆର୍ଚ୍ଚରଙ୍କ ଭଳି ସଫଳ ବୋଲର ହୋଇପାରିବେ ନାହିଁ? ମୁଁ ତାଙ୍କୁ ବହୁତ ପାଖରୁ ଦେଖିଛି ଓ ତାଙ୍କ ସହ ବହୁତ କଥା ହେଇଛି। ଆପଣ କାହାଠୁବି କେତେ ଶୁଣନ୍ତୁ ନା କାହିଁକି କିନ୍ତୁ ଯେବେ ଆପଣ ଆର୍ଚ୍ଚରଙ୍କ ଭଳି ବୋଲର ସାଙ୍ଗରେ ଘଣ୍ଟା ଘଣ୍ଟା କଥା ହୋଇ ଶିଖିଥାନ୍ତି ଏହାର କଥା କିଛି ଅଲଗା ହୋଇଥାଏ। ମୁଁ ପ୍ରୟାସ କରିବି ଆର୍ଚ୍ଚରଙ୍କ ପରି ଟିମ ପାଇଁ ସଫଳ ହେବାପାଇଁ”।

ତ୍ୟାଗୀଙ୍କ ମାନିବା ଆଟେକି ତାଙ୍କୁ ସଫଳତା ଓ ଅନୁଭବ ମିଳିବ କାରଣ ସେ ମେରଠରେ ଏକ କ୍ରିକେଟ ଏକାଡେମୀରେ ଭୁବନେଶ୍ୱର କୁମାରଙ୍କ ସହ ମ୍ୟାଚ ଖେଳିଛନ୍ତି। ଭୁବି ଭାଇ ଓ ବୁମରା ଭାଇ ତ ଆଜିର ଯୁବ ବୋଲରଙ୍କର ଆଦର୍ଶ ଅଟନ୍ତି। କିନ୍ତୁ ସତ କଥା ହେଉଛି ମୁଁ ଛୋଟ ବେଳୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ଙ୍କ ପରି ବୋଲିଙ୍ଗ କରିବାକୁ ଚାହାନ୍ତି। ଏପରି କହିବା ବେଳେ ତ୍ୟାଗୀଙ୍କ ଆଖରେ ଏକ ଅଲଗା ଚମକ ଥିଲା।

Google

ତ୍ୟାଗୀଙ୍କ ମାନିବା ଅଟେକି ପୂର୍ଵ ବର୍ଷ ଅଷ୍ଟ୍ରେଲିଆ ଗ୍ରସ୍ତରେ ତାଙ୍କୁ ବୁମରା ଓ ସାମୀଙ୍କ ଠୁ ବହୁତ କିଛି ଶିଖିବାକୁ ମିଳିଛି।କ୍ରିକେଟ ତାଙ୍କ ସପ୍ନକୁ ସାକାର କରୁଛି। କିନ୍ତୁ ତାଙ୍କର ଏକ ସ୍ୱପ୍ନ ଅଧା ରହିଗଲା କି ସେ ସଚିନ ତେନ୍ଦୁଲକରଙ୍କୁ ବୋଲିଙ୍ଗ କରିବାକୁ ଚାହୁଁଥିଲେ।

“ସବୁବେଳେ ମୋର ଇଚ୍ଛା ଥିଲା କି ମୁଁ ସଚିନ ସାରଙ୍କୁ ବୋଲିଙ୍ଗ କରିବି ଓ ବ୍ରେଟ ଲିଙ୍କ ସହିତ ମିଶିକି ଖେଳିବି।ଏବେ ଦୁହେଁ ସନ୍ୟାସ ନେଇସାରିଛନ୍ତି ତ ଆଶା କରିବି କେବେ ଅଲଗା ଦୁହିଁଙ୍କୁ ଭେଟିପାରିବି। ଖାସ କରି ବ୍ରେଟ ଲି ଙ୍କ ସହ ଯାହା ଦ୍ୱାରା ତାଙ୍କ ଟ୍ରେନିଙ୍ଗ ଓ ଜୀବନଶୈଳୀ ବାବଦରେ ଯେପରି ଜାଣିପାରିବି”।

Google

ଛୋଟ ସହରରୁ ଆସିଥିବା ତ୍ୟାଗିଙ୍କୁ ଛୋଟବେଳୁ ସମସ୍ତେ ବ୍ରେଟ ଲି ଡାକୁଥିଲେ କାରଣ ତାଙ୍କର ବୋଲିଙ୍ଗର ବେଗ ହିଁ କିଛି ଏପରି ଥିଲା। ତ୍ୟାଗୀ ଅଣ୍ଡର ୧୪ ରୁ ଅଣ୍ଡର ୧୯ ଖେଳିବା ଭିତରେ ୧୭ ବର୍ଷ ବୟସରେ ରଣଜୀ ମଧ୍ୟ ଖେଳିଗଲେ। ଅଣ୍ଡର୧୯ ରେ ସୁନ୍ଦର ବୋଲିଙ୍ଗ କରିବା ଦ୍ଵାରା ସେ ପ୍ରଥମ ଥର ଚର୍ଚାକୁ ଆସିଲେ। ସେ ସେବେ ଅଧିକ ଚର୍ଚାକୁ ଆସିଲେ ଯେବେ ଆଇପିଏଲ ୨୦୨୦ ଅକ୍ସନରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୩୦ କୋଟିରେ ନିଜ ଟିମରେ ସାମିଲ କଲା”।

ପୂର୍ଵ ବର୍ଷ ତ୍ୟାଗିଙ୍କ ସାଥି ଖେଳାଳି ବେନ ଷ୍ଟୋକସ ସୋସିଆଲ ମିଡ଼ିଆରେ ଲେଖିଥିଲେ କି ସେ ବ୍ରେଟ ଲି ଙ୍କ ପରି ଦୌଡିଥାନ୍ତି ଓ ତାଙ୍କ ଆକ୍ସନ ଇସାନ୍ତ ଶର୍ମାଙ୍କ ପରି ଅଟେ। ଆଉ କିଛି କ୍ରିକେଟ ଏକ୍ସପଟ କହିଛନ୍ତି ତାଙ୍କ ବୋଲିଙ୍ଗରେ ନ୍ୟୁଜଲ୍ୟାଣ୍ଡର ପୂର୍ଵ ଵୋଲର କ୍ରିସ ମାର୍ଟିନଙ୍କର ଝଲକ ଦେଖିବାକୁ ମିଳିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *