ଲାସୀଥ ମାଲିଙ୍ଗା ଆଇପିଏଲ ଇତିହାସର ସବୁଠୁ ସଫଳ ବୋଲର। ଟପ ୫ ବୋଲର ମାନଙ୍କ ଭିତରେ ତିନି ଜଣ ଭାରତୀୟ ସ୍ପିନର ସାମିଲ।ଦେଖନ୍ତୁ ଲିଷ୍ଟ।

ଲାସୀଥ ମାଲିଙ୍ଗା ଆଇପିଏଲର ଅଧିକତ୍ତର ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପାଇଁ ହିଁ ଖେଳିଛନ୍ତି ଆଉ ଏହି ବିଶ୍ୱ ସ୍ତରୀୟ ବୋଲର ୧୨୨ଟି ଆଇପିଏଲ ମ୍ୟାଚରେ ୧୭୦ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ଆଇପିଏଲ କ୍ୟାରିୟରରେ ୬ଥର ୪ୱିକେଟ ଅଥବା ତା ଠାରୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି ଯାହା କି ସର୍ବଧିକ ଅଟେ। ସେ ଥରେ ୧୩ ରନ ଦେଇକି ୫ୱିକେଟ ଅକ୍ତିଆର କରିଛନ୍ତି। ସେ ଏଥର ଆଇପିଏଲରେ ଖେଳିବାର ଦେଖା ଯିବେନି କାରଣ ସେ ଫ୍ରାଂଚାଇଜି କ୍ରିକେଟରୁ ସନ୍ୟାସ ନେଇ ଯାଇଛନ୍ତି।

Google

ପୂର୍ବ ୧୩ ବର୍ଷରୁ ନିଜର ଫିର୍କୀ ଜାଲରେ ବ୍ୟାଟ୍ସମ୍ୟାନ ମାନଙ୍କୁ ନଚେଇବା ବୋଲର ଅମିତ ମିଶ୍ର ଏଥର ଦିଲ୍ଲୀ କ୍ୟାପିଟାଲସଙ୍କ ପାଇଁ ଖେଳୁଥିବାର ନଜର ଆସିବେ। ପୂର୍ବ ସମସ୍ତ ବର୍ଷରୁ ଏହି ବୋଲର ସମସ୍ତ ଅଧିନାୟକ ମାନଙ୍କର ବ୍ୟକ୍ତିଗତ ଭାବେ ପସନ୍ଦ ରହି ଆସିଛନ୍ତି। ସେ ୧୪୬ ମ୍ୟାଚରେ ୧୫୭ ୱିକେଟ ଅକ୍ତିଆର କରିସାରିଛନ୍ତି ଅର୍ଥାତ ସେ ସର୍ବାଧିକ ୱିକେଟ ନେବା ଲିଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରିବାରୁ ମାତ୍ର ୧୦ ୱିକେଟ ଦୂର ଅଛନ୍ତି। ଏଥର ମାଲିଙ୍ଗା ଆଇପିଏଲ ଖେଳିବେନି ଅର୍ଥାତ ମିଶ୍ରଙ୍କ ପାଖରେ ମୌକା ଅଛି କି ସେ ସର୍ବାଧିକ ୱିକେଟ ନେଇ ପାରିବେ।

ଭାରତୀୟ ବୋଲର ପିୟୁସ ଚାୱଲା ୧୬୪ ଆଇପିଏଲ ମ୍ୟାଚ ଖେଳି ସାରିଛନ୍ତି। ଏହି ବୋଲର ଏରେ ମ୍ୟାଚ ମାନଙ୍କରେ ୧୫୬ ୱିକେଟ ଅକ୍ତିଆର କରିସାରିଛନ୍ତି ଆଉ ସେ ୭.୮୭ ଇକୋନୋମି ସହ ରନ ଦେଇଛନ୍ତି। ଏହି ବୋଲରକୁ ଆର ବର୍ଷ ଚେନ୍ନାଇ ଟିମ ଛାଡି ଦେଇଥିଲା ଆଉ ସେ ତାକୁ ବେଶ ପ୍ରାଇସରେ ମୁମ୍ବାଇ ଇଣ୍ଡିଆନ୍ସ ୨.୪୦ କୋଟି ଟଙ୍କାରେ କିଣି ନେଇଛି।

Google

ୱେଷ୍ଟ ଇଣ୍ଡିଜର କିମ୍ବଦନ୍ତୀ ଅଲ ରାଉଣ୍ଡର ଡେନ ବ୍ରାଭୋ ଚେନ୍ନାଇ ପାଇଁ ୧୪୦ ମ୍ୟାଚ ଖେଳି ସାରିଛନ୍ତି। ସେ ଏତିକି ମ୍ୟାଚ ମାନଙ୍କରେ ୧୫୩ ୱିକେଟ ଅକ୍ତିଆର କରିସାରିଛନ୍ତି ଆଉ ସର୍ବାଧିକ ୱିକେଟ ଲିଷ୍ଟରେ ଚତୁର୍ଥ ସ୍ଥାନରେ ଅଛନ୍ତି।

୪୦ ବର୍ଷୀୟ ହରଭଜନ ସିଂ ଙ୍କୁ ଏଥର ନିଲାମୀ ସମୟରେ ଚେନ୍ନାଇ ସୁପର କିଙ୍ଗସ ରିଲିଜ କରି ଦେଇଥିଲା ଆଉ ଏହି ବୋଲର ୧୬୦ଟି ଆଇପିଏଲ ମ୍ୟାଚରେ ୧୫୦ ୱିକେଟ ଅକ୍ତିଆର କରିସାରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *