ଆଇପିଏଲ ୨୦୨୧ ପାଇଁ ତିନିଥର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ଏହି ଥର ଜମିକରି ପ୍ରସ୍ତୁତି କରୁଛି । ୯ ଏପ୍ରିଲରୁ ଆରମ୍ଭ ହେଉଅଛି ଆଇପିଏଲର ୧୪ତମ ସଂସ୍କରଣ ପାଇଁ ସିଏସକେ ସବୁଠାରୁ ପ୍ରଥମେ ନିଜ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିଛି। ଏହା ସହିତ ଦଳରେ ଅଲଗା ଅଲଗା ଦେଶରୁ ମଧ୍ୟ କେତେକ ବୋଲରଙ୍କୁ ନେଟସ ପ୍ରାକ୍ଟିସ ପାଇଁ ଡାକିଛି। ସିଏସକେ ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକିଙ୍କୁ ନେଟ ପ୍ରାକଟିସ ପାଇଁ ଦଳ ସହ ଯୋଗ କରାଇଛି ବୋଲି ଜଣା ଯାଇଛି।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ନିଜ ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲର ଜରିଆରେ ଏହି ସୂଚନା ଜାରି କରିଛି। ଏହି ଯୁବ ଦ୍ରୁତ ବୋଲର ବୁଧବାରକୁ ଭାରତ ପାଇଁ ପ୍ରସ୍ତାନ ହୋଇଥିଲେ ଓ ମୁମ୍ବାଇରେ ସିଏସକେର ଦଳ ସହ ଯୋଡି ହୋଇଛନ୍ତି, ଯିଏ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।
୨୦ବର୍ଷର ଫଜଲହକ ଫାରୁକି ବାମହାତୀ ସିମର ଅଟନ୍ତି, ଯିଏ କିଛି ଦିନ ପୂର୍ବରୁ ହିଁ ଜିମ୍ବାୱେ ବିପକ୍ଷରେ ଆଫଗାନିସ୍ତାନ ପାଇଁ ଟି୨୦ ଅନ୍ତରାଷ୍ଟ୍ରୀୟରେ ପ୍ରଦାର୍ପଣ କରିଛନ୍ତି। ଫାରୁକି ଏପର୍ଯ୍ୟନ୍ତ ୧୨ଟି ପ୍ରଥମ ଶ୍ରେଣୀ,୬ଟି ଏ ଓ ୨ଟି ଟି୨୦ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ତାଙ୍କୁ ଭାରତର ଲିଜେଣ୍ଡାରୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଯୋଡି ହେବାର ମୌକା ମିଳୁଛି।

ଆଇପିଏଲ ୨୦୨୧ ପାଇଁ ସିଏସକେର ଖେଳାଳୀ ମୁମ୍ବାଇ ପହଞ୍ଚି ଯାଇଛନ୍ତି। ଦଳର ପ୍ରଥମ ମ୍ୟାଚ ୧୦ ଏପ୍ରିଲକୁ ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସିଏସକେର ନୂଆ ଜର୍ସି ଉନ୍ମୋଚନ କରିଛି। ଚେନ୍ନାଇର ଜର୍ସିରେ ହଳଦିଆ ରଙ୍ଗ ସହିତ ଭାରତୀୟ ସେନାର କୈମୋଫ୍ଲେଜ ମଧ୍ୟ ଯୋଡ଼ା ଯାଇଛି। ଜର୍ସିରେ କାନ୍ଧରେ କୈମୋଫ୍ଲେଜ ରଙ୍ଗକୁ ଜାଗା ମିଳିଛି।

ସେହିପରି, ୨୦୨୧ରେ ନିଜ କାରଣରୁ ଆଇପିଏଲ ନ ଖେଳିଥିବା ସିଏସକେର ଅଲରାଉଣ୍ଡର ସୁରେଶ ରାଇନା ମଧ୍ୟ ଆଇପିଏଲ ୨୦୨୧ ପାଇଁ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି।ରାଇନା ନିଜ ଅଧିକାରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି କଥାର ସୂଚନା ଦେଇଛନ୍ତି। ଆଇପିଏଲର ପ୍ରଥମ ମ୍ୟାଚ ୯ ଏପ୍ରିଲକୁ ମୁମ୍ବାଇ ଇଣ୍ଡିଆନସ ଓ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ। ଯାହା ବହୁତ ରୋମାଂଚକର ହେବ ବୋଲି ଆଶା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।