ମହେନ୍ଦ୍ର ସିଂ ଧୋନିଙ୍କର ଅଧିନାୟକତ୍ତ୍ୱରେ ଟିମ ଇଣ୍ଡିଆ ବହୁତ ସାରା ଉପଲବ୍ଧି ନିଜ ନାମରେ କରିଛି। ଟି ଟ୍ୱେଣ୍ଟି ବିଶ୍ୱ କପରେ ଜୀତ ,ଅଷ୍ଟ୍ରେଲିଆରେ ପ୍ରଥମ ଥର ତ୍ରିକୋଣୀୟ ସିରିଜରେ ଜୀତ, ଟେଷ୍ଟରେ ନମ୍ବର ଏକ ହେବା, ୨୦୧୧ ବିଶ୍ୱ କପରେ ଜୀତ, ୨୦୧୩ ଚାମ୍ପିଆନ୍ସ ଟ୍ରଫିରେ ଜୀତ ଇତ୍ୟାଦି ସବୁ ଜିନିଷ ଧୋନୀଙ୍କର କ୍ୟାପ୍ଟେନ୍ସିରେ ଜିତା ଯାଇଛି। ତାଙ୍କ ରହିଥିବା ସମୟରେ ଭାରତ ଅନେକ ରୋମାଂଚକ ମ୍ୟାଚ ମାନଙ୍କରେ ଜିତିଛି ଯାହା କି ଲୋକ ମାନେ କେବେ ବି ଭୁଲି ପାରିବେନି। ଜାନୁଆରୀ ୨୦୧୧ରେ ବିଶ୍ୱ କପ ହେବା ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ ଖେଳିଥିଲେ। ଏଥିରେ ଆଫ୍ରିକା ଟିମକୁ ୪୪ବଲରେ ୨ ରନର ଆବଶ୍ୟକତା ଥିଲା ତଥାପି ଆଫ୍ରିକୀ ଟିମ ୧ ରନରେ ହାରି ଯାଇଥିଲା।

ସେହି ମ୍ୟାଚରେ ମୁନ୍ନା ଭାଇ ମୁନାଫ ପଟେଲ ହିରୋ ସାବ୍ୟସ୍ତ ହେଇଥିଲେ ଯିଏ କି ମହତ୍ତ୍ୱପୂର୍ଣ ୪ଟି ୱିକେଟ ନେଇଥିଲେ ଆଉ ଗୁରୁତ୍ତ୍ୱପୂର୍ଣ ଶେଷ ୱିକେଟ ବି ଟିମକୁ ଦେଇ ଥିଲେ। ଭାରତ ଟସ ଜିତିକି ପ୍ରଥମେ ବ୍ୟାଟିଂ କରିବାର ଫଇସଲା କଲା ଆଉ ମାତ୍ର ୪୭.୨ ଓଭରରେ ୧୯୦ ରନରେ ଅଲ ଆଉଟ ହେଇଗଲା। ଭାରତ ପାଇଁ ଯୁବରାଜ ସିଂ ସର୍ବାଧିକ ୫୩ , ଏମ ଏସ ଧୋନୀ ୩୮, ସଚିନ ତେନ୍ଦୁଲକର ୨୪ ଆଉ ବିରାଟ କୋହଲି ୨୨ ରନର ଯୋଗଦାନ କରିଥିଲେ।
୧୯୧ ରନର ସହଜ ଲକ୍ଷକୁ ଆଖି ଆଗରେ ରଖି ଭାରତୀୟ ଫ୍ୟାନ ଏହା ଭାବିବାକୁ ଲାଗିଲେ କି ଆଫ୍ରିକୀ ଟିମ ଏହାକୁ ସହଜରେ ପାଇଯିବ। ସେହି ମ୍ୟାଚରେ ଆମଲା, ସ୍ମିଥ, କଳିନ ଇଂଗ୍ରାମ, ଏବି ଡି ଭିଲିଏର୍ସ, ଡେଭିଡ ମିଲର ଭଳି ଭୟଙ୍କର ବ୍ୟାଟ୍ସମ୍ୟାନ ଆଫ୍ରିକା ପାଇଁ ଖେଳୁଥିଲେ। ଏତେ ମଜବୁତ ବ୍ୟାଟିଂ ଦେଖିକି ବି ଭାରତୀୟ ବୋଲର ଡରି ନଥିଲେ। ଜାହିର ଖାନ, ଆଶିଷ ନେହରା, ମୁନାଫ ପଟେଲ, ହରଭଜନ ସିଂ ଆଉ ରୋହିତ ଶର୍ମା ବହୁତ ଉନ୍ନତ ବୋଲିଂ କରିଥିଲେ। ଗ୍ରେମ ସ୍ମିଥ (୭୭), ଡେଭିଡ ମିଲର(୨୭), ଆଉ ଇଂଗ୍ରାମ(୨୫) ରନ ବନେଇଥିଲେ। ମ୍ୟାଚ ଆମଲା(୪), ଡି ଭିଲିଏର୍ସ(୮) ଆଉ ଡୁମିନି(୧୩) ଶସ୍ତାରେ ଆଉଟ ହେଲେ।

ଗୋଟେ ସମୟରେ ଆଫ୍ରିକୀ ଟିମକୁ ୬୭ ବଲରେ ମାତ୍ର ୧୫ ରନର ଆବଶ୍ୟକତା ଥିଲା ଆଉ ତାର ତିନିଟି ବ୍ୟାଟ୍ସମ୍ୟାନ କ୍ରିଜରେ ଉପସ୍ଥିତ ଥିଲେ। ଏହା ଲାଗୁଥିଲା କି ସେମାନେ ସହଜରେ ଏହି ଲକ୍ଷ ପ୍ରାପ୍ତ କରିଯିବେ। ଏହି ସମୟରେ ହିଁ ମୁରଲୀ ବିଜୟ ଙ୍କର ଥୋରରେ ଯୁବରାଜ ଡେଲ ଷ୍ଟେନକୁ ରନ ଆଉଟ କରିଦେଲେ। ଏହାପରେ ୪୩ତ୍ତମ ଓଭରରେ ମୁନାଫା ପଟେଲଙ୍କର ବଲରେ ୟୁସୁଫ ମର୍ନି ମାର୍କେଲଙ୍କର ବହୁତ ଉନ୍ନତ କ୍ୟାଚ ନେଲେ। ଏହାପରେ ଆଫ୍ରିକାକୁ ୪୪ ବଲରେ ୨ରନର ଆବଶ୍ୟକତା ଥିଲା ଆଉ ୱେନ ପାର୍ନେଲ ମୁନାଫ ପଟେଲଙ୍କର ବଲରେ ଯୁବରାଜ ସିଂଙ୍କୁ ଏକ କ୍ୟାଚ ଦେଇଦେଲେ। ଚକର୍ସ ନାମରେ ପ୍ରସିଦ୍ଧ ଆଫ୍ରିକୀ ଟିମ ଏକ ସହଜ ମ୍ୟାଚ ନିଜ ହାତରୁ ହରାଇଦେଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।