୪ମାର୍ଚ୍ଚକୁ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଶୁଭମନ ଗିଲ ଭଲ ଖେଳ ଦେଖେଇବାକୁ ଚେଷ୍ଟା କରିବେ। ପୂର୍ବ ୬ଟି ପାରିରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି। ମୟଙ୍କ ଅଗ୍ରୱାଲଙ୍କ ଘୋରଇ ପିଚରେ ଭଲ ରେକର୍ଡ ଅଛି। ୪ୟ ଟେଷ୍ଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତ ୨-୧ ରେ ସିରିଜର ଆଗୁଆ ଅଛି। ଏହି ମ୍ୟାଚକୁ ଡ୍ର କଲେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ପହଁଚିଯିବ। ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପହଁଚିସାରିଛି।

ଚେନ୍ନାଇ ଟେଷ୍ଟର ପ୍ରଥମ ପାରିରେ ଗିଲ ୨୯ ରନ କରିଥିଲେ ଏବଂ ଦ୍ୱିତୀୟ ପାରିରେ ୫୦ ରନର ପାରି ଖେଳିଥିଲେ। କ୍ୟାପଟେନ କୋହଲି ଶୁଭମନ ଗିଲଙ୍କୁ ପ୍ରଶଂସା କରିଥିଲେ। ଭାରତ ଏହି ଟେଷ୍ଟ ହାରିଯାଇଥିଲା। ୨ୟ ଟେଷ୍ଟରେ ଗିଲ ୦ ଆଉ ୧୪ ରନ ବନେଇଥିଲେ। ୩ୟ ଟେଷ୍ଟରେ ବି ଗିଲ ଫ୍ଲପ ରହିଥିଲେ। ପ୍ରଥମ ପାରିରେ ଆର୍ଚ୍ଚରଙ୍କର ସର୍ଟ ବଲରେ ଗିଲ ଆଉଟ ହୋଇଥିଲେ। ୨ୟ ପାରିରେ ୧୫ ରନ ବନେଇ ନଟ ଆଉଟ ରହିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ସିରିଜରେ ଗିଲ ଉଚ୍ଚ କୋଟିର ପଦର୍ଶନ ଜାରି ରଖିଥିଲେ। ସେ ୪୫,୩୫,୫୦,୩୧,୭,୯୧ ରନ ବନେଇଥିଲେ। ୬ ଟେଷ୍ଟରେ ଗିଲ ୩୮ ଔଷତରେ ୩୭୮ ରନ ବନେଇଥିଲେ। ଏଥିରେ ୩ଟି ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ।

ମୟଙ୍କ ୪ ଟେଷ୍ଟରେ ଅର୍ଦ୍ଧଶତକ ଲଗେଇପାରିଲେନି, ଘରୋଇ ଔଷତ ୧୦୦:
ପ୍ରଥମ ୨ଟେଷ୍ଟରେ ଅଷ୍ଟ୍ରେଲିଆରେ ତାଙ୍କୁ ଓପନ କରିବାକୁ ମୌକା ମିଳିଥିଲା। ସେ ୪ଟି ପାରିରେ ୧୭,୯,୦,୫ ବନେଇଥିଲେ। ଖେଳାଳିଙ୍କ ଆହତ ଯୋଗୁଁ ସେ ୪ୟ ଟେଷ୍ଟରେ ବାହାରିଲେ। ୫ ନମ୍ବରରେ ସେ ବ୍ୟାଟିଂ କଲେ। ସେ ୩୮ ଆଉ ୯ ରନର ପାରି ଖେଳିଥିଲେ। ତାଙ୍କର ପୂର୍ବ ୮ଟି ପାରିରେ ଅର୍ଦ୍ଧ ଶତକ ମାରିପାରିଲେନି। ହେଲେ ତାଙ୍କର ଘୋରଇ ପିଚରେ ଭଲ ଫର୍ମ ଅଛି। ସେ ୫ଟି ଟେଷ୍ଟରେ ୬ଟି ପାରିରେ ପାଖାପାଖି ୧୦୦ ଔଷତରେ ୫୯୭ ରନ ବନେଇଥିଲେ, ଏଥିରେ ୩ଟି ଶତକ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।