ତିସାରା ପରେରା ନିଜ ନାମ ରେକର୍ଡ ବୁକରେ ସ୍ଥାପନ କରିଛନ୍ତି। ଶ୍ରୀଲଙ୍କାର ଏହି ଅଲରାଉଣ୍ଡର ଗୋଟେ ଓଭରରେ ୬ ଟି ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି।ତିସାରା ପରେରା ଲିଷ୍ଟ ଏ ଟୁର୍ଣ୍ଣାମେଣ୍ଟରେ ଆର୍ମି ସ୍ପୋର୍ଟସ କ୍ଲବ ତରଫରୁ ଖେଳି ଏହି ରେକର୍ଡ କରିଛନ୍ତି। କିନ୍ତୁ ସେହି ମ୍ୟାଚ ଖରାପ ଆଲୁଅ ପାଇଁ ବନ୍ଦ କରିବାକୁ ପଡିଲା। ପରେରା ଯେବେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ ସେବେ ପାରିର କେବଳ ୨୦ ଟି ବଲ ଖେକିବାକୁଥିଲା।

ପରେରା ପାରିର ଶେଷ ଓଭରରେ ସ୍ପିନର ଦିଲହନ କୁରେଙ୍କ ଓଭରରେ ୬ ଟି ଛକା ମାରିଥିଲେ। ୬ ଟି ଛକା ଦ୍ଵାରା ପରେରା ବ୍ଲୁଫିଲ୍ଡ କ୍ଲବ ବିପକ୍ଷରେ ମାତ୍ର ୧୩ ବଲରେ ଅର୍ଦ୍ଧଶତକ ମାରିଦେଇଥିଲେ। ସେ ୧୩ ବଲରେ ୫୨ ରନ କରି ନଟ ଆଉଟ ରହିଥିଲେ । କ୍ରିକେଟର କୌଣସି ବି ଫର୍ମାଟରେ ୬ ବଲରେ ୬ ଛକା ମାରିବାରେ ତିସାରା ପରେରା ଶ୍ରୀଲଙ୍କାର ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି। ଶ୍ରୀଲଙ୍କା ତରଫରୁ ସବୁଠୁ କମ ବଲରେ ଅର୍ଦ୍ଧ ଶତକରେ ମଧ୍ୟ ସେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ସେ ୨୦୦୫ ରେ ମାତ୍ର ୧୨ ବଲରେ ଅର୍ଦ୍ଧ ଶତକ ମାରିଥିଲେ । ଦିଲକନ କୁରେ ୪ ଓଭରରେ ୭୨ ରନ ଦେଇ ଏକ ମଧ୍ୟ ୱିକେଟ ନେଇପାରିନଥିଲେ।
ଆର୍ମି ସ୍ପୋର୍ଟସ କ୍ଲବ ପ୍ରଥମେ ବ୍ୟାଟିଙ୍ଗ କରି ୪୧ ଓଭରରେ ୩ ଟି ୱିକେଟ ହରାଇ ୩୧୮ ରନ ବନେଇଥିଲା। ବର୍ଷା କାରଣରୁ ମ୍ୟାଚକୁ ୫୦ ଓଭରକୁ ୪୧ ଓଭର କରାଯାଇଥିଲା। ଏହାର ଜବାବରେ ବ୍ଲୁଫିଲ୍ଡ ୧୭ ଓଭରରେ ୭୩ ରନରେ ୬ ୱିକେଟ ହରାଇଦେଇଥିଲେ। କିନ୍ତୁ ଖରାପ ଆଲୁଅ ପାଇଁ ମ୍ୟାଚକୁ ବନ୍ଦ କରିବାକୁ ପଡିଲା। ଦୁଇ ଟିମକୁ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଦୁଇ ଅଙ୍କ ମିଳିଲା।

ଏହି ବର୍ଷ ୬ ଛକା ମାରିଥିବା ଦ୍ୱିତୀୟ ଖେଳାଳି:
ତିସାରା ପରେରାଙ୍କ ପୂର୍ବରୁ ଏହି ବର୍ଷ ୱେଷ୍ଟଇଣ୍ଡିଜର କାୟରନ ପୋଲାଡ଼ ଗୋଟେ ଓଭରରେ ୬ ଟି ଛକା ମାରିଥିଲେ। ସେ ଏହି କାମ ଶ୍ରୀଲଙ୍କା ବିରୁଦ୍ଧରେ ହିଁ ଇଣ୍ଟରନେସନାଲ କ୍ରିକେଟରେ କରିଥିଲେ। ଗୋଟେ ଓଭରରେ ୬ ଛକା ମାରିବାରେ ଦୁନିଆ ସାରାର ପରେରା ୯ ମ ଖେଳାଳି ଅଟନ୍ତି। ସବୁଠୁ ଆଗ ୱେଷ୍ଟଇଣ୍ଡିଜର ଗୈରି ସୋବର୍ସ ଏହି କାମ କରିଥିଲେ। ତାଙ୍କ ପରେ ଭାରତର ରବି ଶାସ୍ତ୍ରୀ ଏହି କାମ କରିବାର ନଜର ଆସିଥିଲେ। ଦୁହେଁ ଫାଷ୍ଟକ୍ଳାସ କ୍ରିକେଟରେ ଏହି କାମ କରିଥିଲେ।

ଗିବସ ଓ ଯୁବରାଜ ବିଶ୍ୱକପରେ ଏହି କାରନାମା କରିଥିଲେ:
ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବସ ୨୦୦୭ରେ ବିଶ୍ୱକପରେ ଏହି କାର୍ଯ୍ୟ କରିଥିଲେ। ଯେବେକି ଭାରତର ଯୁବରାଜ ସିଂହ ୨୦୦୭ରେ ଟି-୨୦ ବିଶ୍ୱକପରେ ଏହି କାର୍ଯ୍ୟ କରିଥିଲେ।ତାଙ୍କ ଛଡା ରୋସ ୱାଇଟଲି ,ହଜରତୁହଲ୍ଲା ଜଜାଇ ଓ ଲିଓ କାର୍ଟରବି ଗୋଟେ ଓଭରରେ ୬ ଟି ଛକା ମାରିସାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।