ଏହି ଡାକ୍ତର ଦମ୍ପତି ମାତ୍ର ୧ ଟଙ୍କାରେ କରିଥାନ୍ତି ରୋଗୀଙ୍କ ଚିକିତ୍ସା, ଶେଷରେ ଅମିତାଭ ବି କଲେ ସାଲ୍ୟୁଟ, ଜାଣନ୍ତୁ କିଏ ସେ ।

ଅମିତାଭ ବଚ୍ଚନଙ୍କ ଦ୍ଵାରା ହୋଷ୍ଟ ହେଉଥିବା ଶୋ କନ ବନେଗା କରୋଡ଼ ପତି ପ୍ରତି ଥର ନିଜର ବିଶେଷ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାଏ। କିଛି ଲୋକ ଯେଉଁଠି ଏଠାକୁ ଆସି ନିଜ ଭାଗ୍ୟ ଚମକାଇ ଥାନ୍ତି ଆଉ କିଛି ଲୋକ ନିଜର ଭଲ କାମ ଏହି ଶୋ ଦ୍ଵାରା ଦୁନିଆକୁ ଜଣାଇଥାନ୍ତି। ଆଜି ଆମେ ଜଣେ ଏପରି ମଣିଷଙ୍କ କଥା କହିବୁ ଯିଏକି ସମାଜର କଲ୍ୟାଣ ପାଇଁ ବହୁତ ଖାସ ପଦକ୍ଷେପ ଉଠାଇଛନ୍ତି।

Google
ଅମିତାଭ ବି କରିବେ ସଲାମ:-

କନ ବନେଗା କରୋଡ଼ ପତି ଶୋରେ ଏଥର କର୍ମବୀର ସ୍ପେଶାଲ ଏପିଶୋଡ଼ ହେବ। ଏଥିରେ ଏକ ଦମ୍ପତି ନଜର ଆସିବେ। ଏହି ଦମ୍ପତିଙ୍କ କାମକୁ ଦେଖି ବଲିଉଡ଼ର ବାଦଶାହା ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ସଲାମ କରିଛନ୍ତି।ଆପଣଙ୍କୁ କହିରଖିବୁକି କେବିସି କର୍ମବୀର ସ୍ପେସାଲ ଏପିଶୋଡ଼ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡକ୍ଟର ରବୀନ୍ଦ୍ର କୋହ୍ଲଲେ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡକ୍ଟର ସ୍ମିତା କୋହ୍ଲଲେ ନଜର ଆସିବେ। ଏହାର ପ୍ରମୋ ଶୋର ସୋସିଆଲ ମିଡିଆରେ ସେୟାର ହୋଇଥିବାର ଦେଖାଦେଇଛି।

Google
କୃଷକଙ୍କ ପ୍ରତି କରିଛନ୍ତି ଏହି କାମ:-

ସୋନି ଟିଭି ଚ୍ୟାନେଲ ନିଜ ଅଧିକାରୀଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କର୍ମବୀର ସ୍ପେଶାଲ ଏପିଶୋଡର ଏକ ପ୍ରମୋ ଭିଡ଼ିଓ ସେୟାର କରିଛନ୍ତି। ଏହି ପ୍ରୋମୋ ଭିଡ଼ିଓରେ ରବୀନ୍ଦ୍ର କୋହ୍ଲଲେ ଓ ସ୍ମିତା କୋହ୍ଲଲେଙ୍କ ଜୀବନର ଏକ ଝଲକ ଦେଖାଯାଇଛି। ଯେଉଁଥିରେ ସେ ଦୁହେଁ ରୋଗୀ ଓ କୃଷକଙ୍କ ସେବା କରୁଥିବା ନଜର ଆସିଛନ୍ତି।

ଶୋର ପ୍ରୋମୋ ସେୟାର କରାଯାଇ ଲେଖାଯାଇଛିକି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡକ୍ଟର ରବୀନ୍ଦ୍ର କୋହ୍ଲଲେ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡକ୍ଟର ସ୍ମିତା କୋହ୍ଲଲେ ଅନେକ ବର୍ଷରୁ ଗ୍ରାମୀଣ ଆଦିବାସୀ ସମୁଦାୟ ଲୋକଙ୍କ ଦେଖାଶୁଣାରେ ଲାଗିଛନ୍ତି। ଡକ୍ଟର ରବୀନ୍ଦ୍ର କୋହ୍ଲଲେ ଓ ଡକ୍ଟର ସ୍ମିତା କୋହ୍ଲଲେ ଗତ ୩୨ ବର୍ଷ ହେବ ଗରିବ ଓ କୃଷକଙ୍କ ସେବା କରୁଛନ୍ତି। ଅନେକ ଲୋକଙ୍କ ସେବା କରିବା ପାଇଁ ମାତ୍ର ୧ ଟଙ୍କା ଫିସ ନେଇଥାନ୍ତି।

Google
୧ ଟଙ୍କାରେ କରିଥାନ୍ତି ଚିକିତ୍ସା:-

ଆପଣଙ୍କୁ କହିରଖିବୁ ରବୀନ୍ଦ୍ର କୋହ୍ଲଲେ ଓ ସ୍ମିତା କୋହ୍ଲଲେଙ୍କ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ରହିଥାନ୍ତି।ସେ ଅନେକ ବର୍ଷ ହେବ ମେଲଘାଟ କ୍ଷେତ୍ରର ବୈରାଗଡ଼ରେ ଆଦିବାସୀ ସମୁଦାୟର ସେବା କରୁଛନ୍ତି। ସେ ମାତ୍ର ୧ ଟଙ୍କାରେ ରୋଗୀଙ୍କ ସେବା କରୁଛନ୍ତି। ଡାକ୍ତରି ସେବା ପରେ ସେମାନେ ଲୋକଙ୍କ ଭିତରେ ଜାଗରିକତା ବଢ଼ାଉଛନ୍ତି।ତାଙ୍କର ସେହି ପ୍ରୟାସ ଦ୍ଵାରା ସେଠାକର ଛୋଟ ଛୁଆଙ୍କ ମୃତ୍ୟୁ ପ୍ରତିଶତ କମିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.