IPL ୨୦୨୧ ଅକ୍ସନ: ଏହି ୧୧ ବିଦେଶୀ ଖେଳାଳି ଅକ୍ସନରେ ହୋଇପାରନ୍ତି କୋଟିପତି । ୪ ନମ୍ବରରେ ଅଛନ୍ତି ବିଶ୍ୱର ମହାନ ବ୍ୟାଟ୍ସମାନ ।

ଆଇପିଏଲ ୨୦୨୧ର ନିଲାମୀ ୧୮ ଫେବୁଆରୀକୁ ହେବାକୁ ଅଛି। ୨୯୨ ଖେଳାଳି ନିଲାମୀରେ ଓହ୍ଲାଇବେ। ୮ ଟି ଟିମ ୬୧ ଜଣ ଖେଳାଳିଙ୍କୁ କିଣିବା ପାଇଁ ଓହ୍ଲାଇବେ। ନିଲାମୀ ସୂଚରେ ୧୬୪ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ଏବଂ ଏସୋସିଏଟ ଦେଶର ୩ ଜଣ ଖେଳାଳିଙ୍କୁ ଜାଗା ମିଳିଛି।

Google

ଏରୋନ ଫିଞ୍ଚ: ସୀମିତ ଓଭର କ୍ରିକେଟରେ ଫିଞ୍ଚ ଜଣେ ଭଲ ଖେଳାଳି ଅଟନ୍ତି। ଅଷ୍ଟ୍ରେଲିଆ ପାଇଁ ସେ ୬୬ ଟି ଟି-୨୦ ମ୍ୟାଚରେ ୨୧୪୯ ରନ କରିଛନ୍ତି। ତାଙ୍କ ଔସଡ ୩୭.୭ ଓ ଷ୍ଟାଇକରେଟ ୧୫୪.୦୫ ଅଟେ। ସେ ଦୁଇଟି ଶତକ ଓ ୧୨ ଅର୍ଦ୍ଧଶତକ ମାରିଛନ୍ତି। କୌଣସି ବି ଆଇପିଏଲ ପାଇଁ ସେ ବିସ୍ପୋଟକ ସାବ୍ୟସ୍ତ ହୋଇପାରିବେ।

ଇବିନ ଲୁଇସ ମରାଠା ଅରେବିୟସ ବୋଲର ମୁକତାର ଅଲ୍ଲୀଙ୍କ ବଲରେ ଧମାକାଦାର ପ୍ରହାର କରିଛନ୍ତି। ସେ ୫ ଟି ଛକା ମାରି ନିଜ ଟିମକୁ ଜିତାଇଥିଲେ। ସେ ନିଜ ଦକ୍ଷ ବଳରେ ଦିଲ୍ଲୀକୁ ୫ ଓଭରରେ ମ୍ୟାଚ ଜିତାଇ ଦେଇଥିଲେ। ସେ ମୁକତାର ଓଭରରେ ୩୩ ରନ ବନେଇଥିଲେ।

ଇବିନ ଲୁଇସ: ୱେଷ୍ଟଇଣ୍ଡଜର ଓପନର ଲୁଇସ ଜଣେ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ୧୫୮ଟି-୨୦ରେ ୪୪୫୨ ରନ ବନେଇଛନ୍ତି। ତାଙ୍କର ଔସତ ୩୦.୭ ଓ ଷ୍ଟାଇକରେଟ ୧୪୨.୩୮ ଅଟେ। ଏଥିରେ ୪ ଟି ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ ଅଛି। ୱେଷ୍ଟଇଣ୍ଡଜର ପାଇଁ ତାଙ୍କ ଷ୍ଟାଇକରେଟ ୧୫୫.୪ ଅଟେ।

Google

ଯେସନ ରାୟ: ଇଂଲଣ୍ଡର ଓପନର ଯେସନ ରାୟ ମଧ୍ୟ ଆଇପିଏଲରେ ଟିମ ପାଇଁ ବିସ୍ପୋଟକ ସାବ୍ୟସ୍ତ ହୋଇପାରିବେ। ଟି-୨୦ରେ ତାଙ୍କ ଷ୍ଟାଇକରେଟ ୧୪୪ ଓ ଏକଦିବସିୟରେ ୧୦୭ ଅଟେ। ଜନି ବେୟରେଷ୍ଟୋଙ୍କ ସହିତ ସେ ଦୁନିଆର ମହାନ ଓପନରଙ୍କ ମଧ୍ୟରୁ ଅନ୍ୟତମ।

ଷ୍ଟିଭ ସ୍ମିଥ: ଆଧୁନିକ କ୍ରିକେଟରେ ବେଷ୍ଟ ବ୍ୟଟ୍ସମ୍ୟାନ ଷ୍ଟିଭ ସ୍ମିଥ ପୂର୍ଵ କିଛି ବର୍ଷରେ ଟି-୨୦ରେ ଅଧିକ ବିକଶିତ ହୋଇଛନ୍ତି। ସେ ୨୦୯ ଟି-୨୦ ରେ ୩୦.୬ ଔସତରେ ୪୦୦୦ ରନ ବନେଇଛନ୍ତି। ମଧ୍ୟ କ୍ରମରେ ସେ ମହାନ ବ୍ୟଟ୍ସମ୍ୟାନ ଅଟନ୍ତି।

Google

ଡେଭିଡ ମଲାନ: ଇଂଲଣ୍ଡର ବ୍ୟଟ୍ସମ୍ୟାନ ଡ଼େଭିଡ଼ ମଲାନ ଟି-୨୦ କ୍ରିକେଟରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ନିଜ କ୍ୟାରିୟରର ଆରମ୍ଭରେ ୧୯ ମ୍ୟାଚରେ ୫୪.୪୩ ଔସତରେ ୮୫୫ ରନ କରିଛନ୍ତି। ସେ ଗୋଟେ ଶତକ ଓ ୯ ଅର୍ଦ୍ଧଶତକ କରିଛନ୍ତି। ତାଙ୍କ ଷ୍ଟାଇକରେଟ ୧୪୯.୪୭ ।

ଗ୍ଲେନ ମାକ୍ସୋଏଲ: ତାଙ୍କୁ ନିଲାମୀରେ ଦେଖିବା ବହୁତ ଔଲୋକୀକ ହେବ। ଆଇପିଏଲ ୨୦୨୦ରେ ସେ ପଞ୍ଜାବ ପାଇଁ ୧୩ ଟି ମ୍ୟାଚ ଖେଳି ୧୦୯ ରନ ହିଁ କରିପାରିଥିଲେ। ତାଙ୍କ ଔସତ ୧୫.୪୨ ଥିଲା ଓ ଷ୍ଟାଇଲରେଟ ୧୦୧.୮୮। ଏହା ପରେ ମଧ୍ୟ ସୀମିତ ଓଭର କ୍ରିକେଟରେ ସେ ଜଣେ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସିୟ କ୍ରିକେଟରେ ତାଙ୍କ ଷ୍ଟାଇକରେଟ ୧୨୫.୪୩ ଓ ଟି-୨୦ରେ ୧୫୭.୯୫ ଅଟେ।

Google

କ୍ରିସ ମୋରିସ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଟି-୨୦ର ଦୁନିଆର ମହାନ ଅଲରାଉଣ୍ଡର ମଧ୍ୟରୁ ଜଣେ ଅଟନ୍ତି। ୟୁଏଇରେ ଆରସିବି ପଟୁ ଖେଳି ସେ ତତ୍କାଳୀନ ନିଜ ରୂପ ଦେଖାଇଥିଲେ। ମୋରିସଙ୍କ ଷ୍ଟାଇକ ରେଟ ଟି-୨୦ ରେ ୧୫୧.୦୨ । ସେ ୨୧୮ ମ୍ୟାଚରେ ୧୭ ଔସତ ଓ ୭.୭୫ ଏକୋନୋମି ରନ ରେଟରେ ୨୭୦ ୱିକେଟ ଅକ୍ତିଆର କରିଛନ୍ତି।

ଏଲେକ୍ସ କ୍ୟାରି: ଅଷ୍ଟେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୟାରି ରାଷ୍ଟ୍ରୀୟ ଟିମ ପାଇଁ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ଏକଦିବସିୟରେ ସେ ଟିମ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ଟି-୨୦ ରେ ସେ ସଫଳ ରହିଲେ ନାହିଁ।

Google

ଆଦିଲ ରାସିଦ: ଇଂଲଣ୍ଡର ଏହି ଲେଗ ସ୍ପିନର ୧୭୯ ଟି-୨୦ରେ ୨୦୧ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କ ଔସତ ୨୧.୫୮ ଓ ଷ୍ଟାଇକରେଟ ୧୮.୨ ଅଟେ। ସେ ଜଣେ ଭଲ ଚୟସ ଅଟନ୍ତି କୌଣସି ବି ଟିମ ପାଇଁ।

ଜାଇ ରିଚର୍ଡସନ: ଅଷ୍ଟ୍ରେଲିଆର ଡାହାଣହାତୀ ଏହି ଦ୍ରୁତ ବୋଲର ଭଲ ଖେଳାଳି ଅଟନ୍ତି। ୨୦୨୧ ବିଗ ବ୍ୟାସ ଲିଗରେ ସେ ପର୍ଥ ସ୍କଚରସ ପାଇଁ ସର୍ବାଧିକ ୨୯ ୱିକେଟ ଅକ୍ତିଆର କରିଥିଲେ। ତାଙ୍କର ଇକୋନୋମି ୭.୬୯ ରହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *