ଇଂଲଣ୍ଡର ଏହି ଚତୁର ବୋଲର ଭାରତ ପାଇଁ ହୋଇପାରନ୍ତି ବଡ଼ ବିପଦ। ନାମ ଜାଣିଲେ ହେବର ଚକିତ।

ଇଂଲଣ୍ଡର ଷ୍ଟାର ବୋଲର ଜ୍ୟାକ ଲିଚ, ଇଂଲଣ୍ଡ ଆଉ ଶ୍ରୀଲଙ୍କା ଭିତରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ପୁରା ଷ୍ଟାର ହେଇଗଲେ। ସେ ସେହିଦିନ ଶ୍ରୀଲଂକାର ଚାରିଟି ୱିକେଟ ମାତ୍ର ୫୯ ରନ ଦେଇକି ନେଇଗଲେ। ଏହା ଭାରତ ପାଇଁ ବିପଦର ସୂଚନା ଅଟେ। ପ୍ରକୃତରେ ଇଂଲଣ୍ଡର ଶ୍ରୀଲଙ୍କା ଦୋହରା ୨୬ ଜାନୁଆରୀକୁ ସମାପ୍ତ ହେବ ଆଉ ତା ପରେ ସେ ଭାରତ ଦୋହରା କରିବ। ଏଠାରେ ଇଂଲଣ୍ଡ ଚାରି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏବେ ଇଂଲଣ୍ଡର ଅଫ ସ୍ପିନର ଗ୍ରେମ ସ୍ୱାନ ତାଙ୍କୁ ଭାରତ ବିପକ୍ଷରେ ଇଂଲଣ୍ଡର ଟ୍ରାମ୍ପ କାର୍ଡ ବୋଲି କହିଛନ୍ତି।

Google

ଯଦି ଜ୍ୟାକ ଲିଚଙ୍କର ବୋଲିଂ ବାବଦରେ କହିବା ତ ୨୦୧୮ ମସିହାରେ ଡେବ୍ୟୁ କରିଥିବା ଲିଚ ୧୨ ଆନ୍ତର୍ଜାତୀୟ ମ୍ୟାଚ, ୯୧ ଫାଷ୍ଟ କ୍ଳାସ ମ୍ୟାଚ ତଥା ୧୬ଟି ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି। ତାଙ୍କ ନାମରେ ପୁରା ୩୬୪ଟି ୱିକେଟ ଅଛି। ଯାହା ଭିତରୁ ୪୪ଟି ଟେଷ୍ଟ ୱିକେଟ, ୨୯୯ଟି ଫାଷ୍ଟ କ୍ଳାସ ୱିକେଟ ଆଉ ୨୧ଟି ଲିଷ୍ଟ ଏ ୱିକେଟ ଅଛି।

ଭାରତ ପାଇଁ ହେଇ ପାରନ୍ତି ବିପଦ:

ଆଗାମୀ ମାସରୁ ଆରମ୍ଭ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡର ଟେଷ୍ଟ ସିରିଜରେ ଭାରତ ପାଇଁ ଜ୍ୟାକ ଲିଚ ବହୁତ ବଡ଼ ବିପଦ ଠିଆ କରି ପାରନ୍ତି। ପ୍ରକୃତରେ ଲିଚ ଜଣେ ବାମହାତୀ ସ୍ପିନର ଆଉ ଭାରତୀୟ ବ୍ୟାଟ୍ସମ୍ୟାନ ସାମ୍ନାରେ ବାମହାତୀ ସ୍ପିନର ସର୍ବଦା ବଡ଼ ବିପଦ ସୃଷ୍ଟ କରନ୍ତି। ସ୍ୱାନଙ୍କର କହିବା କଥା କି ଇଂଲଣ୍ଡ ପାଇଁ ଲିଚ ସବୁଠୁ ବଡ଼ ସଫଳତା ର ଚାବି ହେଇ ପାରନ୍ତି। ତାଙ୍କୁ ସିଧା ବୋଲିଂ କରିବାକୁ ହେବ ଆଉ ୱିକେଟକୁ ଟାର୍ଗେଟ କରିକି ବୋଲିଂ କରିବାକୁ ହେବ।

Google
ଛୋଟବେଳୁ ଆଖିରେ ପ୍ରବ୍ଲେମ:

ଜ୍ୟାକ ଲିଚ ଛୋଟବେଳୁ ଆଖିରେ କଷ୍ଟ ନେଇକି ଅଛନ୍ତି ଯାହା ପାଇଁ ସେ ମହାଚ ଭିତରେ ଚଷମା ଲଗେଇକି ବୋଲିଂ କରନ୍ତି। ମ୍ୟାଚ ଭିତରେ ଚଷମାକୁ ସର୍ବଦା ସଫା କରିଥାନ୍ତି। ବେନ ଷ୍ଟୋକ୍ସ କାରଣରୁ ତାଙ୍କୁ ଜୀବନ ସାରା ଫ୍ରିରେ ଚଷମା ମିଳିବ। ପ୍ରକୃତରେ କଥା ହେଉଛି ୨୦୧୯ ଆସେସ ସିରିଜ ର ଯେଉଁଠାରେ ଦଶମ ୱିକେଟ ପାଇଁ ଷ୍ଟୋକ୍ସ ଆଉ ଲିଚ ମିସିକି ଏକ ମହତ୍ତ୍ୱପୂର୍ଣ ପାରଟନରସିପ କରିକି ଇଂଲଣ୍ଡକୁ ଐତିହାସିକ ଜୀତ ଦେଇଥିଲେ। ଅଷ୍ଟ୍ରେଲିଆ ହାତରୁ ମ୍ୟାଚ ଛଡେଇ ଆଣିଥିଲେ।

ଏକ ସମୟ ଥିଲା ଯେବେ ଇଂଲଣ୍ଡକୁ ୭୩ ରନର ଆବଶ୍ୟକତା ଥିଲା। ତାଙ୍କ ହାତରେ ମାତ୍ର ଗୋଟେ ହିଁ ୱିକେଟ ଥିଲା ମାତ୍ର ଜ୍ୟାକ ଲିଚ ଆଉ ଷ୍ଟୋକସଙ୍କ ଭିତରେ ହେଇଥିବା ୭୬ ରନର ପାର୍ଟନରଶିପ ଇଂଲଣ୍ଡ ପାଇଁ ମ୍ୟାଚ ଦେଇଦେଲା। ଏଥିରେ ଷ୍ଟୋକସ ୭୪ ରନ କରିଥିଲେ ମାତ୍ର ଦ୍ୱିତୀୟ ପଟେ ଲିଚ ନିଜର ୱିକେଟ ବଞ୍ଚେଇକି ରଖିଲେ। ମ୍ୟାଚ ପରେ ଷ୍ଟୋକସ ନିଜର ସ୍ପୋର୍ଟସ ସ୍ପେକସେଭସ ମାନଙ୍କ ସହ କଥା ହେଇକି ଲିଚଙ୍କୁ ଜୀବନ ସାରା ଫ୍ରିରେ ଚଷମା ଦେବାକୁ କହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *