ଇଂଲଣ୍ଡର ଯେଉଁ ବ୍ୟାଟ୍ସମ୍ୟାନ ମାନେ ବୋଲରଙ୍କ ଉପରେ ଗୋଟିଏରୁ ବଡ଼ ଆଉ ଗୋଟେ ଶର୍ଟ ଖେଳିଥାନ୍ତି । ଯାହାଙ୍କୁ ଅଧିକ ବେଗ ବା ଅଧିକ ବାଉନ୍ସ ବଲରେ ମଧ୍ୟ ଅଟକାଯାଇ ପାରିନଥାଏ ସେମାନେ ଭୁବନେଶ୍ୱର କୁମାରଙ୍କ ସୁଇଂଙ୍ଗ ବଲରେ ଅସହାୟ ହୋଇଗଲେ। ଆଘାତରୁ ଫେରିବା ପରେ ଇଂଲଣ୍ଡ ବିରୁଦ୍ଧରେ ଏହି ଭୁବନେଶ୍ୱର କୁମାର ଫେରିଲେ ଓ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଏତେ ଭଲ ବୋଲିଙ୍ଗ କରିଛନ୍ତି କି ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକଲ ବୋନ ତାଙ୍କୁ ପ୍ରଶଂସା କରିବାରେ ଲାଗିଲେ।

ମାଇକଲ ବୋନ କ୍ରିକବଜ ସହ କଥାବାର୍ତ୍ତା ହେବା ସମୟରେ କହିଛନ୍ତି ପୁରା ଦୁନିଆରେ ଭୁବନେଶ୍ୱର କୁମାରଙ୍କ ଭଳି କଳା କାହା ପାଖରେ ନାହିଁ। ଭୁବନେଶ୍ୱର କୁମାର ଦୁନିଆର ସବୁଠୁ ପ୍ରତିଭାଶାଳୀ ଖେଳାଳି ଅଟନ୍ତି। ତାଙ୍କ ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ରହିଥାଏ ସତ କିନ୍ତୁ ସେ ବଲକୁ ବାହାରକୁ ଓ ଭିତରକୁ ଦୁଇପଟକୁ ସୁଇଙ୍ଗ କରିପାରନ୍ତି। ତାଙ୍କ ପାଖରେ କଟର୍ସବି ଅଛି ଯାହା ତାଙ୍କୁ ଅଧିକ ଖତରନାକ କରିଦେଉଛି।
ଆଘାତ ପରେ ଫେରି ଏଭଳି ପ୍ରଦର୍ଶନ ସୁନ୍ଦର ଅଟେ- ମାଇକଲ ବୋନ:
ମାଇକଲ ବୋନ ଭୁବନେଶ୍ୱର କୁମାର ଆଘାତରୁ ଫେରିବା ପରେ ତାଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭୁବି ଏତେ ଦିନ ପର୍ଯ୍ୟନ୍ତ ଇଣ୍ଟରନେସନାଲ କ୍ରିକେଟରୁ ଦୂରରେ ରହିଥିଲେ ଏପରି ଫେରିବା ଗଜବ ଅଟେ। ସେ କହିଛନ୍ତି ଯେଉଁଠି ପୁନେ ରେ ଅନ୍ୟ ବୋଲର ମାଡ଼ ଖାଉଥିଲ ସେଠି ଭୁବନେଶ୍ୱର କୁମାର ୯ ଓଭରରେ ମାତ୍ର ୩୦ ରନ ଦେଇଥିଲେ। ତାଙ୍କ ଇକୋନୋମି ୪ ରନରୁ କମ ରହିଥିଲା ଓ ୨ଟି ୱିକେଟ ଅକ୍ତିଆର କରିଥିଲେ।

ଟି-୨୦ ସିରିଜରେ ବି କମାଲ ପ୍ରଦର୍ଶନ:
ଟି-୨୦ ସିରିଜରେ ମଧ୍ୟ ଭୁବନେଶ୍ୱର କୁମାର ସୁନ୍ଦର ପ୍ରଦର୍ଶନ କରିବାର ନଜର ଆସିଥିଲେ। ଭୁବିଙ୍କ ୫ ଟି ଟି-୨୦ରେ ୪ ଟି ୱିକେଟ ମିଳିଥିଲା କିନ୍ତୁ ତାଙ୍କ ଇକୋନୋମି ରେଟ ୬.୩୮ ରହିଥିଲା। ସେହି ପିଚରେ ଭୁବିଙ୍କ ଆଉଟ ସୁଇଙ୍ଗ ଓ ଇନ ସୁଇଙ୍ଗ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରୁଥିଲା। ବାକି ଥିବା ଦୁଇଟି ଏକଦିବସିୟରେ ମଧ୍ୟ ଭୁବିଙ୍କ ଠାରୁ ଏହିପରି ପ୍ରଦର୍ଶନରର ଭରସା ରହିଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।