ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ମଣ୍ଟି ପାନେସର ବିରାଟ କୋହଲିଙ୍କ ବାବଦରେ ବହୁତ ବଡ଼ କଥା କହିଦେଇଛନ୍ତି। ତାଙ୍କର କହିବା କଥା କି ଯଦି ଭାରତ ଟି ଟ୍ୱେଣ୍ଟି ଅଥବା ୱାନ ଡେ ବିଶ୍ୱ କପ ଜିତୁନାହିଁ ତ କୋହଲିଙ୍କୁ ଅଧିନାୟକ ପଦବୀରୁ ଇସ୍ତଫା ଦେଇ ଦେବା ଦରକାର। ପ୍ରକୃତରେ ପାନେସର “ସ୍ପୋର୍ଟସକିଡା” କୁ ଇଣ୍ଟରଭିଉ ଦେଇକି ଏହି କଥା କହିଛନ୍ତି। ପାନେସରଙ୍କର କହିବା କଥା କି ଯଦି କୋହଲିଙ୍କ ଅଧୀନରେ ଭାରତ ଟି ଟ୍ୱେଣ୍ଟି ଅଥବା ୱାନ ଡେ ବିଶ୍ୱ କପ ଜିତୁନାହିଁ ତ କୋହଲିଙ୍କୁ ଅଧିନାୟକ ପଦବୀରୁ ଇସ୍ତଫା ଦେବାକୁ ପଡି ପାରେ। ତାଙ୍କ ମୁତାବିକ ଯଦି ଏପରି ନ ହେଲା ତ ତାଙ୍କ ଅଧିନାୟକ ପଦବୀ ଉପରେ ବହୁତ ସାରା ପ୍ରଶ୍ନ ଉଠିବ।

ଏବେ ହିଁ ଟି ଟ୍ୱେଣ୍ଟି ୱାର୍ଲଡ଼ କପ ୨୦୨୧ ଆଉ ଏକ ଦିବସିୟ ବିଶ୍ୱ କପ ୨୦୨୩ ଦୁଇଟି ଯାକ ହିଁ ଭାରତରେ ହେବାକୁ ଅଛି। ପାନେସରଙ୍କ ମୁତାବିକ ବିରାଟ କୋହଲିଙ୍କ ଅଧୀନରେ ଭାରତକୁ ଏହି ଦୁଇଟି ଭିତରୁ କେଉଁ ଗୋଟେ କପ ଜିତିବା ଦରକାର। ପାନେସର କହୁଛନ୍ତି କି କୋହଲି ଭଲ କ୍ୟାପଟେନଷିପ କରୁଛନ୍ତି ମାତ୍ର ତାଙ୍କୁ ଅଧିନାୟକ ଭାବେ କେଉଁ ଗୋଟେ କପ ଜିତିବାର ଅଛି। ମାତ୍ର ସେ କହିବା କଥା କି ଏବେ ଭାରତୀୟ ଟିମରେ ଅଧିନାୟକ ବଦଳ କରିବାର କିଛି ଆବଶ୍ୟକତା ନାହିଁ ମାତ୍ର ଯେତେବେଳେ କୋହଲି ଟିମକୁ ଫେରିବେ ତ ତାଙ୍କ ପାଖରେ ଅଧିନାୟକ ଭାବେ ଏକ ନୂତନ ଚ୍ୟାଲେଞ୍ଜ ରହିବ।
ପ୍ରକୃତରେ ଆଜିଙ୍କ୍ୟ ରାହାଣେଙ୍କର ଅଧିନାୟକତ୍ତ୍ୱ ରେ ଭାରତ ଅଷ୍ଟ୍ରେଲିଆରେ ୨-୧ ରେ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫି ଜିତିବା ପରେ ବିରାଟ କୋହଲିଙ୍କର ଅଧିନାୟକତ୍ତ୍ୱ ଉପରେ ପୁନର୍ବାର ପ୍ରଶ୍ନ ଉଠୁଛି। ପାନେସର କହିଲେ କି ବିରାଟ କୋହଲିଙ୍କର ଅଧିନାୟକ ଭାବେ କିଛି ବିପଦ ନାହିଁ ମାତ୍ର ଯଦି ସେ ନିଜର ଅଧିନାୟକ ପଦବୀ ଭିତରେ ଗୋଟେ ବି କପ ନ ଜିତନ୍ତି ତାହେଲେ ତାଙ୍କୁ ଅଧିନାୟକ ପଦବୀରୁ ଇସ୍ତଫା ଦେବାକୁ ପଡିପାରେ। ଆଜି ଯାଏ କୋହଲିଙ୍କ ଅଧୀନରେ ଭାରତ ଗୋଟେ ବି ଆଇସିସି ଟ୍ରଫି ବିଜୟ ଲାଭ କରିନାହିଁ।

ଏଠାରେ ଯେତେବେଳେ ବର୍ଡର ଗାଭାସ୍କର ଟ୍ରଫି ଆଜିଙ୍କ୍ୟ ରାହାଣେ ଜିତିଲେ ତ ପାନେସର କହିଲେ କି ଏହା ଏକ ଗୁରୁତ୍ତ୍ୱପୂର୍ଣ ଡିବେତ ଅଟେ। ଯେବେ ରୋହିତ ଆଉ ରାହାଣେଙ୍କୁ ଅଧିନାୟକ ର ଭାର ଦିଆଗଲା ସେମାନେ ବହୁତ ଭଲ କାମ କଲେ। ଏବେ ତାହା କୋହଲିଙ୍କ ଉପରେ ନିର୍ଭର କରେ କି ସେ ଦୁଇ ଜଣ ଲିଡ଼ରଙ୍କୁ କିପରି ସମ୍ଭାଳିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।