IND VS ENG:ଇଂଲଣ୍ଡର ପୂର୍ବ କ୍ରିକେଟର କୋହଲି ଏବଂ ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ। ଚାରିଆଡେ ହେଉଛି ଚର୍ଚ୍ଚା।

ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ମ୍ୟାଚ ମାନଙ୍କରେ ନିଜ ଅଧିନାୟକତ୍ତ୍ୱରେ ଟିମ ମାନଙ୍କରେ ଜବରଦସ୍ତ ପ୍ରୟୋଗ କରୁଛନ୍ତି। ଏହି ପ୍ରୟୋଗ କରିବା ଭିତରେ ସେ ପଞ୍ଚମ ମ୍ୟାଚରେ ରୋହିତ ଶର୍ମା ଙ୍କ ସହ ନିଜେ ହି ଅପନିଙ୍ଗ କରିବାକୁ ଓହ୍ଲେଇ ଆସିଲେ। ତାଙ୍କର ଏହି ନିଷ୍ପତ୍ତି କୁ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭନ ବହୁତ ପ୍ରଶଂସା କରିଛନ୍ତି ଆଉ ସେ କହିଛନ୍ତି କି ଏହାଠାରୁ ବଡ଼ ଓପନିଙ୍ଗ ଜୋଡି ପୁରା ଦୁନିଆରେ ହେଇ ପାରିବ ନାହିଁ। ଏହି ଦୁଇ ଜଣ ପ୍ରଥମ ୯ ଓଭରରେ ୯୪ ରନ କଲେ। କୋହଲି ୮୦ ରନ କରି ନଟ ଆଉଟ ରହିଲେ ଆଉ ରୋହିତ ଶର୍ମା ୬୪ ରନର ପାରି ଖେଳିଲେ।

Google

ବିରାଟ କୋହଲିଙ୍କର ଓପନିଙ୍ଗ କରିବାର ଫଇସଲା ତାଙ୍କ ଆଲୋଚକ ମାନଙ୍କୁ ବି ପୁରା ଚୁପ କରି ଦେଇଛି। ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭନ ପୂର୍ବ ଦୁଇ ମାସ ହେଲା ଭାରତ ବିପକ୍ଷରେ ଦର୍ଜନ ଦର୍ଜନ ଏପରି ଟ୍ୱିଟ କରୁଛନ୍ତି ଯାହା କି ଭାରତୀୟ ଟିମ ଅଥବା ଟିମର ଅଧିନାୟକଙ୍କର ମଜାକ ବନେଇବା ହେଇଥିବ। ମାତ୍ର ସେ ଶନିବାର ଦିନ ଭାରତର ଅଧିନାୟକଙ୍କର ଅପନିଙ୍ଗ କରିବା ଉପରେ ପ୍ରଶଂସା କରି ଟ୍ୱିଟ କଲେ। ସେ ଲେଖିଲେ,” ବିରାଟ କୋହଲି ତଥା ରୋହିତ ଶର୍ମା ଙ୍କ ଠାରୁ ଭଲ ଓପନିଙ୍ଗ ଯୋଡି ପୁରା ଦୁନିଆରେ ହେଇ ପାରିବ ନାହିଁ। ଏହା ସେହିପରି ଅଟେ ଯେପରି ସଚିନ ଆଉ ସେହ୍ଵାଗ ଥିଲେ। ଆଶା ଅଛି କି ସେମାନେ ଏହି ଯୋଡିକୁ ଆଗକୁ ବି ରଖିବେ।”

ଭାରତର ଓପନର କେ ଏଲ ରାହୁଲଙ୍କର ଲଗାତାର ଅସଫଳତା ପରେ ବିରାଟ କୋହଲି ତାଙ୍କୁ ପ୍ଲେୟିଙ୍ଗ ଇଲେଭେନ ରୁ ହି ବାହାର କରିଦେଲେ। ତାଙ୍କ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନଙ୍କୁ ନୁହଁ ବରଂ ଦ୍ରୁତ ବୋଲର ଟି ନଟରାଜନଙ୍କୁ ସ୍ଥାନ ଦେଇଥିଲେ। ଏହା ସହିତ ହିଁ ରୋହିତଙ୍କ ସହ ଓପନିଙ୍ଗ କରିବାକୁ ଆସି ଓପନିଙ୍ଗ କରିବାର ସମସ୍ୟା ବି ଦୂର କରିଦେଲେ।

Google

ଏମିତି ନୁହଁ କି କୋହଲି ପ୍ରଥମ ଥର ପାଇଁ ଓପନିଙ୍ଗ କରିଛନ୍ତି ମାତ୍ର ଏହା ତାଙ୍କର ଅଷ୍ଟମ ସୁଯୋଗ ଅଟେ। ଏହା ଆଗରୁ ସେ ଭାରତ ପାଇଁ ୭ଥର ଓପନିଙ୍ଗ କରି ପାରିଛନ୍ତି। ଏହା ଆଗରୁ କୋହଲି ସବୁଠୁ ଛୋଟ ଫର୍ମାଟରେ ଯେତେବେଳେ ଓପନିଙ୍ଗ କରିବାକୁ ଆସିଛନ୍ତି ସେତେବେଳେ ସେ ୮ଟି ମ୍ୟାଚରେ ୩୮.୧୬ ହାରରେ ୨୬୭ ରନ କରିଛନ୍ତି ଯାହା ଭିତରୁ ଦୁଇଟି ଅର୍ଦ୍ଧଶତକ ବି ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *