ବିରାଟ କୋହଲିଙ୍କୁ ଡରିଲେ ଇଂରେଜ! ଏହି ଇଂଲଣ୍ଡର ମହାନ ଅଲରାଉଣ୍ଡର ଦେଲେ କୋହଳିଙ୍କୁ ନେଇ ବୟାନ।

ଭାରତ ଓ ଇଂଲଣ୍ଡ ମଝିରେ ଚାରି ଟେଷ୍ଟ ମ୍ୟାଚର ସିରିଜ ୫ ଫେବୁଆରୀରୁ ଆରମ୍ଭ ହେବ। ସିରିଜ ପୂର୍ବରୁ ଇଂଲଣ୍ଡ ଖେଳାଳି ଲଗାତର ଭାରତକୁ ବୟାନ ଦେଉଛନ୍ତି।ଅଲରାଉଣ୍ଡର ମୋଇନ ଅଲ୍ଲୀ କହିଛନ୍ତି ସେ ଜାଣିନାହାଁନ୍ତି ଭାରତ ସହ ଆଗାମୀ ଟେଷ୍ଟ ସିରିଜରେ ସେ ବିରାଟ କୋହଲିଙ୍କ ଠୁ କିପରି ପାର ପାଇବେ। ତାଙ୍କୁ ଲାଗୁଛିକି ଅଷ୍ଟ୍ରେଲିଆରେ ସେ ନିଜ ଟିମର ସୁନ୍ଦର ବିଜୟର ଅଂଶ ନହୋଇଥିବାରୁ ସେ ଏବେ ଭଲ ଖେଳ ଖେଳିବା ପାଇଁ ବେସି ପ୍ରେରିତ ହେବେ।

Google

କୋହଲି ଅଷ୍ଟ୍ରେଲିଆ ବିରୁଦ୍ଧରେ ଚାରି ଟେଷ୍ଟ ମ୍ୟାଚର ସିରିଜର ପ୍ରଥମ ମ୍ୟାଚ ପରେ ଭାରତ ଫେରିଆସିଥିଲେ। ସେ ନିଜ ପ୍ରଥମ ସନ୍ତାନ ଜନ୍ମ ହେବା କାରଣରୁ ପାଇଁ ଭାରତ ଫେରିଆସିଥିଲେ। ଜାନୁଆରୀ ମାସରେ ତାଙ୍କ ପତ୍ନୀ ଅନୁଷ୍କା ଏକ ଝିଅକୁ ଜନ୍ମ ଦେଇଛନ୍ତି। ମୋଇନ କହିଛନ୍ତି,”ଆମେ ତାଙ୍କୁ କିପରି ଆଉଟ କରିବୁ ? ସେ ନିଶ୍ଚିନ୍ତ ରୂପରେ ଭଲ ଖେଳାଳି ଅଟନ୍ତି ଓ ବିଶ୍ୱ ସ୍ତରୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରିତ ରହିଥାନ୍ତି। ମତେ ପୁରା ବିଶ୍ୱାସ ଅଛିକି ଅଷ୍ଟ୍ରେଲିଆରେ ତାଙ୍କ ଟିମର ଭଲ ପ୍ରଦର୍ଶନ ପରେ ସେ ଅଧିକ ପ୍ରେରିତ ହେବେ ଓ କାରଣ ତାଙ୍କ ଝିଅ ହେବା ପାଇଁ ସେ ଭାରତ ଫେରିଆସିଥିଲେ”।

ମୋଇନ କହିଛନ୍ତି କି ,”ମୁଁ ଜାଣିନାହିଁ କି ଆମେ ତାଙ୍କୁ କିପରି ଆଉଟ କରିବୁ କାରଣ ମତେ ଲାଗୁନାହିଁ କି ତାଙ୍କର କୌଣସି କମଜୋରି ଅଛି କିନ୍ତୁ ଆମ ପାଖରେ ଭଲ ବୋଲିଙ୍ଗ ଆକ୍ରମଣ ଅଛି ଓ ଆମ ପାଖରେ ଭଲ ବୋଲର ଅଛନ୍ତି। ସେ ବହୁତ ଭଲ ମଣିଷ ଓ ମୋର ଭଲ ବନ୍ଧୁ ଅଟନ୍ତି। ଆମେ କ୍ରିକେଟକୁ ନେଇ ଅଧିକ କଥା କହୁନାହିଁ”। ମୋଇନ କହିଛନ୍ତି ସେ ଏବେବି ମ୍ୟାଚ ବିଜେତା ପ୍ରଦର୍ଶନ କରିବା ପାଇଁ ସକ୍ଷମ ଓ ଭାରତର ଟାର୍ଗେଟକୁ ମଧ୍ୟ ସହ୍ୟ କରିବା ପାଇଁ। ଟେଷ୍ଟ ଛଡା ଇଂଲଣ୍ଡକୁ ଭାରତରେ ତିନୋଟି ଏକଦିବସିୟ ଓ ପାଞ୍ଚଟି ଟି-୨୦ ଖେଳିବାର ଅଛି।

Google

ମୋଇନ କହିଛନ୍ତି କି ଟେଷ୍ଟ କ୍ରିକେଟ ଖେଳିବା ତାଙ୍କ ପାଇଁ ସବୁଠୁ ବଡ଼ ପ୍ରେରଣା ଓ ଆଗାମୀ ସିରିଜ ପାଇଁ ସେ ଛୋଟ ଛୋଟ ଲକ୍ଷ ପାର କରୁଛନ୍ତି। ସେ କହିଛନ୍ତି,”ମତେ ଟିମରେ ବଛାଯିବ କି ନାହିଁ ଏହା ଅଲଗା କଥା । ଯେଉଁ ପର୍ଯ୍ୟନ୍ତ ଖେଳିବାର କଥା ଉଠୁଛି ମୁଁ ପୁରା ପ୍ରସ୍ତୁତ ଅଛି। ମୁଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଛି। ମତେ ଏବେବି ଲାଗୁଛି ମୁଁ ୱିକେଟ ଅକ୍ତିଆର କରିପାରିବି ,ରନ ମଧ୍ୟ ବନେଇପାରିବି ଓ ମ୍ୟାଚ ଜିତାଇ ପାରିବି। ମୁଁ ୨୦୦ ୱିକେଟ ନେବାରୁ ଅଧିକ ଦୂରରେ ନାହିଁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *