ଏହି ପୂର୍ବ ଓପନରଙ୍କ ଦାବି, ସଚିନଙ୍କ ଟେଷ୍ଟ ରେକର୍ଡ଼ ଭାଙ୍ଗିପାରନ୍ତି ଇଂଲଣ୍ଡର ଏହି ଷ୍ଟାର ବ୍ୟାଟ୍ସମାନ, ନାମ ଜାଣିଲେ ହୋସ ଉଡିଯିବ।

ଇଂଲଣ୍ଡ ଟିମ ଟେଷ୍ଟ ଓ ଟି ୨୦ ସିରିଜ ପାଇଁ ଭାରତ ଆସିଛି।୫ ଫେବୃଆରୀକୁ ଦୁଇ ଟିମ ମଧ୍ୟରେ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିଭିନ୍ନ ବୟାନ ଆରମ୍ଭ ହୋଇଗଲାଣି। ପୂର୍ଵ ଓପ୍ନର ବ୍ୟାଟ୍ସମ୍ୟାନ ଜ୍ୟୋଫ୍ରି ବାୟକାଟଙ୍କୁ ଲାଗୁଛି କି ଇଂଲଣ୍ଡଙ୍କ ଅଧିନାୟକ ଜୋ ରୁଟ ଭାରତର ଦିଗଜ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କାଟିବାର କ୍ଷମତା ରଖିଛନ୍ତି।

Google

ଶ୍ରୀଲଙ୍କା ବିରୁଦ୍ଧରେ ନିକଟରେ ସମାପ୍ତ ହୋଇଥିବା ୨ ଟେଷ୍ଟ ମ୍ୟାଚ ସିରିଜରେ ୩୦ ବର୍ଷୀୟ ରୁଟ ୪ ପାରିରେ ୧୦୬.୫୦ ଔଷତରେ ୪୨୬ ରନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୨୨୮ ଥିଲା। ଇଂଲଣ୍ଡ ଏହି ସିରିଜ ୨-୦ରେ ଜିତିଲା। ରୁଟ ଇଂଲଣ୍ଡ ତରଫରୁ ଟେଷ୍ଟ କ୍ରିକେଟରେ ଅଧିକ ରନ କରିବାରେ ଚତୁର୍ଥ ନମ୍ବରରେ ଅଛନ୍ତି। ସେ ୨ ଦ୍ବିଶତକ ମାରିବାରେ ପ୍ରଥମ ଅଧିନାୟକ ଅଟନ୍ତି। ବାୟକାଟ “ଦ ଟେଲିଗ୍ରାଫ”ରେ ନିଜ କଲମରେ ଲେଖିଲେ,”ଡେଭିଡ ଗାବର,କେଭିନ ପିଟରସନ ଓ ମୋ ଠାରୁ ଅଧିକ ରନ କରି ଇଂଲଣ୍ଡ ତରଫରୁ ସର୍ବାଧିକ ରନ କରିବାର କଥା ଭୁଲିଯାଅ। “ଜୋ ରୁଟଙ୍କୁ ୨୦୦ ଟେଷ୍ଟ ଖେଳିବାରେ ଓ ସଚିନଙ୍କ ଠୁ ଅଧିକ ରନ କରିବାରେ ଦକ୍ଷତା ଅଛି।

ସେ କହିଲେ,”ରୁଟ ଏବେ ୩୦ ବର୍ଷୀୟ ଅଟନ୍ତି ଓ ୯୯ ଟେଷ୍ଟରେ ୮୨୪୯ ରନ କରିଛନ୍ତି। ଯଦି ସେ ଗମ୍ଭୀର ରୂପରେ ଆହତ ନ ହୁଅନ୍ତି ତେବେ ସେ ସଚିନ ତେନ୍ଦୁଲକରଙ୍କ ୧୫୯୨୧ ରନକୁ ସେ ସହଜରେ କାଟିପାରିବେ”। ସେ ଚାହାଁନ୍ତି ନାହିଁ କି ରୁଟଙ୍କ ତୁଳନା ପୂର୍ବ ଦିଗଜ ଖେଳାଳି ସହ ହେଉ। ତାଙ୍କର ଆକଳନ ତାଙ୍କର ସମକାଳୀନଙ୍କ ସହ କରାଯାଉ।

Google

ସେ କହିଲେ “ତାଙ୍କ ସମକାଳୀନ ଯେପରି ବିରାଟ କୋହଲି,ଷ୍ଟିଭ ସ୍ମିଥ,କେନ ୱିଲିୟମସନ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି ଯିଏ ଅଧିକ ରନ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି। ଆମକୁ ରୁଟଙ୍କ ବ୍ୟାଟିଂର ଆନନ୍ଦ ନେଵାର ଅଛି।ପୂର୍ଵ ଖେଳାଳିଙ୍କ ସହ ନୁହେଁ ବରଂ ତାଙ୍କ ସମସାମୟିକ ଏହି ଖେଳାଳିଙ୍କ ସହ ଆକଳନ କରିବା ଉଚିତ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *