ଟିମ ଇଣ୍ଡିଆର ନୂଆ ଚିଫ ସିଲେକ୍ଟର ଘୋଷଣା, ସିଏସି ଇଣ୍ଟରଭିଉ ପରେ ନେଲା ବଡ଼ ଫଇସଲା । ଚେତନ ଶର୍ମାଙ୍କୁ ମିଳିଲା ଦାୟିତ୍ବ ଭାର।

ବିସିସିଆଇ ଗୁରୁବାରକୁ ଟିମ ଇଣ୍ଡିଆର ନୂଆ ଚିଫ ସିଲେକ୍ଟରର ଘୋଷଣା କରିଛି। କ୍ରିକେଟ ଆଡ଼ଭାଇଜର କମିଟିର ଇଣ୍ଟରଭିଉ ପରେ ପୂର୍ବ କ୍ରିକେଟର ଚେତନ ଶର୍ମାଙ୍କୁ ଚିଫ ସିଲେକ୍ଟର ମନୋନୀତ କରାଯାଇଛି। ତାଙ୍କ ଛଡା ପୂର୍ବ ବୋଲର ଅଭୟ କୁରୁବିଲା ଓ ଦେବାଶିଷ ମୋହନ୍ତି ମଧ୍ୟ ସିଲେକ୍ସନ କମିଟିରେ ସାମିଲ ହୋଇଯାଇଛନ୍ତି। ଏହି ତିନିଜଣଙ୍କ ଛଡା ହରବିନ୍ଦର ସିଂହ ଓ ସୁନୀଲ ଯୋଶୀ ବି ସିଲେକ୍ସନ କମିଟିର ଅଂଶ ଅଟନ୍ତି। ଏହାର ଅର୍ଥ ବର୍ତ୍ତମାନର ଚୟନ ସମିତିରେ ନୂଆ ପାଞ୍ଚଜଣ ବୋଲର ସାମିଲ ହୋଇଛନ୍ତି। ଯାହା ମଧ୍ୟରୁ ୪ ଜଣ ଫାଷ୍ଟ ବୋଲର ଅଟନ୍ତି।
କ୍ରିକେଟ ଆଡ଼ଭିଆଜର କମିଟି ଚୟନକର୍ତା ପାଇଁ ଇଛୁକ ଥିବା ସମସ୍ତଙ୍କ ଇଣ୍ଟରଭିଉ ନେଇଛି। ମଦନ ଲାଲଙ୍କ ଅଧକ୍ଷତାରେ ସିଏସି ଚେତନ ଶର୍ମାଙ୍କ ନାମରେ ଅନ୍ତିମ ମୋହର ଲଗାଇଲା। ବିସିସିଆଇ ଗୁରୁବାରକୁ ପ୍ରେସ ମିଟ କରି ଏହାର ଫଇସଲା କରିଛି। ସିଏସି, ଚେତନ ଶର୍ମା, ଅଭୟ କୁରୁବିଲା ଓ ଦେବାଶିଷ ମୋହନ୍ତିଙ୍କୁ ଟିମ ଇଣ୍ଡିଆର ସିଲେକ୍ସନ କମିଟି ପାଇଁ ବାଛିଛନ୍ତି। ଭବିଷ୍ୟତରେ କମିଟିର ଅଧକ୍ଷତା ଚେତନ ଶର୍ମା କରିବେ। କାରଣ ଚେତନ ସମିତିର ସବୁ ସଦସ୍ୟଙ୍କ ଠୁ ସିନିୟର ଅଟନ୍ତି। ସିଏସି ଚୟନକର୍ତା କାର୍ଯ୍ୟଳୟର ଏକ ବର୍ଷ ପରେ ଧାରଣା କରିବ। ତିନିଜଣ ନୂଆ ସଦସ୍ୟ ସୁନୀଲ ଯୋଶୀ ଓ ହରବିନ୍ଦର ସିଂହଙ୍କ ସହିତ ଯୋଡିହେବ।

ଚେତନ ଶର୍ମା ଅଜିତ ଅଗରକରଙ୍କୁ ପଛରେ ଛାଡିଦେଇଛନ୍ତି:
କହିରଖିବୁ ଏହା ପୂର୍ବରୁ ମିଡିଆ ରିପୋର୍ଟରେ ଅଜିତ ଅଗରକର ଚିଫ ସିଲେକ୍ଟର ହେବା ଖବର ଆସୁଥିଲା କିନ୍ତୁ ଶେଷ ସମୟରେ ଚେତନ ଶର୍ମା ବାଜି ମାରିଦେଇଛନ୍ତି।କହିରଖିବୁ ଟିମ ଇଣ୍ଡିଆର ସିଲେକ୍ଟର ହେବା ପାଇଁ ଅଜିତ ଅଗରକର, ମନିନ୍ଦର ସିଂହ,ନୟନ ମୋଗିଆ, ଏସ ଏସ ଦାସ, ଓ ରାଣା ଦେବ ବୋଷ ମଧ୍ୟ ଆପ୍ଲାଏ କରିଥିଲେ।
ଟିମ ଇଣ୍ଡିଆର ନୂଆ ଚୟନସମିତିର କାର୍ଯ୍ୟଭାର ଇଂଲଣ୍ଡ ସିରିଜରୁ ଆରମ୍ଭ ହେବ। ଚେତନ ଶର୍ମାଙ୍କ ଅନୁଗାମୀରେ ଚୟନକର୍ତା ଇଂଲଣ୍ଡ ସହିତ ଚାରିଟି ଟେଷ୍ଟ, ପାଞ୍ଚଟି ଟି-୨୦ ଓ ତିନୋଟି ଏକଦିବସିୟ ମ୍ୟାଚ ପାଇଁ ଟିମ ବାଛିବେ।ଇଂଲଣ୍ଡ ଓ ଭାରତ ସିରିଜର ଟିମ ଘୋଷଣା ୫ ଫେବୁଆରୀରୁ ହେବ।

ଚେତନ ଶର୍ମା, ଅଭୟ କୁରୁବିଲା ଓ ଦେବାଶିଷ ମହାନ୍ତିଙ୍କ କ୍ୟାରିୟର:
ଭାରତ ପାଇଁ ୨୩ ଟେଷ୍ଟ ଓ ୬୫ ଏକଦିବସିୟ ମ୍ୟାଚ ଚେତନ ଶର୍ମା ଖେଳିଛନ୍ତି,ଯାହାଙ୍କୁ ଏବେ ୫୪ ବର୍ଷ। ଚେତନ ଶର୍ମା ଟେଷ୍ଟରେ ୬୧ ଓ ଏକଦିବସିୟରେ ୬୭ ୱିକେଟ ଅକ୍ତିଆର କରିଛନ୍ତି। ପୂର୍ବ ଦ୍ରୁତ ବୋଲର ଅଭୟ କୁଲବିଲା ଭାରତ ପାଇଁ ୧୦ ଟି ଟେଷ୍ଟରେ ୨୫ ୱିକେଟ ହାସଲ କରିଛନ୍ତି। ସେହିପରି ୨୫ ଏକଦିବସିୟ ରେ ମଧ୍ୟ ୨୫ ୱିକେଟ ଅକ୍ତିଆର କରିଛନ୍ତି। ଦେବାଶିଷ ମୋହନ୍ତି ମଧ୍ୟ ଭାରତ ପାଇଁ ୨ ଟି ଟେଷ୍ଟରେ ୪ଟି ୱିକେଟ ନେଇଛନ୍ତି। ସେହିପରି ୪୫ ଏକଦିବସିୟରେ ୬୭ ୱିକେଟ ନିଜ ନାମରେ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ