ଉମେଶ ୟାଦବଙ୍କ ସ୍ଥାନରେ ଜାଗା ପାଇଲେ ଏହି ଦ୍ରୁତ ବୋଲର, ରୋହିତଙ୍କୁ ମଧ୍ୟ ମିଳିଲା ବଡ଼ ଉପଲବ୍ଧି, ଜାଣିଲେ ହେବେ ଚକିତ।

ଭାରତ ବନାମ ଅଷ୍ଟ୍ରେଲିଆ ଭିତରେ ହେବାକୁ ଥିବା ଶେଷ ଦୁଇଟି ମ୍ୟାଚ ପାଇଁ ଭାରତୀୟ ବୋଲିଂରେ ନଟରାଜନଙ୍କୁ ସାମିଲ କରି ଦିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ଏହି କଥାର ସ୍ପଷ୍ଟିକରଣ କରାଯାଇଛି। ନଟରାଜନଙ୍କୁ ଆହତ ଉମେଶ ୟାଦବଙ୍କ ଜାଗାରେ ସ୍ଥାନ ମିଳିଛି। ଉମେଶ ୟାଦବ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭିତରେ ଆହତ ହେଇ ଯାଇଥିଲେ ଆଉ ସ୍ବଦେଶ ଫେରିଯାଇଥିଲେ। ଏହା ବ୍ୟତୀତ ବଞ୍ଚିଥିବା ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ପୂଜାରାଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଘୋଷିତ କରିଦିଆଯାଇଛି।

Google

ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭିତରେ ବୋଲିଂ କରୁଥିବା ସମୟରେ ଉମେଶ ୟାଦବଙ୍କର ମାଂସ ପେଶୀରେ ଆହତ ହୋଇଥିଲା। ଏହାଦ୍ୱାରା ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାହାରି ଗଲେ। ତା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭିତରେ ସେ ଆଉ ଗ୍ରାଉଣ୍ଡ ଭିତରକୁ ଆସି ପାରିଲେ ନାହିଁ। ଉମେଶ ୟାଦବ ଏହି ଯାତ୍ରାରେ ଆହତ ହେବା ଵାଲା ଦ୍ୱିତୀୟ ଖେଳାଳି ଅଟନ୍ତି। ୟା ପୂର୍ବରୁ ମହମ୍ମଦ ଶାମି ଓରଥମ ଆଡ଼ିଲେଡ଼ ଟେସ୍ଟ ମ୍ୟାଚରେ ଆହତ ହେଇ ଯାଇଥିଲେ ଆଉ ସ୍ବଦେଶ ଫେରି ଯାଇ ଥିଲେ। ଆଉ ଏବେ ଉମେଶ ୟାଦବ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ହିଁ ସିରିଜରୁ ଆଉଟ ହେଇଗଲେ।

ରୋହିତ ଭାରତ ସହ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଯୋଡି ସାରିଛନ୍ତି ଆଉ ଏହି ମ୍ୟାଚ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଅଛି। ସେ ସେହି ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏହି ତୃତୀୟ ଟେଷ୍ଟ ମ୍ୟାଚ ୭ ଜାନୁଆରୀରୁ ଖେଳା ଯିବାକୁ ଅଛି ଆଉ ସିରିଜ ପ୍ରକୃତରେ ୧-୧ ରେ ବରାବର ଅଛି। ପ୍ରଥମ ମ୍ୟାଚ ଏଡିଲେଡ଼ରେ ଖେଳା ଯାଇଥିଲା ଯାହାକୁ ଅଷ୍ଟ୍ରେଲିଆ ଆଠ ୱିକେଟରେ ଜିତି ନେଲା ଆଉ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମେଲବର୍ଣରେ ଖେଳା ଯାଇଛି ଯାହାକୁ ଭାରତ ଆଠ ୱିକେଟରେ ଜିତି ନେଲା।

Google

ମାନା ଯାଉଛି କି ଆହତ ଉମେଶ ୟାଦବଙ୍କ ଜାଗାରେ ନଟରାଜନଙ୍କୁ ସୁଯୋଗ ମିଳିପାରେ ଅଥବା ତାଙ୍କ ଠାରୁ ଅଧିକ ଅନୁଭବୀ ସାରଦୁଲ ଠାକୁରଙ୍କୁ ବି ସୁଯୋଗ ମିଳିପାରେ। ଭାରତୀୟ କ୍ରିକେଟ ବୋର୍ଡ କହିବା ଅନୁସାରେ ଉମେଶ ଏଯାଏ ଭାରତ ଯାଇ ସାରିଛନ୍ତି ଆଉ ତାଙ୍କୁ ରି ହେବିଲିଟେସନ ସ୍କିମ ଦେଇ ଯିବାକୁ ହବ। ସାର୍ଦୁଲ ଠାକୁର ଏଯାଏ ୬୨ଟି ପ୍ରଥମ ଶ୍ରେଣୀ ମୁକାବିଲା ମାନଙ୍କରେ ୨୦୬ଟି ୱିକେଟ ନେଇଛନ୍ତି ଆଉ ତାଙ୍କ ନାଁରେ ୬ଟି ଅର୍ଧଶତକ ବି ଅଛି। ଦ୍ୱିତୀୟ ପଟେ ନଟରାଜନ ମାତ୍ର ୨୦ଟି ମ୍ୟାଚ ହିଁ ଖେଳିବାର ସୁଯୋଗ ପାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *