ବେଙ୍ଗାଲୁରୁରେ ଚାଲିଥିବା ଏକ ମେଗା ଏୟାର ଶୋ, ଏୟାରୋ ଇଣ୍ଡିଆ ପ୍ରୋଗ୍ରାମରେ ତମାମ ବିମାନ କମ୍ପାନୀ ମାନେ ନିଜ ନିଜର ବିମାନର ପ୍ରଦର୍ଶନ କରିଛନ୍ତି। ଏମାନଙ୍କର ମୂଳ ଲକ୍ଷ ଭାରତୀୟ ବାୟୁ ସେନାର ନଜର ନିଜ ଆଡକୁ ଆଣିବା ଯାହାଦ୍ୱାରା କି ସେମାନେ ସମ୍ଭାବିତ କିଣାଳୀ ଭାବେ ପ୍ରଭାବିତ କରି ପାରିବେ। ମାତ୍ର ଏହି ତମାମ ବିମାନ ମାନଙ୍କ ଭିତରେ ଯାହା ଭାରତୀୟ ବାୟୁ ସେନାର ସର୍ବାଧିକ ନଜର ଟାଣିଛି ସେ ହେଉଛି ଭାରତରେ ତିଆରି ସେମି ଷ୍ଟିଲଥ ଦ୍ରୋନ ଯାହା କି ଭବିଷ୍ୟତରେ ହେବାକୁ ଥିବା ଏୟାର ଲଢେଇଏ ପ୍ରମୁଖ ଅସ୍ତ୍ର ହେବ। ଏବେ ଏହାକୁ ବିକଶିତ କରିବାର ପ୍ରୋଗ୍ରାମ ଚାଲିଛି। ଏୟାରୋ ଇଣ୍ଡିଆରେବାସ ଏହାର ଶ୍ୟାମପଲ ଦେଖା ଯାଇଛି।

ଏହି ସେମି ଷ୍ଟିଲଥ ଦ୍ରୋନକୁ ୱାରିଅର ଦ୍ରୋନ ଭାବେ ନାମ ଦିଆ ଯାଇଛି। ଏହା ଏକ ସ୍ବଦେଶୀ ହତୀୟାର ନିର୍ମାଣ କାର୍ଯ୍ୟକ୍ରମର ପାର୍ଟ ଅଟେ। ଏହାକୁ କ୍ୟାଟ୍ସ ଟାଇମିଂ ସିଷ୍ଟମ କୁହାଯାଏ ଆଉ ଏହାର ଖାସ ଗୁଣ ଏଇଆକି ଏହାକୁ ପାଇଲଟ ତଥା ବିନା ପାଇଲଟରେ ପ୍ରସ୍ତୁତ କରାଯାଇପାରିବ। ଏହାକୁ ପୁର୍ଣ ସ୍ବଦେଶୀ ଫାଇଟର ଜେଟ ତେଜସ ସହ ଯିବା ପାଇଁ ପ୍ରସ୍ତୁତ କରାଯାଇଛି।
ଏହି ଦ୍ରୋନର ଖାସ ଗୁଣ ଏଇଆ କି ଏହା ଶତ୍ରୁର ଇଲାକାରେ ପସି ସମସ୍ତ ସୁରକ୍ଷା ବ୍ୟବସ୍ଥା ଭିତରେ ବି ମିଶନକୁ ଅନ୍ତ କରି ପାରିବ। ସହଜ ଭାଷାରେ କହିଲେ ଏହାକୁ ଫାଇଟର ଜେଟ ତେଜସ ସହ ମିଶି ଶତ୍ରୁର ସଂଘାର କରିବା ପାଇଁ ତିଆରି କରାଯାଇଛି ଯାହାଦ୍ୱାରା ମିଶନ ଉପରେ ନଜର ରଖିବା ପାଖରୁ ଆରମ୍ଭ କରି ସୁରକ୍ଷା ତଥା ଆକ୍ରମଣ ସବୁ ହେଇପାରିବ। ଏହା ବାୟୁ ଯୁଦ୍ଧର ମୁଖ୍ୟ ହତୀୟାର ମାନଙ୍କ ଭିତରୁ ଗୋଟେ।

ଉଆରିଆର ଦ୍ରୋନକୁ ୪ବର୍ଷ ଭିତରେ ଆକାଶରେ ଉଡେଇବା ପାଇଁ ଖବର ମିଳୁଛି। ଏହାକୁ ତିଆରି କରିବାର ଦାୟିତ୍ତ୍ୱ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ କମ୍ପାନୀ ନିଜ ହାତକୁ ନେଇଛି। ସେଠାକାର ଜଣେ କର୍ମଚାରୀଙ୍କ ଅନୁସାରେ ଏହା ଏପରି ଯୋଦ୍ଧା ହେବ ଯାହାକୁ ଆଦେଶ ତେଜସ ବିମାନରୁ ମିଳିବ। ଏହା ସମସ୍ତ ପରିସ୍ଥିତି ପାଇଁ ପ୍ରଭାବିଶାଳୀ ହେବା ସହ ଫାଇଟର ମାନଙ୍କର ଜୀବନ ବଞ୍ଚେଇବା କାମ ବି କରିବ।
ବିଶେଷଜ୍ଞ ମୁତାବିକ ଏହା ଆମ ସେନା ମାନଙ୍କ ପାଇଁ ଯେତିକି ପରିମାଣରେ ରକ୍ଷକ ସାବ୍ୟସ୍ତ ହେବ ସେହିପରି ହିଁ ଶତ୍ରୁ ମାନଙ୍କ ପାଇଁ ଭକ୍ଷକ। ୱାରିଅର ଦ୍ରୋନକୁ ହାୱାରୁ ହାୱା ତଥା ହାୱାରୁ ମାଟିକୁ ଚାଲୁଥିବା ମିସାଇଲ ରେ ସଜେଇ ଦିଆଯିବ। ଏହାକୁ ହାୱାରେ ଲକ୍ଷ ସାଧନ କରିବା ପାଇଁ ବ୍ୟବହାର କରାଯିବ।
Just the best! Some new ones of HALs CATS Warrior…with fancy lighting and 2 swarm drones pic.twitter.com/MLUnjf0D9d
— Vayu Aerospace Review (@ReviewVayu) February 2, 2021
ୱାରିଅର ଦ୍ରୋନକୁ ଅଲଗା ଦ୍ରୋନ ମାନଙ୍କ ଠାରୁ ଅଲଗା କୁହାଯାଇଛି କାରଣ ଏହାକୁ ଶତ୍ରୁ ନିଜର ସର୍ଭିଲେନ୍ସ ସିଷ୍ଟମ ଦ୍ୱାରା ଧରି ପାରିବ ନାହିଁ। ଏହା ହିଁ କାରଣ କି ଏହାକୁ ଲୋ ଅବ୍ଯର୍ଭେବୁଲ ଶ୍ରେଣୀରେ ରଖାଯାଇଛି ଯାହା ଶତ୍ରୁ ଦେଶ ପାଇଁ ସର୍ବଦା କଠିନତା ରଖିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।