IPL ନିଲାମୀ ୨୦୨୧: ଏହି ପାଞ୍ଚଜଣ ଅନକ୍ୟାପଡ଼ ଖେଳାଳିଙ୍କ ହୋଇପାରନ୍ତି ବହୁତ ଦାମରେ ବିକ୍ରି, ଦେଖନ୍ତୁ ଲିଷ୍ଟ।

କେଦାର ଦେବଧର: ବଦୌଡାର କେଦାର ପୂର୍ବ କିଛ ବର୍ଷରୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି। ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲେ। ସେ ୬୯.୮୦ ଔସତରେ ୩୪୯ ରନ କରିଥିଲେ କିନ୍ତୁ ତାଙ୍କ ଷ୍ଟାଇକରେଟ ୧୧୩.୬୮ ଥିଲା। କୁନାଲ ପାଣ୍ଡିଆ ଅଧାରୁ ଅଧିନାୟକ ପଦ ଛାଡିବା ପରେ ଦେବଧର ଅଧିନାୟକତ୍ୱ କରିଥିଲେ ଓ ଟିମକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ। ସେ ଜଣେ ଭଲ ଓପନର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ୨୦୧୧ରେ ଡେକାନ ଚାର୍ଜରସ ପାଇଁ ଖେଳିବାର ଦେଖା ଦେଇଥିଲେ ଓ ମାତ୍ର ଗୋଟେ ମ୍ୟାଚ ଖେଳିଥିଲେ । ତାଙ୍କୁ ଆଶାଅଛି ଏଥର ନିଶ୍ଚୟ ତାଙ୍କୁ କୌଣସି ଟିମ କିଣିବ।

Google

ଜଲଜ ସକସେନା: ଘରୋଇ କ୍ରିକେଟର ଜଣେ ପ୍ରତିଭାଶାଳୀ ଖେଳାଳି ଜଲଜ ପୂର୍ବ କିଛି ବର୍ଷରୁ ଭଲ ପ୍ରଦର୍ଶନ କରିଆସୁଛନ୍ତି କିନ୍ତୁ ସୈଦ ମୁସ୍ତାକ ଅଲ୍ଲୀ ରେ ସେ ୧୧.୯୦ ଔସତରେ ୧୦ ଟି ୱିକେଟ ଅକ୍ତିଆର କରିଛନ୍ତି। ଜଲଜଙ୍କୁ ପୂର୍ବରୁ ମଧ୍ୟ ଅନେକ ଆଇପିଏଲ ଟିମ କିଣିସାରିଛନ୍ତି।୨୦୧୩-୨୦୧୪ ମୁମ୍ବାଇ ଇଣ୍ଡିଆନ୍ସ ସହ ୨୦୧୫ ଆରସିବି ସହ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଥିଲେ କିନ୍ତୁ ତାଙ୍କୁ ଖେଳିବାର ମୌକା ମିଳିନାହିଁ। ତାଙ୍କର ଟି-୨୦ରେ ଭଲ ରେକର୍ଡ ରହିଛି।

ଲୁକମାନ ମେରିଵାଲା: ବଦୌଡା ଟିମ ସୈଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଁଚିବା ଦେଖି କିଛି ଲୋକ ଚକିତ ହୋଇଥିଲେ। ଟିମର ସଫଳତା ପଛରେ ଲୁକମାନଙ୍କର ବହୁତ ହାତ ରହିଛି। ଏହି ବାମହାତୀ ଦ୍ରୁତ ବୋଲର ୧୩.୫୭ ଔସତରେ ୧୫ ଟି ୱିକେଟ ଅକ୍ତିଆର କରିଥିଲେ। ବାମହାତୀ ଦ୍ରୁତ ବୋଲର ହୋଇଥିବାରୁ ନିଲାମୀକର୍ତାଙ୍କ ନଜର ତାଙ୍କ ଉପରେ ରହିବ। ସେ ଟି-୨୦ ରେ ଏବେ ପର୍ଯ୍ୟନ୍ତ ୪୪ ମ୍ୟାଚରେ ୧୪.୫୪ ଔସତରେ ୭୨ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କର ଇକୋନୋମି ୬.୭୨ ଓ ଷ୍ଟାଇକ ରେଟ ୧୨.୯ ଅଟେ। ତେଣୁ କୌଣସି ଟିମ ତାଙ୍କୁ ନିଜ ନଜର ବହାରକୁ ନେବ ନାହିଁ।

Google

ଅବି ବରୋଟ: ସୌରାଷ୍ଟ୍ର ଟିମର ଏହି ବ୍ୟାଟ୍ସମ୍ୟାନ ସୈଦ ମୁସ୍ତାକ ଅଲ୍ଲୀରେ ଭଲ ଖେଳ ଦେଖେଇଥିଲେ । ଗୋଆ ବିରୁଦ୍ଧରେ ଗୋଟେ ମ୍ୟାଚରେ ସେ ୧୨୨ ରନର ପାରି ଖେଳିଥିଲେ। ବିଦର୍ଭ ବିରୁଦ୍ଧରେ ସେ ୭ ରନରେ ଶତକରୁ ବଞ୍ଚିଗଲେ। ସେ ପାଞ୍ଚଟି ମ୍ୟାଚ ଖେଳି ୨୮୩ ରନ କରିଛନ୍ତି। ତାଙ୍କର ଷ୍ଟାଇକରେଟ ୧୮୫ ରହିଥିଲା। ୨୮ ବର୍ଷୀୟ ଏହି ଖେଳାଳିଙ୍କୁ କେବେ ଆଇପିଏଲରେ କିଣାଯାଇନାହିଁ। ଟି-୨୦ରେ ୨୦ ପାରିରେ ସେ ୩୭.୭୩ ଔସତରେ ୭୧୭ ରନ କରିଛନ୍ତି। ତାଙ୍କ ଷ୍ଟାଇକ ରେଟ ୧୪୬.୬୨ ରହିଛି। ଗୋଆ ବିରୁଦ୍ଧରେ ସେ ୫୩ ବଲରେ ୧୨୨ ରନ ବନେଇଥିଲେ।

Google

ବିଷ୍ଣୁ ସୋଲଂକି: ଏହି ସୁଚିରେ ବିଷ୍ଣୁ ବଦୌଡାର ତୃତୀୟ ଖେଳାଳି ଅଟନ୍ତି। ସୈଦ ମୁସ୍ତାକ ଅଲ୍ଲୀରେ ବଦୌଡା ରନରସଅପ ରହିଥିଲା। ବିଷ୍ଣୁ ଶେଷ ତିନୋଟି ବଲରେ ୬,୪,୬ ମାରି ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କରିଥିଲେ। ସେ ୮ ଟି ପାରିରେ ୫୩.୪୦ ଔସତରେ ୨୬୭ ରନ ବନେଇଥିଲେ। ତାଙ୍କ ଷ୍ଟାଇକ ରେଟ ୧୨୮.୩୭ ରହିଥିଲା। ତାଙ୍କୁ ଏବେ ପର୍ଯ୍ୟନ୍ତ କୌଣସି ଆଇପିଏଲ ଟିମ କ୍ରୟ କରିନାହିଁ । ୨୮ ବର୍ଷ ବୟସ୍କ ବିଷ୍ଣୁଙ୍କ ପାଇଁ ଆଇପିଏଲ ୨୦୨୧ର ନିଲାମୀ ତାଙ୍କର ଭାଗ୍ୟ ପରିବର୍ତ୍ତନ କରିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *