ଯେଉଁ ପରି ଭାବରେ ଭାରତ ଅଷ୍ଟ୍ରେଲିଆରେ ୨-୧ ରେ ସିରିଜ ଜିତିଲା,ଯେଉଁପରି ଭାବରେ ଭାରତୀୟ କମ ଅନୁଭବୀ ବୋଲର ଅଷ୍ଟ୍ରେଲିଆକୁ ଧୂଳି ଚଟେଇଦେଲେ,କିନ୍ତୁ ଚେନ୍ନାଇ ଟେଷ୍ଟରେ ଏହାର ବିପରୀତ ନଜର ଆସିଲା। ହଁ ଚେନ୍ନାଇ ପିଚ ଅଲଗା,ବିରୋଧୀ ଟିମ ମଧ୍ୟ ଅଲଗା ହେଲେ ଭାରତୀୟ ବୋଲରଙ୍କ ଉପରେ ଆଶା ଥିଲା କି ସେ ଭଲ ପ୍ରଦର୍ଶନ କରିବେ। ହେଲେ ପ୍ରଥମଦିନର ଖେଳରେ ଇଂଲଣ୍ଡ ଟିମ ୩ ୱିକେଟ ହରାଇ ଜୋ ରୁଟଙ୍କ ଶତକ ସହାୟତାରେ ୨୬୩ ରନ କରିଲା। ଭାରତୀୟ ବୋଲର ଢିଲା ନଜର ଆସିଲେ ଏହାର କାରଣ ବିରାଟ କୋହଲିଙ୍କ ଅଧିନାୟିକତ୍ଵ ଓ ନିଷ୍ପତ୍ତି। ଅଷ୍ଟ୍ରେଲିଆରେ ଆଜିଙ୍କ୍ୟ ରାହାଣେ ଅଧିନାୟିକତ୍ଵ କରି ସମସ୍ତଙ୍କ ହୃଦୟ ଜିତିନେଲେ ହେଲେ ପ୍ୟାଟରନାଲ ଲିଭରୁ ଆସି ଟିମ ସହ ଜଡ଼ିତ ହୋଇ ବିରାଟ ଅଧିନାୟକ ଭାବେ କିଛି ଭୁଲ କରିଦେଲେ। ଭାରତ ପାଇଁ ବଡ଼ ଅଡ଼ୁଆ ହୋଇଯାଇଛି ବିରାଟଙ୍କ ଏହି ନିଷ୍ପତ୍ତି।

୧.ଚେନ୍ନାଇ ଟେଷ୍ଟରେ ବିରାଟ କୋହଲି ଟିମ ଚୟନ କରିବାରେ ଭୁଲ କରିଦେଲେ। ଅକ୍ଷର ପଟେଲ ଆହତ ହେବା କାରଣରୁ ତାଙ୍କ ସ୍ଥାନରେ ପ୍ଲେଇଂ ଇଭେବେନରେ ସାହବାଜ ନଦୀମଙ୍କ ନାମ ଦେଇଦେଲେ। ହେଲେ ତାଙ୍କ ପାଖରେ କୂଳଦୀପ ଯାଦବଙ୍କ ବିକଳ୍ପ ରହିଥିଲା। ନଦୀମଙ୍କ ଉପରେ ଅଧିନାୟକ ଭରସା କରିଥିଲେ ହେଲେ ସେ ବହୁତ ଔଷତ ଓ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଯଦି କୂଳଦୀପ ଯାଦବ ଖେଳିଥାନ୍ତେ ତେବେ କିଛି ଅସୁବିଧାରେ ପଡ଼ିଥାନ୍ତେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ।
୨.ଅଷ୍ଟ୍ରେଲିଆରେ ରାହାଣେ ଯେପରି ନିଜର ବୋଲର ମାନଙ୍କ ମିଶ୍ରଣ କରିଥିଲେ ସବୁ ଏକ୍ସପର୍ଟ ପ୍ରଭାବିତ ହୋଇଥିଲେ ହେଲେ ବିରାଟ କୋହଲିଙ୍କ ଅଧିନାୟିକତ୍ଵରେ ସେମିତି କିଛି ଦୃଶ୍ୟମାନ ହୋଇନଥିଲା। ଅଧିନାୟକ ୱାଶିଂଟନ ସୁନ୍ଦର ଓ ନଦୀମଙ୍କ ଠାରୁ ଅଧିକ ବୋଲିଂ କରେଇଲେ ହେଲେ ସେ ମହଙ୍ଗା ସାବ୍ୟସ୍ତ ହେଉଥିଲେ। ବିରାଟ କୋହଲି,ଜୋ ରୁଟ ଓ ଡୋମ ସିବିଲିଙ୍କୁ ଆଉଟ କରିବା ପାଇଁ କେତେ ରଣନୀତି ଦେଖାଗଲା ନାହିଁ।

୩.ବିରାଟଙ୍କ ତୃତୀୟ ଭୁଲ ମଧ୍ୟ ସିଲେକ୍ସନକୁ ନେଇ। ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ୧୩ ୱିକେଟ ନେଇଥିବା ମହମ୍ମଦ ସିରାଜଙ୍କୁ ମଧ୍ୟ ସେ ଖେଳାଇ ନ ଥିଲେ। ତାଙ୍କ ଜାଗାରେ ଇଶାନ୍ତ ଶର୍ମା ଖେଳିଲେ। ହଁ ସେ ଅନୁଭବୀ ହେଲେ ସିରାଜ ଫର୍ମରେ ଥିଲେ। ସେ ଅଷ୍ଟ୍ରେଲିଆରେ ପୁରୁଣା ବଲରେ ଭଲ ବୋଲିଂ କରିଥିଲେ ଓ ଇଶାନ୍ତ ଶର୍ମାଙ୍କ ଠାରୁ ଫିଟ ମଧ୍ୟ ଥିଲେ। ହେଲେ ତାଙ୍କୁ ଖେଳାଗଲା ନାହିଁ। ଗୌତମ ଗମ୍ଭୀର ମଧ୍ୟ କହିଥିଲେ କି ମହମ୍ମଦ ସିରାଜଙ୍କୁ ଇଶାନ୍ତ ଶର୍ମାଙ୍କ ଜାଗାରେ ଖେଳେଇବା ପାଇଁ।

୪.ରବି ଅଶ୍ୱିନଙ୍କୁ ଚେନ୍ନାଇରେ ପ୍ରଥମ ଦିନରେ ଗୋଟିଏ ୱିକେଟ ମିଳିଲା ହେଲେ ତାଙ୍କୁ ବ୍ୟବହାର କୋହଲି ଏକ ଅଲଗା ଭାବରେ କରିଥିଲେ। ସେ ଚା ର ପ୍ରାୟ ୧.୫ ଘଣ୍ଟା ପର୍ଯ୍ୟନ୍ତ ଅଶ୍ୱିନଙ୍କୁ ବୋଲିଂ ଦେଲେ ନାହିଁ। ଏହା ଉପରେ କମେଣ୍ଟ୍ରି କରି ଆକାଶ ଚୋପ୍ରା ମଧ୍ୟ ଚକିତ ହୋଇଗଲେ।ଆକାଶଙ୍କ ମତରେ ଟିମ ଇଣ୍ଡିଆକୁ ଅଶ୍ୱିନଙ୍କ ବ୍ୟବହାର କରିବାରେ ବୋଧେ କିଛି ଭୁଲ ରହିଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।