ଆଇପିଏଲ ୨୦୨୧ର ଆରମ୍ଭ ଏପ୍ରିଲ ୯ ରୁ ହେବ। ମାତ୍ର ୪ ମାସ ପୂର୍ବରୁ ହିଁ ଏହାର ୧୩ ତମ ସଂସ୍କରଣ ଖେଳାଯାଇଥିଲା। ସେବେ ମୁମ୍ବାଇ ପଞ୍ଚମଥର ବିଜେତା ହୋଇଥିଲା। ଦିଲ୍ଲୀ ମଧ୍ୟ ପ୍ରଥମ ଥର ଫାଇନାଲ ଖେଳିଥିଲା।ସେହିପରି ଚେନ୍ନାଇ ସୁପର କିଙ୍ଗସ ପ୍ରଥମଥର ପ୍ଲେଅଫରେ ପହଁଚିବାରେ ସଫଳ ହୋଇନଥିଲା। ବିରାଟ କୋହଲିଙ୍କ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ୪ ବର୍ଷ ପରେ ପ୍ଲେଅଫରେ ପହଁଚିଥିଲା। ଆମେ ଆଜି କହିବାକୁ ଯାଉଛୁ ଏଥର କେଉଁ କେଉଁ ଟିମ ପ୍ଲେଅଫରେ ସ୍ଥାନ ପାଇପାରିବେ।

ମୁମ୍ବାଇ ଇଣ୍ଡିଆନ୍ସ: ସବୁଠୁ ଅଧିକ ୫ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ପ୍ଲେଅଫରେ ପହଁଚିବାର ସବୁଠୁ ଅଧିକ ସମ୍ଭାବନା ଅଛି। କେବଳ ପ୍ଲେଅଫରେ ପହଁଚିବା ନୁହଁ ଟ୍ରଫି ଜିତିବାର ମଧ୍ୟ ସମ୍ଭାବନା ଅଛି। ଟିମ ପାଖରେ ରୋହିତ ଶର୍ମା ଓ ଡିକକଙ୍କ ଭଳି ଓପନିଙ୍ଗ ଯୋଡି ଅଛି ତ ମଧ୍ୟ କ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ଇସାନ କିଶନ ଭଳି ଖେଳାଳି ଅଛନ୍ତି। ଶେଷ ଓଭରରେ ବିସ୍ପୋଟକ ପାରି ଖେଳିବା ପାଇଁ ହାର୍ଦିକ ପାଣ୍ଡିଆ ଓ କିରନ ପୋଲାଡ଼ ରହିଛନ୍ତି। ସେହିଭଳି ବୋଲିଙ୍ଗରେ ଯଶପ୍ରୀତ ବୁମରା ଓ ବୋଲଟଙ୍କ ସହ ରାହୁଲ ଚାହାର ଓ କୁନାଲ ପାଣ୍ଡ୍ୟା ରହିଛନ୍ତି ଯାହା ବହୁତ ଭଲ ଅଟେ।

ଚେନ୍ନାଇ ସୁପର କିଙ୍ଗସ: ପୂର୍ବ ଥର ନିଜ ଖରାପ ପ୍ରଦର୍ଶନକୁ ଦୂର କରିବା ପାଇଁ ଏହି ଟିମ ଏଥର ନିଜ ଟିମରେ ନିଲାମୀରେ ମୋଇନ ଅଲ୍ଲୀ, କୃଷ୍ଣପା ଗୌତମଙ୍କ ଭଳି ଖେଳାଳିଙ୍କୁ ନିଜ ଦଳକୁ ଆଣିଛି।B ସୁରେଶ ରାଇନା ଫେରିବା ପରେ ଟିମ ଆହୁରି ମଜବୁତ ହୋଇଯାଇଛି। ଅଲରାଉଣ୍ଡରରେ ଭରା ହୋଇଥିବା ଏହି ଟିମରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଛନ୍ତି। ହୁଏତ ଏହା ତାଙ୍କର ଶେଷ ଆଇପିଏଲ ହେବ ସେଥିପାଇଁ ଟିମ ସହିତ ଟ୍ରଫି ଉଠାଇବା ପାଇଁ ସେ ସବୁ ସମ୍ଭବ ପ୍ରୟାସ କରିବେ। ଟିମ ଚତ୍ରୁର୍ଥଥର ଟ୍ରଫି ଜିତିବା ପାଇଁ ଓହ୍ଲାଇବ।

ଦିଲ୍ଲୀ କ୍ୟାପିଟଲ୍ସ:ପୂର୍ଵ ବର୍ଷ ଫାଇନାଲରେ ପହଁଚିଥିବା ଏହି ଟିମ ଏଥର କମାଲ କରିପାରେ। ଅନୁଭବ ଓ ଯୁବକରେ ଭରପୁର ଏହି ଟିମ ପାଖରେ। ଶ୍ରେୟସ ଅୟରଙ୍କ ଭଳି ଯୁବ ଅଧିନାୟକ ଅଛନ୍ତି ଓ ଅନୁଭବୀ ମହାନ ରିଙ୍କି ପଏଟିଙ୍ଗଙ୍କ ଭଳି କୋଚ ଅଛନ୍ତି। ଏଥର ଏହା ଏହି ଟିମ ସହ ଷ୍ଟିବ ସ୍କିଥ ମଧ୍ୟ ଯୋଡିହୋଇଛନ୍ତି। ଅଜିଙ୍କ୍ୟ ରାହାଣେ, ଶିଖର ଧୱନ, ରବିଚନ୍ଦ୍ରନ ଅଶ୍ୱିନୀ, ଅମିତ ମିଶ୍ର, କଗିସୋ ରବାଡ଼ା, ଇସାନ୍ତ ଶର୍ମା, ଓ ଉମେଶ ଯାଦବଙ୍କ ଭଳି ଖେଳାଳି ରହିଛନ୍ତି। ଏହା ସହ ପୃଥୀ ସ୍ୱ, ଏନରିକ ନୋର୍ଥୀଆ, ଋଷଭ ପନ୍ତ ଓ ସିମରନ ହେଟମାୟରଙ୍କ ଭଳି ଖେଳାଳି ମଧ୍ୟ ଦଳରେ ସାମିଲ ଅଛନ୍ତି ବୋଲି ଜଣା ଯାଇଛି। ମାର୍କସ ଷ୍ଟୋଇନିକସ କୌଣସି ସ୍ଥାନରେ ମଧ୍ୟ ବ୍ୟାଟିଙ୍ଗ କରିପାରିବେ। ସେଥିପାଇଁ ଏହି ଟିମ ମଧ୍ୟ ଟ୍ରଫି ଜିତିପାରେ।
ସନରାଇଜର୍ସ ହାଇଦ୍ରାବାଦ:୨୦୧୬ ଟ୍ରଫି ଜିତିଥିବା ଟିମ ପାଖରେ ଡେଭିଡ ୱାରନର, କେନ ଉଇଲିୟମସନ, ରାସିଦ ଖାନ, ଜେସନ ହୋଲ୍ଡର, ମନୀଷ ପାଣ୍ଡେ, ମହମ୍ମଦ ନବୀ, ଓ ଭୁବନେଶ୍ୱର କୁମାରଙ୍କ ଭଳି ଅନୁଭବୀ ଖେଳାଳି ଅଛନ୍ତି। ଟି ନଟରାଜନ, ମୁଯିବ ଉର ରେହମାନ, ଅଵଦୁଲ ସମଦ, ଅଭିଷେଖ ଶର୍ମା, ପ୍ରିୟମ ଗର୍ଗଙ୍କ ରୂପରେ ଯୁବ ଖେଳାଳି ମଧ୍ୟ ଦଳରେ ସାମିଲ। ଟିମ ଲଗାତର ୫ ଟି ସଂସ୍କରଣରେ ପ୍ଲେଅଫ ଖେଳିଛନ୍ତି। ଟାର୍ଗେଟକୁ ଡିଫେଣ୍ଡ ଭଲ ଭାବେ କରୁଥିବା ଏହି ଟିମ ଏଥର ଟ୍ରଫି ନିଜ ନାମରେ କରିପାରେ।

ଏହି ଚାରିଟି ଟିମ ଛଡା କିଙ୍ଗସ ଇଲେଭେନ ପଞ୍ଜାବ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇର୍ଡ ଟିମରେ ପ୍ରଦର୍ଶନର କମି ରହିଆସୁଛି। କୋହଲିଙ୍କ ଟିମ ମହତ୍ତ୍ୱପୂର୍ଣ୍ଣ ମୌକାରେ ହାରିଯାଇଥାଏ ତ ପଞ୍ଜାବ ଟିମ ସହିତ ତାର ଭାଗ୍ୟ ରହିନଥାଏ। ରାଜସ୍ଥାନ ଓ କୋଲକତା ଟିମ ଦୁଇ ତିନିଜଣ ଖେଳାଳିଙ୍କ ଉପରେ ଅଧିକ ନିର୍ଭର କରିଥାଏ ଯାହାର ପରିଣାମ ତାଙ୍କୁ ଭୋଗୀବାକୁ ପଡିଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।