ଏହି ମହାନ ଭାରତୀୟ ଖେଳାଳୀ ବିରାଟ କୋହଲିଙ୍କୁ ମାଗିଲେ ଭୁଲ, ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଆଜିଙ୍କ୍ୟ ରାହାଣେ ଏଡ଼ିଲେଡ଼ ଟେଷ୍ଟରେ ବିରାଟ କୋହଲିଙ୍କୁ ରନ ଆଉଟ କରିଦେଇଥିଲେ, ଯାହା ପରେ ସେ ବିରାଟ କୋହଲିଙ୍କୁ କ୍ଷମା ମାଗିଥିଲେ।

Google

ଟିମ ଇଣ୍ଡିଆ ଏଡ଼ିଲେଡ଼ ଟେଷ୍ଟରେ ହାରିବାର ଅନେକ କାରଣ ଥିଲା ସେଥି ମଧ୍ୟରୁ ବଡ଼ କାରଣ ଥିଲା ବିରାଟ କୋହଲିଙ୍କ ରନ ଆଉଟ। ଏଡ଼ିଲେଡ଼ରେ ଅଧିନାୟକ କୋହଲିଙ୍କୁ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ରନ ଆଇଟ କରାଇଦେଇଥିଲେ। ଏବେ ରାହାଣେ ଖୁଲାସା କରିଛନ୍ତିକି ସେ ଏହି ଭୁଲ ପାଇଁ ବିରାଟ କୋହଲିଙ୍କୁ କ୍ଷମା ମାଗିନେଇଥିଲେ। ରାହାଣେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମିଡ଼ିଆକୁ କହିଲେ,”ସେହିଦିନ ଖେଳ ପରେ ମୁଁ ବିରାଟ କୋହଲିଙ୍କୁ କ୍ଷମା ମାଗିଥିଲି କିନ୍ତୁ ସେ ରାଗିନଥିଲେ। ସେ କହିଥିଲେ କି ଆମେ ଦୁହେଁ ଜାଣିଥିଳୁ ସେ ସମୟରେ କଣ ସ୍ଥିତି ଥିଲା। କ୍ରିକେଟରେ ଏହିପରି ଅନେକ ସମୟରେ ହୋଇଥାଏ।ଏହାକୁ ଭୁଲି ଆଗକୁ ବଢିବା ଜରୁରି। କାର୍ଯ୍ୟବାହକ ଅଧିନାୟକ ରାହାଣେ ସ୍ୱୀକାର କରିଛନ୍ତିକି ସେହି ରନ ଆଉଟ ପରେ ଅଷ୍ଟ୍ରେଲିଆ ଖେଳରେ ଫେରିଥିଲା ଓ ଅଢେଇ ଦିନ ଭିତରର ମ୍ୟାଚ ଜିତିଗଲା। ସେ କହିଛନ୍ତି ତାହା କଠିନ ଥିଲା। ଆମେ ସେହି ସମୟରେ ଭଲ ଖେଳୁଥିଲୁ ଓ ଆମ ପାର୍ଟନରସିପ ଉଚ୍ଚକୋଟୀର ଥିଲା। ସେହିସମୟରେ ରନ ଆଉଟ ପରେ ଅଷ୍ଟ୍ରେଲିଆ ଭାରି ହୋଇଗଲା”।

ଅଷ୍ଟ୍ରେଲିଆର ମାନସିକ ଖେଳରେ ଚିନ୍ତିତ ନୁହଁନ୍ତି ରାହାଣେ:

ଭାରତର କାଯ୍ୟବାହକ ଅଧିନାୟକ ଆଜିଙ୍କ୍ୟ ରାହାଣେ ଶୁକ୍ରବାରକୁ କହିଛନ୍ତିକି ,”ବକ୍ସିଙ୍ଗ ଡେ” ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ମାନସିକ ଖେଳ ଖେଳୁ କିନ୍ତୁ ତାଙ୍କ ଫୋକସ ଟିମ ଉପରେ ରହିବ। ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲେଙ୍ଗର ଶୁକ୍ରବାରକୁ କହିଥିଲେ କି ଭାରତୀୟ ଟିମ ଚାପରେ ରହିଲେ ସେ ଖୁସି ହେବେ। ସେ ଏହା ମଧ୍ୟ କହିଥିଲେ ବିରାଟ କୋହଲିଙ୍କ ଅନୁପସ୍ଥିତରେ ଅଧିନାୟକତ୍ୱ କରିଥିବା ଆଜିଙ୍କ୍ୟ ରାହାଣେଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ଚେଷ୍ଟା କରିବୁ।

Google

ରାହାଣେ ମ୍ୟାଚର ପୂର୍ବ ସନ୍ଧ୍ୟାରେ କହିଛନ୍ତି”ଅଷ୍ଟ୍ରେଲିଆ ମତିଷ୍କ ଖେଳ ଖେଳିବାରେ ସବୁଠୁ ଚତୁର,ତାଙ୍କୁ ଖେକିବାକୁ ଦିଅନ୍ତୁ। ଆମେ ଆମ ଖେଳ ଉପରେ ଫୋକସ କରିବୁ। ଆମେ ଆମ ଖେଳାଳୀଙ୍କୁ ଦୃଢ଼ତା କରିବୁ। ସେ କହିଛନ୍ତି ଭାରତ ପାଇଁ ଅଧିନାୟକତ୍ୱ କରିବା ମୋ ପାଇଁ ଗର୍ବର କଥା ଅଟେ।ଏହା ସୁନ୍ଦର ମୌକା ଅଟେ ଓ ଦାୟିତ୍ବ ବି କିନ୍ତୁ କୌଣସି ପ୍ରେସର ନେବା ଉଚିତ ନୁହେଁ। ସେ କହିଛନ୍ତି ମୋର କାମ ଟିମର ସାଥ ଦେବା ଅଟେ। ଫୋକସ ମୋ ଉପରେ ନାହିଁ ଟିମ ଉପରର ଅଛି। ଆମେ ଏକ ଟିମ ରୂପରେ ଭଲ ଖେଳିବାକୁ ଚାହୁଁଛୁ”।

ବିରାଟ କୋହଲି ଦେଲେ ଚିନ୍ତାମୁକ୍ତ ହୋଇ କ୍ରିକେଟ ଖେଳିବାକୁ ପରାମର୍ଶ:

ଆଜିଙ୍କ୍ୟ ରାହାଣେ ଖୁଲାସା କରିଛନ୍ତିକି ବିରାଟ କୋହଲି ହିନ୍ଦୁସ୍ତାନ ଫେରିବା ପୂର୍ବରୁ ଟିମକୁ ଏକତା ରଖି ଚିନ୍ତାମୁକ୍ତ ହୋଇ ଖେଳିବାକୁ କହିଥିଲେ। ରାହାଣେ କହିଛନ୍ତି ବିରାଟ ଯିବା ପୂର୍ବରୁ ପ୍ରଥମେ ମୋ ସହିତ କଥା ହୋଇଥିଲେ।ଏଡ଼ିଲେଡ଼ରେ ଆମ ଟିମ ଜିତିବାର ଆଶାରେ ଥିଲା ତେଣୁ ଆମେ ସବୁ ଖେଳାଳୀଙ୍କୁ ଏକତାର ସହିତ ମିଶିକି ଜଣେ ଜଣଙ୍କ ଖୁସିରେ ଆନନ୍ଦ ନେଇ ଓ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ କହିଛୁ।ରାହାଣେ କହିଛନ୍ତି ଏଡିଲେଡ଼ରେ ଏକ ଘଣ୍ଟାର ଖରାପ ଖେଳ ଯୋଗୁ ତାଙ୍କ ଟିମ ଖରାପ ହୋଇଯାଇନାହି। ସେ କହିଛନ୍ତି ଆମେ ଦୁଇ ଦିନ ଭଲ ଖେଲିଚୁ ଗୋଟେ ଘଣ୍ଟାର ଖରାପ ଖେଳ ଯୋଗୁ ପରାଜିତ ହେଲୁ। ଏବେ ଆମେ ନିଜ ଶକ୍ତି ଉପରେ ଫୋକସ କରିବା”।

Google
ବକ୍ସିଙ୍ଗ ଡେ ଟେଷ୍ଟରେ ନିଜର ସ୍ୱାଭାବିକ ଖେଳ ଖେଳନ୍ତୁ ଖେଳାଳୀ-ରାହାଣେ:

ଶୁଭମନ ଗିଲ ଟେଷ୍ଟ କ୍ରିକେଟରେ ଡେଭ୍ୟୁ କରିବାକୁ ଯାଉଛନ୍ତି ଓ ରାହାଣେ କହିଛନ୍ତି ତାଙ୍କ ଉପରେ ଓ ମୟଙ୍କ ଅଗ୍ରୱାଲଙ୍କ ଉପରେ କୌଣସି ଚାପ ପଡିବା ଉଚିତ ନୁହେଁ।ସେ କହିଛନ୍ତି ଓପନର ବ୍ୟାଟ୍ସମ୍ୟାନଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। ମୁଁ ତାଙ୍କ ଉପରେ କୌଣସି ଚାପ ପକାଇବା ପାଇଁ ଚାହୁଁନି। ମୁଁ ତାଙ୍କୁ ସ୍ୱାଭାବିକ ଖେଳ ଖେଳିବାର ସ୍ୱତନ୍ତ୍ରତା ଦେବାକୁ ଚାହୁଁଛି। ଆରମ୍ଭରେ ପାର୍ଟନରସିପ ହେବେ ପରେ ଆଗକୁ ଆସିବାକୁ ଥିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହୋଇଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *