ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ହେଲେ ବିକଳାଙ୍ଗ ରମା ଦେବୀ ୨ ବର୍ଷ ପର୍ଯ୍ୟନ୍ତ ଭିକ ମାଗିକି ନିଜ ଗୁଜୁରାଣ୍ଟ ମେଣ୍ଟାଉଥିଲେ,କିନ୍ତୁ ପିଲାଙ୍କ ପାଠ ପଢ଼ାରେ କୌଣସି କମି ହେବାକୁ ଦେଇନାହାନ୍ତି,ଆଜି ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ହୋଇଗଲେ ହାଇଦ୍ରାବାଦର ରମା ଦେବୀ। ପୋଲିଓ କାରଣରୁ ପିଲାବେଳୁ ହିଁ ଗୋଡ଼ ହରାଇବସିଥିଲେ ଏବଂ ବିକଳାଙ୍ଗ ହୋଇଗଲେ। ଆସନ୍ତୁ ଜାଣିବା କିପରି ରମା ଦେବୀ ନିଜେ ପରିଶ୍ରମ କରି ବଞ୍ଚିବା ପାଇଁ ରୋଜଗାର କଲେ । ଆପଣ ବି ଜାଣନ୍ତୁ ତାଙ୍କ ପ୍ରେରଣା ଦାୟକ କାହାଣୀ।

ପ୍ରେରଣାରେ ଭରପୂର ରମା ଦେବୀଙ୍କ କାହାଣୀ:
ଗୋଡ଼ ପାଇଁ ବିକଳାଙ୍ଗ ରମା ଦେବୀଙ୍କ କାହାଣୀ ଶୁଣିକରି କେହିବି ତାଙ୍କ ପାଇଁ ପ୍ରେରିତ ହୋଇପାରେ। ତାଙ୍କ ସ୍ୱାମୀଙ୍କ ମୃତ୍ୟ ଗତ ୨ ବର୍ଷ ହେବ ହୋଇସାରିଛି। ଯାହାପରେ ସେ ସମ୍ପୂର୍ଣ୍ଣ ବେସାହାରା ହୋଇଗଲେ ଏବଂ ତାଙ୍କୁ ଭିକ ମାଗିବାକୁ ପଡିଲା,କିନ୍ତୁ ସେ ତାଙ୍କର ପିଲାଙ୍କୁ ପଢେଇବାରେ କେବେ ବି କୌଣସି ପ୍ରକାରର କମି ହେବାକୁ ଦେଇନାହାନ୍ତି ଏବଂ ସେମାନଙ୍କୁ ବିଦ୍ୟାଳୟକୁ ପଠାଇଲେ। ରମା ଦେବୀଙ୍କ କହିବା ଅନୁସାରେ ସେ ବହୁତ କମ ବୟସରେ ନିଜ ଗୋଡ଼ରେ ଚାଲିବାର କ୍ଷମତାକୁ ହରେଇବସିଥିଲେ କାହିଁକିନା ତାଙ୍କୁ ପୋଲିଓ ହୋଇଯାଇଥିଲା।
୨ ବର୍ଷ ପର୍ଯ୍ୟନ୍ତ ଭିକ ମାଗିବା ପରେ ରମା ଦେବୀ ନିଜ ପରିଶ୍ରମ ବଳରେ ନିଜର ଏକ ଫଳ ଦୋକାନ ସ୍ଥାପିତ କରିନେଲେ,ଏବଂ ଆଜି ନିଜର ପରିଶ୍ରମରେ ହାଇଦ୍ରାବାଦରେ ନିଜର ଏବଂ ନିଜ ପିଲାମାନଙ୍କର ପେଟ ପୋଷୁଛନ୍ତି କିନ୍ତୁ ବିଚରା ଗରିବ ବିକଳାଙ୍ଗ ପାଇଁ ଏତିକି କରିବା ମଧ୍ୟ ବହୁତ କଷ୍ଟକର ଅଟେ।
ମାତ୍ର ତଥାପି ସେ ନିଜ ପାଠପଢା ଛାଡିଲେ ନାହିଁ। ସେ କହିଲେ କି ସେ ଜନ୍ମ ହେଉ ହେଉ ଅନାଥ ହୋଇଯାଇଥିଲେ, ଯାହାପରେ ତାଙ୍କୁ ଏକ ପରିବାର କୋଳେଇ ନେଇଥିଲେ ଏବଂ ସେ ତାଙ୍କର ଇଣ୍ଟରର ପଢା ପୂରା କରିନେଇଥିଲେ। ସେ କୁହନ୍ତି,”ମୁଁ ମୋର ଦଶମ ଶ୍ରେଣୀ ଜିଲ୍ଲା ପରିଷଦ ହାଇ ସ୍କୁଲ ଏବଂ ଇଣ୍ଟରମିଡିଏଟ ତେଲେଙ୍ଗାନା ରାଜ୍ୟର ନଲଗୋଣ୍ଡାରେ ଗଭରମେଣ୍ଟ ଜୁନିୟର କଲେଜରେ କରିଛି।”

ସ୍ୱାମୀଙ୍କ ମୃତ୍ୟୁ ପରେ ଭିକ ମାଗିକରି ପିଲାଙ୍କୁ ପଢାଇଲେ:
ବିବାହର ୭ ବର୍ଷ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା ଯାହାର ପରେ ପରେ ତାଙ୍କୁ ୨ ବର୍ଷ ଧରି ହାଇଦ୍ରାବାଦରେ ଭିକ ମାଗିବାକୁ ପଡିଥିଲା କିନ୍ତୁ ସେ ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ ପଠେଇଥିଲେ। ରମା ନିଜର ସଂଘର୍ଷର କାହାଣୀ କହିବାକୁ ଯାଇ କହିଲେ,
” ମୁଁ ୨ ବର୍ଷ ପୂର୍ବରୁ ମୋ ସ୍ୱାମୀଙ୍କୁ ହରେଇବସିଲି,ତାଙ୍କ ସହିତ ମୁଁ ବହୁତ ଖୁସିରେ ଥିଲି କିନ୍ତୁ ସ୍ୱାମୀଙ୍କ ଯିବାପରେ ସେ ବେସାହାରା ହୋଇଗଲେ। ମୁଁ ନିଜକୁ ଓ ମୋର ତିନୋଟି ପିଲାଙ୍କୁ ପୋଷିବା ପାଇଁ ଭିକ ମାଗିକି ପଇସା ଏକଜୁଟ କରିବା ଆରମ୍ଭ କଲି। ୨ ବର୍ଷ ପର୍ଯ୍ୟନ୍ତ ମୁଁ ହାଇଦ୍ରାବାଦର ରାସ୍ତାରେ ଭିକ୍ଷାବୃତ୍ତି କରିଚାଲିଲି।
ଯେତେବେଳେ ମୁଁ ରାସ୍ତା ଉପରେ ଭିକ ମାଗୁଥିଲି ତେବେ ରାସ୍ତା ଉପରେ ନିଜକୁ ନେବା ପାଇଁ ଗୋଡ଼ ଏବଂ ହାତରୁ ରକ୍ତ ବାହାରୁଥିଲା,ଏହା ଦେଖି ଏକ ଅଜଣା ବ୍ୟକ୍ତି ହ୍ବିଲଚ୍ୟାର ଦେଇଥିଲେ। ମୁଁ ମୋର ପିଲାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟକୁ ପଠାଇଲି,ଯଦିଓ ମୁଁ ଭିକ ମାଗୁଥିଲି ଏବଂ ଏବେ ବି,ମୋ ପିଲା ପଢୁଛନ୍ତି।”
ଆତ୍ମହତ୍ୟା କରିବାର ପ୍ରୟାସ ବି କରିଥିଲି କିନ୍ତୁ ବଞ୍ଚିଗଲି:
ଜୀବନର ଦୁଃଖରେ ଚିନ୍ତିତ ହୋଇ ରମା ଦେବୀ କେତେ ଥର ମୃତ୍ୟୁକୁ ଆପଣାଇବାକୁ ଚେଷ୍ଟା ବି କରିଥିଲେ ହେଲେ ବୋଧହୁଏ ଉପରଵାଲା ଆଉ କିଛି ଚାହୁଁଥିଲା।

ଶୋଖ ଅଫସାର ନାମକ ଏକ ଘରୋଇ ଦୋକାନୀ ରମା ଦେବୀଙ୍କ ବିଷୟରେ କହିଲେ,” ଗତ ୨ ବର୍ଷରୁ ରମା ଦେବୀ ଭିକ ମାଗୁଥିଲେ ଏବଂ ମୁଁ ତାଙ୍କ ଅବସ୍ଥା ଦେଖିକରି ଆର୍ଶ୍ଚଯ୍ୟ ହୋଇ ଯାଉଥିଲି। ଏବେ ମୁଁ ଖୁସି ଅଛି କି ସେ ନିଜର ବ୍ୟବସାୟରେ ଲାଗିଅଛନ୍ତି”ଏହା ସହିତ ହିଁ ରମା ଦେବୀ ଆଜି ସୋସିଆଲ ମିଡିଆରେ ପ୍ରେରଣାର ଶ୍ରୋତ ହୋଇଛନ୍ତି। ଲୋକବୃନ୍ଦ ତାଙ୍କ ସାହସକୁ ସଲାମ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।