ସିଡ଼ନି ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ବାଦ ପଡିଲେ ଭାରତର ଏହି ଷ୍ଟାର ଖେଳାଳି।

ବିସିସିଆଇ ତରଫରୁ ଜାରି ବୟାନ ଅନୁସାରେ କେଏଲ ରାହୁଲଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବା ପାଇଁ ଅତି କମରେ ୩ ସପ୍ତାହ ସମୟ ଲାଗିବ। କେଏଲ ରାହୁଲ ଏବେ ଭାରତ ପ୍ରତ୍ୟାବର୍ତ୍ତନ, ନିଜ କ୍ଷତ ଭଲ ହେବା ପାଇଁ ବାଙ୍ଗାଲୋର ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନସିଏ) କୁ ଯିବେ।

Google

ଅଷ୍ଟ୍ରେଲିଆ ଗ୍ରସ୍ତରେ ଅତିଥି ଓ ଘରୋଇ ଦଳର ଖେଳାଳିମାନଙ୍କର ଆଘାତ ହେବା ଜାରି ଅଛି। ଏହିଥର ଝଟକା ଭାରତୀୟ ପ୍ରଶଂସକଙ୍କୁ ଲାଗିଛି। ଭାରତୀୟ କ୍ରିକେଟ ଦଳର ବିଶିଷ୍ଟ ଖେଳାଳି କେଏଲ ରାହୁଲ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ ହୋଇଯାଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଙ୍ଗଳବାର ଅର୍ଥାତ ୫ ଜାନୁଆରୀର ସକାଳୁ ଟୁଇଟ କରି ଜଣେଇଛନ୍ତି। ଏହି ପ୍ରସଙ୍ଗରେ ବିସିସିଆଇ ମହାସଚ୍ଚିବ ଜୟ ଶାହଙ୍କ ତରଫରୁ ଏକ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଛି ଅଛି।

ବିସିସିଆଇ ତରଫରୁ ଜାରି ବୟାନରେ କୁହାଯାଇଅଛି କି କେଏଲ ରାହୁଲ ଶନିବାରକୁ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ରେ ଭାରତୀୟ ଦଳ ସହ ଅଭ୍ୟାସରେ ଭାଗ ନେଇଥିଲେ। ସେ ଏହି ନେଟସରେ ବ୍ୟାଟିଂ ମଧ୍ୟ କଲେ।ନେଟରେ ବ୍ୟାଟିଂ କରିବା ସମୟରେ ତାଙ୍କ ବାମ କଚଟିରେ ଆଘାତ ଲାଗିଲା। ଏହି କାରଣରୁ ଏବେ ଏହି ୱିକେଟକିପର- ବ୍ୟାଟ୍ସମ୍ୟାନ ବର୍ଡର ଗାଭାସ୍କର ଟ୍ରଫ୍ରିରେ ବାକି ଥିବା ଦୁଇଟି ଟେଷ୍ଟ ମ୍ୟାଚରେ ଉପଲବ୍ଧ ରହିବେ ନାହିଁ। କେଏଲ ରାହୁଲଙ୍କୁ ସମ୍ପୂର୍ଣ୍ଣ ଭାବେ ଠିକ ହେବା ଓ ତା ପରେ ସମ୍ପୂର୍ଣ୍ଣ ଭାବରେ ଫିଟ ହେବା ପାଇଁ ଅତି କମରେ ୩ ସପ୍ତାହ ସମୟ ଲାଗିଯିବ। କେଏଲ ରାହୁଲ ଏବେ ଭାରତ ଫେରିବେ, ନିଜ କ୍ଷତ ଭଲ ହେବା ପାଇଁ ବାଙ୍ଗାଲୋର ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନସିଏ) କୁ ଯିବେ।

ଯଦିଓ,କେଏଲ ରାହୁଲଙ୍କୁ ଏହି ଟେଷ୍ଟ ସିରିଜିରେ ଏ ପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶରେ ସାମିଲ ହେବାର ମୌକା ପାଇ ନଥିଲେ, କିନ୍ତୁ ଓପନିଙ୍ଗ,ମଧ୍ୟ ଭାଗ ବ୍ୟାଟିଂ ସହ ୱିକେଟକିପିଙ୍ଗର ମଧ୍ୟ ବିକଳ୍ପ ଦେଉଥିବା ଏହି ତାରକା ବ୍ୟାଟ୍ସମ୍ୟାନ ବଦଳୁଥିବା ପରିସ୍ଥିତିରେ ଭାରତୀୟ ଦଳ ପାଇଁ ଉପଯୋଗୀ ପ୍ରମାଣିତ ହୋଇପାରିଥାନ୍ତେ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ୪ଟି ମ୍ୟାଚର ସିରିଜର ତୃତୀୟ ଟେଷ୍ଟ ସିଡନିରେ ୭ ଜାନୁଆରୀରେ ଖେଳାଯିବ। ଏମିତିରେ ତୃତୀୟ ଟେଷ୍ଟ ପୂର୍ବରୁ ଏହି ଖବର ଭାରତୀୟ ପ୍ରଶଂସକଙ୍କ ପାଇଁ କୌଣସି ଝଟକାରୁ କମ ନୁହେଁ। ଏହି ଆଘାତ କାରଣରୁ କେଏଲ ରାହୁଲଙ୍କୁ ଇଂଲଣ୍ଡ ବିରୁଦ୍ଧରେ ୫ ଫ୍ରେବୃଆରୀରୁ ଆରମ୍ଭ ହେବାକୁ ଥିବା ୪ଟି ମ୍ୟାଚର ଘରୋଇ ସିରିଜର ପ୍ରାରମ୍ଭିକ ମୁକାବିଲାଗୁଡିକ ଖେଳିବା ମଧ୍ୟ ଆଶଙ୍କା ଘେରରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *