IND VS ENG: ଭାରତର ଏହି ବୋଲର ରଚିଲେ କୀର୍ତ୍ତିମାନ,କରିଲେ ଦମଦାର ରେକର୍ଡ। ସବୁଆଡେ ହେଉଛି ଚର୍ଚ୍ଚା।

ଭାରତର ବାମ ହାତୀ ସ୍ପିନର ଅକ୍ଷର ପଟେଲ ଯେବେଠୁ ଟେଷ୍ଟରେ ପାଦ ରଖିଛନ୍ତି ସେବେଠୁ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି। ଅକ୍ଷର ପଟେଲ ପ୍ରଥମ ଟେଷ୍ଟ ମ୍ୟାଚରୁ ହିଁ ନିଜ ଜଲବା ଦେଖାଇବା ଆରମ୍ଭ କରିଥିଲେ ଓ ଦ୍ୱିତୀୟ ମ୍ୟାଚ ଶେଷ ହେଉ ହେଉ ସେ ଦୁନିଆର ସବୁଠୁ ଘାତକ ବୋଲର ହୋଇଯାଇଛନ୍ତି। ଅହମ୍ମଦାବାଦ ଟେଷ୍ଟରେ ୧୧ ୱିକେଟ ଅକ୍ତିଆର କରି ସେ ଅନେକ ରେକର୍ଡ ନିଜ ନାମରେ ନାମିତ କରେଇଛନ୍ତି। ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ।

Google

ଅକ୍ଷର ପଟେଲ ଅହମ୍ମଦାବାଦରେ ଚାଲୁଥିବା ଡେ ନାଇଟ ଟେଷ୍ଟରେ ମୋଟ ୧୧ ୱିକେଟ ଅକ୍ତିଆର କରିଛନ୍ତି। ଏପରି କରିଥିବା ସେ ଦୁନିଆର ପ୍ରଥମ ବୋଲର ହୋଇଛନ୍ତି। ପ୍ରଥମ ପାରିରେ ସେ ୩୮ ରନ ଦେଇ ୬ ଟି ଓ ଦ୍ୱିତୀୟ ପାରିରେ ୩୨ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିଲେ।

ଅକ୍ଷର ପଟେଲ ଇଂଲଣ୍ଡ ବିରୁଦ୍ଧରେ ଦୁଇଟି ଯାକ ପାରୀରେ ୫ ୱିକେଟ ନେଇଥିବା ତୃତୀୟ ଭାରତୀୟ ବୋଲର ଅଟନ୍ତି।ତାଙ୍କ ପୂର୍ବରୁ ଲକ୍ଷ୍ମଣ ବିଷାରାମାକୃଷ୍ଣନ, ରବିଚନ୍ଦ୍ରନ ଅଶ୍ୱିନୀ ମଧ୍ୟ ଏପରି କରିଥିଲେ।

ଅକ୍ଷର ପଟେଲ ଦ୍ୱିତୀୟ ଭାରତୀୟ ବୋଲର ଅଟନ୍ତି ଯିଏକି ନିଜ କ୍ୟାରିୟରର ପ୍ରଥମ ୨ ଟି ଟେଷ୍ଟ ମ୍ୟାଚରେ ତିନିଥର ୫ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କ ପୂର୍ବରୁରୁ ନରେନ୍ଦ୍ର ହୀରବାନୀ ଏହି କାମ କରିବାର ଦେଖାଯାଇଥିଲେ।

Google

ଅକ୍ଷର ପଟେଲ ଚାରିଟି ପାରିରେ ୧୮ ୱିକେଟ ନେଇସାରିଲେଣି। ତାଙ୍କ ଔସତ ୯.୪୩ ଓ ଷ୍ଟାଇକରେଟ ୨୫.୮ ଅଟେ। ସେ ବିଶ୍ୱ କ୍ରିକେଟରେ ସବୁଠୁ ଭଲ ଔସତ ଓ ଷ୍ଟାଇକରେଟରେ ୧୫ ରୁ ଅଧିକ ୱିକେଟ ନେଇଥିବା ବୋଲର ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *