ପାଞ୍ଚଟି ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରେ ଏହି ୧୯ ବର୍ଷୀୟ ଭାରତୀୟ ତନଵୀର ସଂଘାଙ୍କୁ ବଛାଯାଇଛି। ତନବିର ସଂଘା ବର୍ତ୍ତମାନ ବିଗ ବ୍ୟାସ ଲିଗରେ ସିଡ଼ନି ଥଣ୍ଡର ପକ୍ଷରୁ ଖେଳିବାର ନଜର ଆସିଛନ୍ତି।

ଅଷ୍ଟ୍ରେଲିଆ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ୨୭ ଫେବୁଆରୀକୁ ଆରମ୍ଭ ହେବାକୁ ଥିବା ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟି-୨୦ ଇଣ୍ଟରନେସନାଲ ସିରିଜ ପାଇଁ ଟିମ ଘୋଷଣା କରିଦେଇଛି।ପାଞ୍ଚଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଅଷ୍ଟ୍ରେଲିଆ ଭାରତୀୟ ମାଟିର ୧୯ ବର୍ଷୀୟ ତନବୀର ସଂଘାଙ୍କୁ ବାଛିଛି। ତନବିର ସଂଘା ବର୍ତ୍ତମାନ ବିଗ ବ୍ୟାସ ଲିଗରେ ସିଡ଼ନି ଥଣ୍ଡର ପକ୍ଷରୁ ଖେଳିବାର ନଜର ଆସିଛନ୍ତି। ବିବିଏଲରେ ଏହି ଯୁବ ବୋଲର ନିଜ ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କ ମନକି କିଣି ନେଇଛନ୍ତି।
ଅଷ୍ଟ୍ରେଲିଆ ଟିମରେ ବଛାଯିବା ସହ ତନବୀର ସଂଘା ଇତିହାସ ସୃଷ୍ଟି କରିଛନ୍ତି। ସେ ଭାରତୀୟ ମାଟିର ଦ୍ୱିତୀୟ ଖେଳାଳୀ ଯିଏକି ଅଷ୍ଟ୍ରେଲିଆ ପାଇଁ ଖେଳିବେ ଓ ହଳଦିଆ ପୋଷାକ ପିନ୍ଧିବେ। ତନବୀରଙ୍କ ପୂର୍ଵରୁ ୨୦୧୫ରେ ଗୁରେନ୍ଦ୍ର ସନ୍ଧୁ ଅଷ୍ଟ୍ରେଲିଆ ଟିମରେ ବଛାଯାଇଥିଲେ ଓ ଭାରତ ବିରୁଦ୍ଧରେ ମେଲବର୍ଣ୍ଣରେ ଖେଳିଥିଲେ। ସନ୍ଧୁ ଏକ ପଞ୍ଜାବୀ ପରିବାରର ଅଟନ୍ତି। ତାଙ୍କ ବାପା ମା ଷ୍ଟାଅର୍ଟ କ୍ଲାର୍କ ଓ ବ୍ରେସ୍ୱୀ କପୁର ଦୁହିଁଙ୍କ ଜନ୍ମ ଭାରତରେ ହିଁ ହୋଇଥିଲା।
ଯାଲନ୍ଧରର ତନବୀର ସଂଘାଙ୍କ ଅଷ୍ଟ୍ରେଲିଆ ଟିମରେ ବଛାଯିବାର ରାସ୍ତା ବହୁତ କଠିନ ଥିଲା। ସିଡନି ଥଣ୍ଡର ପାଇଁ ସେ ସୁନ୍ଦର ଫର୍ମରେ ଅଛନ୍ତି। ବିବିଏଲରେ ସେ ଏବେ ପର୍ଯ୍ୟନ୍ତ ୧୪ ମ୍ୟାଚରେ ୨୧ଟି ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କର ଲେଗ ସ୍ପିନ ବହୁତ ଭଲ ଅଟେ କିନ୍ତୁ ଆଇସିସି ଅଣ୍ଡର-୧୯ ରେ ତାଙ୍କ ପ୍ରଦର୍ଶନ ଭଲ ରହିନଥିଲା।

ସିଡନିରେ ରହିଥିବା ତନବୀର ସଂଘା ସେବେ ଚର୍ଚ୍ଚାକୁ ଆସିଲେ ଯେବେ ଅଷ୍ଟ୍ରେଲିଆର ଲେଗ ସ୍ପିନର ଫବାଦ ଅହମ୍ମଦଙ୍କ ନଜର ତାଙ୍କ ଉପରେ ପଡ଼ିଲା।ତନବୀର ନିଜ କ୍ୟାରିଅରର ଆରମ୍ଭ ଦ୍ରୁତ ବୋଲିଙ୍ଗରୁ କରିଥିଲେ କିନ୍ତୁ କିଶୋରାଵସ୍ଥାରେ ପହଁଚିବା ଭିତରେ ସେ ଲେଗ ସ୍ପିନର ହୋଇଗଲେ। ସିଡନି କ୍ଳବ କ୍ରିକେଟରେ ତାଙ୍କ ପ୍ରଭାବ ପଡିଲା। ବହୁତ ଶୀଘ୍ର ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଁଚିଗଲେ। ସଂଘା ଅଣ୍ଡର-୧୯ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ୱିକେଟ ନେଉଥିବା ମୁଖ୍ୟ ବୋଲର ରହିଥିଲେ। ସେ ୬ ମ୍ୟାଚରେ ୧୫ ଟି ୱିକେଟ ଅକ୍ତିଆର କରିଥିଲେ। ୧୪ ରନ ଦେଇ ୫ ଟି ୱିକେଟ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।
ତନବୀରଙ୍କ ବାପା ଯୋଗା ପୁଅର ଏହି ସଫଳତା ପାଇଁ ବହୁତ ଖୁସି ଅଛନ୍ତି ବୋଲି ଜଣା ଯାଇଛି। ଯୋଗା ୧୯୯୭ରେ ଲାଜନ୍ଧରରୁ ସିଡ଼ନିର ଦକ୍ଷିଣ ପଶ୍ଚିମ ଉପନଗରକୁ ଆସିଯାଇଥିଲେ। ସେ ସିଡ଼ନିରେ ଟାକ୍ସି ଡ୍ରାଇଭର ହେବା ପୂର୍ଵରୁ ବ୍ରିସବେନରେ ଏକ ଫାର୍ମରେ କାମ କରୁଥିଲେ। ଯୋଗା ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ଇଣ୍ଟରଭିଉରେ କହିଥିଲେ ,”ମୁଁ ଭାରତରେ କେବେ କ୍ରିକେଟ ଦେଖିନାହିଁ। ମୁଁ କବାଡ଼ି, ରେସଲିଙ୍ଗ ଓ ଭଲିବଲ ଖେଳିଥିଲେ। ଏଠାରେ ସବୁବେଳେ ରେସଲିଙ୍ଗ ଟୁର୍ଣ୍ଣାମେଣ୍ଟ ହୋଇଥାଏ ଓ ତନବୀର ଅନେକ ସମୟରେ ମୋ ସହ ଯାଉଥିଲା। ସେ ଜୁନିୟର ବାଉଣ୍ଟସରେ ଖେଳୁଥିଲା”।
ସେ ଆଗକୁ କହିଛନ୍ତି,”ଯେବେ ତନବୀର ୧୦ ବର୍ଷର ଥିଲା ଆମେ ତାକୁ ଦାଖିଲା ଇଲେଭେନ ଆରଏସଏଲ ରେ କ୍ରିକେଟ ଖେଳିବା ପାଇଁ ଭର୍ତ୍ତି କରିଥିଲୁ। ମୁଁ ହିଁ ତନବୀରଙ୍କୁ କ୍ଳବରେ ଛାଡିବାକୁ ଓ ଆଣିବାକୁ ଯାଉଥିଲି। ଅନେକଥର ମତେ ଟ୍ୟାକ୍ସି ଚଲା ଛାଡିବାକୁ ପଡୁଥିଲା। ଏହାର ଭରଣ ପାଇଁ ମୁ ଅଧିକ ରାତି ପାଇଁ କାମ କରୁଥିଲି”। ବିବିଏଲରେ ସଂଘା ସବୁବେଳେ ଶେଷ ଓଭର ମାନଙ୍କରେ ଭଲ ପ୍ରଦର୍ଶନ କରିଥାନ୍ତି।ପ୍ରଶଂସକ ତାଙ୍କୁ ନାଥନ ଲାୟନଙ୍କ ଉତ୍ତରାଧିକାରୀ କହିଥାନ୍ତି।
ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ଅଷ୍ଟ୍ରେଲିଆର ଟି-୨୦ ଟିମ:
ଆରନ ଫିଞ୍ଚ(ଅଧିନାୟକ), ମେଥୟୁ ୱେଡ଼, ଏଷ୍ଟନ ଏଗର,ଯେସନ ବେହେନଡ଼ରାଫ, ମିଚେଲ ମାର୍ଶ,ଗ୍ଲେନ ମାକ୍ସୋୱେଲ, ବେନ ମ୍ୟାକଡରମାର୍ଟ, ରିଲେ ମେଡ଼ରିଥ, ଜୋସ ଫେଲିପ, ଝାଏ ରିଚର୍ଡସନ, କେନ ରିଚର୍ଡସନ, ଡେଲିୟଲ ସାମସ, ତନବୀର ସଂଘା, ଡିଆର୍ଶୀ ଶର୍ଟ, ମାର୍ଶ ଷ୍ଟୋଇନିସ, ଏଷ୍ଟନ ଟର୍ନର, ଏଡ୍ରୟୁ ଟାୟ, ଏଡ଼ମ ଜାମ୍ପା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।