ବର୍ଷ ୨୦୨୦ ଯାହା ସବୁ କଥାରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ସେହିପରି କ୍ରିକେଟର ପଇସା ନେବାର ମଧ୍ୟ ନୂଆ ଲିଷ୍ଟ ନେଇକି ଆସିଛି। ଯଶପ୍ରୀତ ବୁମରା ଏହି ବର୍ଷ ଭାରତୀୟ କ୍ରିକେଟ ଟିମ ପକ୍ଷରୁ ଖେଳି ସବୁଠୁ ଅଧିକ ପଇସା କମାଇଥିବା ଖେଳାଳୀ ହୋଇଯାଇଛନ୍ତି। ସେ ବିରାଟ କୋହଲିଙ୍କୁ ପଛରେ ଛାଡିଦେଇଛନ୍ତି। ରୋହିତ ଶର୍ମା ଏହି ଲିଷ୍ଟରେ ଟପ-୫ରେ ବି ସାମିଲ ନାହାଁନ୍ତି।

ଭାରତୀୟ କ୍ରିକେଟରେ ଯେବେବି ପଇସା କମାଇବା କଥା ଆସେ ସର୍ବଦା ବ୍ୟାଟ୍ସମ୍ୟାନମାନଙ୍କର ହିଁ ନାମ ଆସେ। ବିରାଟ କୋହଲି ଓ ରୋହିତ ଶର୍ମା ଦେଶର ସବୁଠୁ ମହଙ୍ଗା ଖେଳାଳୀ ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ମହେନ୍ଦ୍ର ସିଂହ ଧୋନି ସନ୍ୟାସ ପରେ ମଧ୍ୟ ଅଧିକାଂଶ କ୍ରିକେଟରଙ୍କ ଠୁ ଅଧିକ ପଇସା କମାଇଥାନ୍ତି। ବର୍ଷ ୨୦୨୦ ଯାହା ସବୁ କଥାରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ସେହିପରି କ୍ରିକେଟର ପଇସା ନେବାର ମଧ୍ୟ ନୂଆ ଲିଷ୍ଟ ନେଇକି ଆସିଛି। ଯଶପ୍ରୀତ ବୁମରା ଏହି ବର୍ଷ ଭାରତୀୟ କ୍ରିକେଟ ଟିମ ପକ୍ଷରୁ ଖେଳି ସବୁଠୁ ଅଧିକ ପଇସା କମାଇଥିବା ଖେଳାଳୀ ହୋଇଯାଇଛନ୍ତି। ସେ ବିରାଟ କୋହଲିଙ୍କୁ ପଛରେ ଛାଡିଦେଇଛନ୍ତି। ରୋହିତ ଶର୍ମା ଏହି ଲିଷ୍ଟରେ ଟପ-୫ରେ ବି ନାହାଁନ୍ତି।
ଯଶପ୍ରୀତ ବୁମରା ଭାରତୀୟ ଟିମ ପକ୍ଷରୁ ୨୦୨୦ରେ ୪ଟି ଟେଷ୍ଟ, ୯ଟି ଏକଦିବସିୟ ଓ ୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି।ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ପକ୍ଷରୁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା ମିଳିଥାଏ।ସେହିପରି ପ୍ରତି ଏକଦିବସିୟ ପାଇଁ ୬ ଲକ୍ଷ ଓ ପ୍ରତି ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଦିଆଯାଇଥାଏ। ଏହିପରି ଯଶପ୍ରୀତ ବୁମରାଙ୍କୁ ୨୦୨୦ରେ ମୋଟ ୧.୩୮ କୋଟି ଦରମା ମିଳିଛି।ଯାହାକି କୌଣସି ଭାରତୀୟ କ୍ରିକେଟରଙ୍କ ଠୁ ଅଧିକ। ଏହା ତାଙ୍କ କଣ୍ଟ୍ରାକଟ ପଇସା ଠୁ ଅଧିକ ଅଟେ।

ବିରାଟ କୋହଲି ଭାରତ ପକ୍ଷରୁ ୨୦୨୦ରେ ତିନୋଟି ଟେଷ୍ଟ, ୯ଟି ଏକଦିବସିୟ ଓ ୧୦ ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ତାଙ୍କୁ ଏହି ବର୍ଷ ୧.୨୯ କୋଟି ଟଙ୍କା ଦରମା ମିଳିଛି। ସେ ବୁମରାଙ୍କ ପରେ ସବୁଠୁ ଅଧିକ ମ୍ୟାଚ ଫିସ ନେଇଥିବା ଖେଳାଳୀ ଅଟନ୍ତି। ଆଶ୍ଚର୍ଯ୍ୟର କଥା ଏହାକି କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାନ୍ତି। ଯଦି ସେ ଏହି ସବୁ ମ୍ୟାଚ ଖେଳିଥାନ୍ତେ ତ ତାଙ୍କୁ ମୋଟ ୧.୪୪ କୋଟି ଫିସ ମିଳିଥାନ୍ତା।
ଯଶପ୍ରୀତ ବୁମରା ଓ ବିରାଟ କୋହଲିଙ୍କ ପରେ ସବୁଠୁ ଅଧିକ ମ୍ୟାଚ ଫିସ ନେଇଥିବା ଖେଳାଳି ହେଉଛନ୍ତି ରବୀନ୍ଦ୍ର ଜାଡେଜା। ସେ ଏହି ବର୍ଷ ୨ଟି ଟେଷ୍ଟ, ୯ଟି ଏକଦିବସିୟ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ତାଙ୍କୁ ଏହି ବର୍ଷ ମୋଟ ୯୬ ଲକ୍ଷ ଫିସ ମିଳିଛି।

ରୋହିତ ଶର୍ମା ମ୍ୟାଚ ଫିସ ହାସଲ କରିବା ଖେଳାଳୀ ମାନଙ୍କ ମଧ୍ୟରେ ଟପ-୫ରେ ବି ନାହାଁନ୍ତି। ଏହାର ସବୁଠୁ ବଡ଼ କାରଣ ତାଙ୍କ ଖରାପ ଫିଟନେସ। ରୋହିତ ଏହି ବର୍ଷ ୩ଟି ଏକଦିବସିୟ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ତାଙ୍କୁ ଏହି ବର୍ଷ ମୋଟ ୩୦ ଲକ୍ଷ ଟଙ୍କା ଫିସ ମିଳିଛି।
ରୋହିତ ଶର୍ମାଙ୍କ ଠୁ ଅଧିକ ମ୍ୟାଚ ଫିସ ଏହି ବର୍ଷ ରାହାଣେ ଓ ରିଷଭ ପନ୍ତଙ୍କୁ ମିଳିଛି। ରାହାଣେ ଏହି ବର୍ଷ ମୋଟ ୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏହା ଦ୍ଵାରା ସେ ମୋଟ ୬୦ ଲକ୍ଷ ଟଙ୍କା ଫିସ ପାଇଛନ୍ତି। ପନ୍ତ ଏହି ବର୍ଷ ୩ଟି ଟେଷ୍ଟ ,ଗୋଟିଏ ଏକଦିବସିୟ ଓ ୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ତାଙ୍କୁ ଏହି ବର୍ଷ ୫୭ ଲକ୍ଷ ଫିସ ମିଳିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।