ହରଭଜନଙ୍କ ରେକର୍ଡ ଭାଙ୍ଗିପାରନ୍ତି ଏହି କିମ୍ବଦନ୍ତୀ ଭାରତୀୟ ବୋଲର। ଚାରିଆଡେ ହେଉଛି ତାଙ୍କର ଚର୍ଚ୍ଚା।

ଭାରତୀୟ ଟିମର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ସିରିଜରେ ହରଭଜନ ସିଂଙ୍କ ରେକର୍ଡ଼ ଭାଙ୍ଗିପାରନ୍ତି।ସିରିଜ ମଧ୍ୟରେ ତାଙ୍କ ଲକ୍ଷ୍ୟ ୪୦୦ ୱିକେଟ ନେବାରେ ରହିବ। ରବିଚନ୍ଦ୍ରନ ଅଶ୍ୱିନ ଏ ପର୍ଯ୍ୟନ୍ତ ୭୪ ଟେଷ୍ଟରେ ୨୫.୫୩ ଓ ୨.୮୩ ଇକୋନମିରେ ୩୭୭ ୱିକେଟ ଅକ୍ତିଆର କରିଛନ୍ତି। ସେ ଟେଷ୍ଟରେ ୨୭ ଥର ୫-୫ ଓ ୭ ଥର ୧୦-୧୦ ୱିକେଟ ଅକ୍ତିଆର କରିଛନ୍ତି।

Google

ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ତଥା ୫ ଫେବୃଆରୀ ୨୦୨୧କୁ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଅଛି। ଅଶ୍ୱିନ ଟେଷ୍ଟରେ ସବୁଠାରୁ ଅଧିକ ୱିକେଟ ନେବାରେ ଭାରତୀୟ ବୋଲର ୪ ନଂରେ ଅଛନ୍ତି। ଏହି ଲିଷ୍ଟରେ ଆଗରେ ଅନୀଲ କୁମ୍ବଲେ(୬୧୯),କପିଳ ଦେବ(୪୩୪),ହରଭଜନ ସିଂ ୪୧୭ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ନଂରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ନିକଟରେ ଅଶ୍ୱିନ ଭଲ ପ୍ରଦର୍ଶନ କରିଥିଲେ। ସେ ୩ ଟି ଟେଷ୍ଟ ମ୍ୟାଚରେ ୧୨ ୱିକେଟ ଅକ୍ତିଆର କରିଥିଲେ।

ଅଶ୍ୱିନ ପୂର୍ଵ ୧୮ ମାସରୁ ତାଙ୍କ ରେକର୍ଡ଼ରେ ବହୁତ ସୁଧାର ଆଣିଛନ୍ତି। ସେ ମୋଟ ୩୭୭ ୱିକେଟରୁ ଘରୋଇ ଗ୍ରାଉଣ୍ଡରେ ୨୫୪ ୱିକେଟ ନିଜ ନାମରେ କରିଛନ୍ତି। ସେ ଏଥିରେ ୨୧ ଥର ୫-୫ ୱିକେଟ,ଓ ୬ ଥର ୧୦-୧୦ ୱିକେଟ ଅକ୍ତିଆର କରିଛନ୍ତି। ଯେତେବେଳେ ଇଂଲଣ୍ଡ ବିରୁଦ୍ଧରେ ସେ ଚେପକ ଷ୍ଟାଡିୟମରେ ଓଲ୍ହାଇବେ ତାଙ୍କ ନଜର କେତେକ ରେକର୍ଡ଼ ନିଜ ନାମରେ କରିବାର ଥିବ।

Google

ଏହି କ୍ରମରେ ସେ ହରଭଜନ ସିଂଙ୍କ ଘରୋଇ ଗ୍ରାଉଣ୍ଡ ୱିକେଟ ନେବାର ରେକର୍ଡ଼ ଭାଙ୍ଗିପାରନ୍ତି। ସେ ଘରୋଇ ମୈଦାନରେ ୨୬୫ ୱିକେଟ ଅକ୍ତିଆର କରିଛନ୍ତି। ଅଶ୍ୱିନ ୪୩ ମ୍ୟାଚରେ ୨୨.୮୦ ଔଷତରେ ୨୫୪ ୱିକେଟ ଅକ୍ତିଆର କରିଛନ୍ତି। ମାନେ ତାଙ୍କୁ ହରଭଜନ ସିଂ ଙ୍କ ଠୁ ଆଗକୁ ଯିବାକୁ ଆଉ ୧୨ ଟି ୱିକେଟ ଦରକାର। ଏହି ମାମଲାରେ ଏକ ନଂରେ ଅନୀଲ କୁମ୍ବଲେ ଅଛନ୍ତି। ସେ ନିଜ କ୍ୟାରିୟରେ ଘରୋଇ ମୈଦାନରେ ୩୫୦ ୱିକେଟ ନିଜ ନାମରେ ନାମିତ କରାଇଛନ୍ତି।

ଅନ୍ୟପଟେ ଅଶ୍ୱିନଙ୍କୁ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିରୁଦ୍ଧରେ ୫୦ ୱିକେଟ ନେବାରେ ଆଉ ୮ ୱିକେଟ ବାକି ଅଛି। ସେ ଯଦି ଇଂଲଣ୍ଡ ବିପକ୍ଷରେ ୮ କି ଅଧିକ ୱିକେଟ ନେବେ ତେବେ ସେ ଇଂଲଣ୍ଡ ବିରୁଦ୍ଧରେ ୫୦ ୱିକେଟ ନେବାରେ ୪ନଂ ଭାରତୀୟ ହୋଇଯିବେ। ତାଙ୍କ ପୂର୍ବରୁ ଏହି ଉପଲବ୍ଧି ଅନୀଲ କୁମ୍ବଲେ,ବି ଏସ ଚନ୍ଦ୍ରଶେଖର,ବିସନ ସିଂ ବେଦୀ ନେଇଛନ୍ତି।

Google

ଇଂଲଣ୍ଡ ଶେଷ ଥର ୨୦୧୬ ରେ ଇଣ୍ଡିଆ ଆସିଥିଲା। ସେହି ସମୟରେ ଅଶ୍ୱିନ ୫ ମ୍ୟାଚରେ ୨୮ ୱିକେଟ ନିଜ ନାମରେ କରିଥିଲେ। ଏଥିରେ ୩ ଥର ୫-୫ ଓ ୧ ଥର ୧୦-୧୦ ୱିକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୨୦୧୮ ରେ ତାଙ୍କ ମାଟିରେ ୪-୧ରେ ସିରିଜ ଜିତିଥିଲା। ଏହି ଟେଷ୍ଟରେ ଅଶ୍ୱିନ ୪ ମ୍ୟାଚରେ ୧୧ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *