ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ମିନି ଆକ୍ସନ ୧୮ ଫେବୁଆରୀକୁ ଚେନ୍ନାଇରେ ହେବ। ପାଞ୍ଚ ଥରର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ନିଲାମୀ ପୂର୍ବରୁ ୭ ଜଣ ଖେଳାଳୀଙ୍କୁ ରିଲିଜ କରିଦେଇଛି। ତାଙ୍କ ପାଖରେ ଚାରିଟି ବିଦେଶୀ ଖେଳାଳୀଙ୍କ ପାଇଁ ଜାଗା ଅଛି। ଟିମ ଇଣ୍ଡିଆର ପୂର୍ବ ଓପନର ଓ ପ୍ରସିଦ୍ଧ କମେଣ୍ଟେଟର ଆକାଶ ଚୋପଡା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସକୁ ବୋଲରର ଆବଶ୍ୟକତା ଅଛି। ତାଙ୍କୁ ଯଶପ୍ରୀତ ବୁମରା, କାୟରନ ପୋଲାଡ଼, ଓ ଟ୍ରେଣ୍ଟ ବୋଲଟଙ୍କ ବ୍ୟାକଅପ ଆବଶ୍ୟକ ଅଛି।

ଆକାଶ ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତି କି ,”ମୁମ୍ବାଇ ପାଖରେ ୧୫.୩ କୋଟି ଟଙ୍କା ବଳକା ଅଛି। ୭ ଜଣ ଖେଳାଳିଙ୍କ ସ୍ଥାନ ଫାଙ୍କା ଅଛି ୪ ଜଣ ବିଦେଶୀ ଖେଳାଳିଙ୍କୁ ଯିବାକୁ ଦେଇଛନ୍ତି। ଏହାର ଅର୍ଥ ଯେମିତି ବି ହେଉ ୪ ଜଣ ବିଦେଶୀ ଖେଳାଳି ଆବଶ୍ୟକ। କାରଣ ଚୂଡାନ୍ତ ଏକାଦଶ ପାଇଁ ୩ ଜଣ ହିଁ ବିଦେଶୀ ଖେଳାଳି ଅଛନ୍ତି। ସେଥିରେ କ୍ୟୁଣ୍ଟନ ଡ଼ିକକ, ଟ୍ରେଣ୍ଟ ବୋଲଟ, ଓ କାୟରନ ପୋଲାଡ଼ ରହିଛନ୍ତି। କ୍ରିସ ଲୀନ ଡିକକଙ୍କ ବ୍ୟାକଅପ ଅପ୍ସନ ଅଟେ।ଲୀନ ଓ ଡିକକ ଏକାସାଥିରେ ଖେଳିନଥାନ୍ତି। ମୁମ୍ବାଇ ପୁରା ଫାଷ୍ଟ ବୋଲିଙ୍ଗ ଡିପାର୍ଟମେଣ୍ଟ ବଦଳାଇ ଦେଇଛି। ଲସିଥ ମାଲିଙ୍ଗା ସନ୍ୟାସ ନେଇଯାଇଛନ୍ତି। ତାଙ୍କ ଜାଗାରେ ଆସିଥିବା ଜେମ୍ସ ପ୍ୟାଟିସନଙ୍କୁ ରିଲିଜ କରିଛନ୍ତି। ନାଥନ କୁଲଟର ନାଇଲ ଓ ମିସେଲ ମ୍ୟାକ୍ଲେନାଘନଙ୍କୁ ବି ରିଲିଜ କରିଦେଇଛନ୍ତି”।
ଆକାଶ କହିଛନ୍ତି କି ,”ମୁମ୍ବାଇ ପୂର୍ବଥର ସେରଫେନ ରଦରଫୋର୍ଡକୁ ଦିଲ୍ଲୀରୁ ଆଣିଥିଲେ ତାଙ୍କୁ ମଧ୍ୟ ଏଥର ରିଲିଜ କରିଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆ ଖେଳାଳିଙ୍କୁ ଛାଡିନଥାଏ। ମୁମ୍ବାଇର ଚୂଡାନ୍ତ ଏକାଦଶ ଗୋଟେ ପ୍ରକାର ପ୍ରସ୍ତୁତ। ସେ କୌଣସିବି ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ଅଛି।ଏହା ପରେ ମଧ୍ୟ ଟିମକୁ ଦୁଇଟି ପ୍ରେସ ବୋଲରଙ୍କ ଆବଶ୍ୟକତା ଅଛି। ଯଦି ବୁମରା କି ବୋଲଟ ଆଘାତ ହୋଇଯିବେ ତାଙ୍କ ଜାଗାରେ ବୋଲିଙ୍ଗ କରିବା ପାଇଁ ବୋଲର ଆବଶ୍ୟକ। ମୁମ୍ବାଇର ଟିମ ପ୍ରେସ ବୋଲର ଖୋଜିବ। ମିଚେଲ ଷ୍ଟାର୍କ ଆସିଯିବେ ତ ବୁମରାଙ୍କ ସହ ଭଲ ଯୋଡି ହେବ କିନ୍ତୁ ମତେ ଲାଗୁନାହିଁକି ଷ୍ଟାର୍କ ମୁମ୍ବାଇ ପାଖକୁ ଆସିଯିବେ”।

ଆକାଶ ଆଗକୁ କହିଛନ୍ତି କି ,”ଟିମକୁ ସ୍ପିନରଙ୍କ ବିକଳ୍ପ ମଧ୍ୟ ରଖିବାର ଆବଶ୍ୟକତା ଅଛି। ଏଥର ଆଇପିଏଲ ଇଣ୍ଡିଆରେ ଅନୁଷ୍ଠିତ ହେବ। ମୁମ୍ବାଇ ଟିମ ମୁଯିବ ଉର ରେହେମାନ, ସନ୍ଦୀପ ଲମିଛାନେ ବା କୃଷ୍ଣପା ଗୌତମଙ୍କୁ ରଖିବାକୁ ଚାହିଁବ। ଟିମକୁ ପୋଲାଡ଼ଙ୍କ ବିକଳ୍ପବି ଆବଶ୍ୟକ। ହୋଇପାରେ ସେ ସାକୀବ ଅଲ ହସନ ବା କ୍ୟାମରନ ଗ୍ରୀନଙ୍କୁ କିଣିପାରନ୍ତି। ମୁମ୍ବାଇ ଟିମକୁ ଗ୍ଲେନ ମାକ୍ସୋଏଲଙ୍କ ଆବଶ୍ୟକତା ନାହିଁ। ମୋଇନ ଅଲ୍ଲୀଙ୍କୁ କିଣିପାରନ୍ତି। ଶିବମ ଦୁବେ ମୁମ୍ବାଇର ଅଟନ୍ତି ହୋଇପାରେ ତାଙ୍କୁ କିଣିପାରନ୍ତି। ମୋଟ ମୁମ୍ବାଇ ୭ ଟି ସ୍ଥାନ ଭରିବନି ୫ ବା ୬ ଖେଳାଳୀ ହିଁ କିଣିବ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।