ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଜଲ୍ଦି ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ସେସ ଟେଷ୍ଟ ନଖେଳିବା ପାଇଁ ଫଇସଲା କରିଛନ୍ତି। ତାଙ୍କୁ ପୂର୍ବରୁ ହିଁ ଟି-୨୦ ସିରିଜରେ ଆରାମ ଦିଆଯାଇଛି। ସେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜରେ ମଧ୍ୟ ଖେଳିବାର ନଜର ନାହିଁ। ବିସିସିଆଇ ସୂତ୍ର ଅନୁସାରେ ଏଜେନ୍ସି ଏଏନଆଇ ଲେଖିଛନ୍ତି ବୁମରା ଜଲ୍ଦି ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ବିବାହର ପ୍ରସ୍ତୁତି ପାଇଁ ସେ ଛୁଟି ନେଇଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ନିଶ୍ଚିନ୍ତ ହୋଇନାହିଁ କି ବିବାହ କେବେ ଓ କେଉଁଠି ହେବ। ମାନାଯାଉଛିକି ବିବାହ ଅହମ୍ମଦାବାଦରେ ହିଁ ହେବ।

ବୁମରାଙ୍କ ସହିତ ଜଡିତ ଆଉଏକ ସୂତ୍ରରୁ ଜଣାପଡିଛିକି ସେ ଏକ ସପ୍ତାହ ମଧ୍ୟରେ ବିବାହ କରିବାକୁ ଯାଉଛନ୍ତି। ଏକ ସ୍ପୋର୍ଟ ଏଙ୍କରଙ୍କ ସହ ତାଙ୍କ ବିବାହ ଗୋଆରେ ହେବାକୁ ଯାଉଛି। କିନ୍ତୁ ତାରିଖକୁ ଗୁପ୍ତ ରଖାଯାଇଛି। ଟିମ ବାୟୋ ବବୁଲରେ ଅଛନ୍ତି ସେଥିପାଇଁ ଭାରତୀୟ ଖେଳାଳି ବିବାହରେ ସାମିଲ ହେବା କଷ୍ଟକର। ବୁମରା ଇଂଲଣ୍ଡ ଟେଷ୍ଟରେ ମାତ୍ର ଦୁଇଟି ମ୍ୟାଚ ଖେଳିଛନ୍ତି ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ଆରାମ ଦିଆଯାଇଥିଲା। ସେ ପୁନଃ ଅହମ୍ମଦାବାଦରେ ଖେଳାଯାଇଥିବା ଡେ ନାଇଟ ଟେଷ୍ଟରେ ଫେରିଥିଲେ। ଏହା ପରେ ତାଙ୍କୁ ରିଲିଜ କରାଯାଇଛି। ବୋର୍ଡ କହିଛିକି ସେ ପ୍ରସନାଲ କାରଣରୁ ବୋର୍ଡକୁ ଛୁଟି ମାଗିଥିଲେ ଓ ତାଙ୍କୁ ଛୁଟି ଦିଆଯାଇଛି।

ବୋର୍ଡ ସଫା କହିଥିଲାକି ଶେଷ ଟେଷ୍ଟରେ ବୁମରାଙ୍କ ଜାଗାରେ କୌଣସି ଅନ୍ୟ ଖେଳାଳିଙ୍କୁ ସାମିଲ କରାଯିବ ନାହିଁ। ଭାରତୀୟ ଟିମର ଏହିବର୍ଷ ବ୍ୟସ୍ତ କାଯ୍ୟକ୍ରମ ଅଛି।ସେଥିପାଇଁ ବୁମରାଙ୍କ ପାଖରେ ଏହା ପରେ ସମୟ ବାହାର କରିବା କଷ୍ଟକର ଥିଲା। ଇଂଲଣ୍ଡ ସିରିଜ ପରେ ୧୧ ଏପ୍ରିଲରୁ ଆଇପିଏଲ ହେବ। ଏହା ପରେ ବିଶ୍ୱଟେଷ୍ଟ ଚାମ୍ପିୟାନସିପର ଫାଇନାଲ। କିନ୍ତୁ ଏବେ ପର୍ଯ୍ୟନ୍ତ ଟିମ ଫାଇନାଲରେ ପହଁଚିନାହିଁ। କିନ୍ତୁ ଟିମ ଫାଇନାଲରେ ପହଁଚିବା ପାଖାପାଖି ନିଶ୍ଚିନ୍ତ ଅଟେ। ଏହା ପରେ ଟିମକୁ ଇଂଲଣ୍ଡରେ ୫ଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଏହା ପରେ ଘରେ ଅକ୍ଟୋବର – ନଭେମ୍ବରରେ ଟି-୨୦ ବିଶ୍ୱକପ ହେବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।