ଭାରତୀୟ ମହିଳା କ୍ରିକେଟ ଟିମର ସବୁଠାରୁ କମ ବୟସର ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ୨୮ ଜାନୁଆରୀକୁ ନିଜର ୧୭ତମ ଜନ୍ମଦିନ ପାଳିଛନ୍ତି। ହରିୟାଣାର ରୋହତକ ଜିଲ୍ଲାରୁ ଆସିଥିବା ଏହି ଖେଳାଳୀଙ୍କୁ ଏକ ସମୟରେ କୌଣସି କ୍ରିକେଟ ଏକାଡେମୀରେ ଆଡ଼ମିଶନ ମିଳୁନଥିଲା।ଯାହାପରେ ତାଙ୍କ ବାପା ଝିଅର ଚୁଟି କଟିକରି ପୁଅଙ୍କ ଭଳି କଲେ ଓ ପରେ ଏକାଡେମୀରେ ଆଡ଼ମିଶନ କରାଇଦେଲେ।ଛୋଟ ଗାଁରୁ ଆସିଥିବା ଏହି ଯୁବ ଖେଳାଳୀ ୨ ବର୍ଷରେ ହିଁ ସେ ୧୯ଟି ଟି୨୦ ମ୍ୟାଚ ଖେଳି ସାରିଛନ୍ତି।ଏ ପର୍ଯ୍ୟନ୍ତ କି ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କର ୨ଟି ରେକର୍ଡ ମଧ୍ୟ ଭାଙ୍ଗିସାରିଛନ୍ତି। ତେବେ ଚାଲନ୍ତୁ ଆମେ ଜାଣିବା ତାଙ୍କ ବିଷୟରେ କିଛି କଥା।

୨୮ ଜାନୁଆରୀ ୨୦୦୪କୁ ହରିୟାଣାର ରୋହତକରେ ଜନ୍ମ ହୋଇଥିବା ଶେଫାଳି ବର୍ମା ଆଜି ଭାରତୀୟ ମହିଳା କ୍ରିକେଟରେ କୌଣସି ପରିଚୟ ଆବଶ୍ୟକ କରନ୍ତି ନାହିଁ। ଟମ ବୟ ଲୁକ ଥିବା ଶେଫାଳି ସମସ୍ତଙ୍କ ଠାରୁ ଅଲଗା ଦେଖାଯାଆନ୍ତି।
୨୪ ସେପ୍ଟେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଦାର୍ପଣ କରିଥିବା ଶେଫାଳି ସବୁଠାରୁ କମ ବୟସର ମହିଳା ଅଟନ୍ତି। ସେ କମ ବୟସରୁ ପଦାର୍ପଣ କରି ମାଷ୍ଟର-ବ୍ଲାଷ୍ଟର ସଚିନଙ୍କର ରେକର୍ଡ ମଧ୍ୟ ଭାଙ୍ଗିଦେଇଛନ୍ତି।
ପ୍ରକୃତରେ, ଶେଫାଳି ଯେବେ ଭାରତୀୟ ଦଳରେ ପଦାର୍ପଣ କଲେ ତାଙ୍କ ବୟସ ୧୫ ବର୍ଷ ୭ ମାସ ଓ ୨୭ ଦିନ ଥିଲା,ଯେବେକି ସଚିନ ଯେବେ ପଦାର୍ପଣ କରିଥିଲେ ତାଙ୍କ ବୟସ ୧୬ ବର୍ଷ ଥିଲା। ଏମିତିରେ ଶେଫାଳି ସବୁଠାରୁ କମ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଥିବା ଖେଳାଳୀ ହୋଇଛନ୍ତି।

ଶେଫାଳି ସଚିନ ତେନ୍ଦୁଲକରଙ୍କର ଆଉ ଏକ ରେକର୍ଡ ଭାଙ୍ଗିସାରିଛନ୍ତି। ଯେବେ ସେ ୧୫ ବର୍ଷ ୨୮୫ଦିନର ଥିଲେ ତେବେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୯ ବଲରେ ୭୩ ରନର ପାଳି ଖେଳିଥିଲେ। ସେହିପରି, ଯେବେ ସଚିନ ନିଜ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ ତେବେ ତାଙ୍କର ବୟସ ୧୬ ବର୍ଷ ୨୧୪ ଦିନ ଥିଲା। ଏମିତିରେ ସେ ସବୁଠାରୁ କମ ବୟସରେ ୫୦ରୁ ଅଧିକ ରନ କରିଥିବା ଖେଳାଳୀ ହେଲେ।
ଶେଫାଳି ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୨୯,ବାଙ୍ଗଲାଦେଶ ବିପକ୍ଷରେ ୩୯,ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୬ ଓ ଶ୍ରୀଲଙ୍କା ବିପକ୍ଷରେ ୪୭ ରନର ମ୍ୟାଚ ବିଜେତା ପାଳି ଖେଳିଛନ୍ତି। ଏହି ପାଳିଗୁଡିକ ପରେ ନିଜେ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ଵାଗ ଶେଫାଳିଙ୍କର ସୋସିଆଲ ମିଡିଆରେ ପ୍ରଶଂସା କରିବାର ନଜର ଆସିଥିଲେ।
କହିଦେଉଛୁ କି ଶେଫାଳିଙ୍କ ଅନ୍ତରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିର ଯାତ୍ରା କେତେ ସାରା ଅସୁବିଧାରେ ଭରି ରହିଥିଲା।ଭାରତୀୟ ଦଳର ଏହି ମହିଳା ଖେଳାଳିଙ୍କୁ ପୁଅ ହୋଇ କ୍ରିକେଟର ଟ୍ରେନିଂ ନେବାକୁ ପଡିଥିଲା।

ଶେଫାଳିଙ୍କର ପିତା କୁହନ୍ତି କି’କେହି ବି ମୋ ଝିଅକୁ ଏକାଡେମୀରେ ଆଡ଼ମିଶନ ଦେବାକୁ ଚାହୁଁନଥିଲେ, କାରଣ ରୋହତକରେ ଝିଅଙ୍କ ପାଇଁ ଗୋଟିଏ ବି ଏକାଡେମୀ ନଥିଲା। ମୁଁ ତାଙ୍କୁ ଭିକ ମାଗିଲି କି ତାର ଆଡ଼ମିଶନ କରିଦିଅନ୍ତୁ, ମାତ୍ର କେହି ବି ଶୁଣିଲେ ନାହିଁ। ତେବେ ମୁଁ ନିଜେ ଝିଅର ଚୁଟି କାଟି ତାର ଏକ ପୁଅ ଭଳି ଆଡ଼ମିଶନ କରାଇଲି।’
ଶେଫାଳି ବର୍ମାଙ୍କର ଏ ପର୍ଯ୍ୟନ୍ତର କ୍ରିକେଟ କ୍ୟାରିୟରର କଥା କହିବା ତେବେ ଏହି ଖେଳାଳୀ ୧୯ଟି ଟି୨୦ ମ୍ୟାଚରେ ୪୮୭ ରନ ବନେଇଛନ୍ତି। ଯେଉଁଥିରେ ୨ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ତାଙ୍କର ସବୁଠୁ ଅଧିକ ରନ ୭୩ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।