ଭାରତକୁ ଲାଗିଲା ଶକ୍ତ ଝଟକା,ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡିଲେ ଏହି ଷ୍ଟାର ଖେଳାଳି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲୁ ରହିଥିବା ୪ ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ଭାରତକୁ ଶକ୍ତ ଝଟକା ଲାଗିଛି। ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବାକି ୩ ଟେଷ୍ଟରେ ଖେଳିବେ ନାହିଁ ବୋଲି ଖବର ଆସୁଛି। ସିଡ୍ନୀ ଟେଷ୍ଟରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କର ଆଙ୍ଗୁଠି ଡିସଲୋକେଟ ହୋଇଯାଇଥିଲା,ଯାହା ଫଳରେ ସେ ବ୍ରିସବେନ ଟେଷ୍ଟରେ ଖେଳିପାରି ନ ଥିଲେ। ସେ ଭାରତ ଆସିବା ପରେ ତାଙ୍କୁ ଏନସିଏ ପଠେଇ ଦିଆଗଲା। ଆଶା ଥିଲା କି ସେ ଇଂଲଣ୍ଡ ବିପକ୍ଷରେ ଶେଷ ୨ ଟେଷ୍ଟ ଖେଳିବେ ହେଲେ ଏବେ ତାଙ୍କୁ ଠିକ ହେବାକୁ ସମୟ ଲାଗିବ ବୋଲି ଜଣାପଡୁଛି।

Google

କ୍ରିକବଜ ମୁତାବକ ଜାଡେଜାଙ୍କ ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚରେ ଖେଳିବାର ସମ୍ଭାବନା ନାହିଁ। ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଝାରଖଣ୍ଡର ବାମ ହାତୀ ସ୍ପିନର ନଦୀମଙ୍କ ଖରାପ ପ୍ରଦର୍ଶନ ପାଇଁ ସେ ଟିମରୁ ବାହାରିବେ। ହେଲେ ଏହା ଶୁକ୍ରବାରକୁ ଜଣାପଡିବ। ଅକ୍ଷର ପଟେଲ ଟିମରେ ଫେରିପାରନ୍ତି।

ଅକ୍ଷର ପଟେଲ ଏବେ ଠିକ ଅଛନ୍ତି ଓ ସେ ସାହବାଜ ନଦୀମଙ୍କ ଜାଗାରେ ଖେଳିପାରନ୍ତି। ଭାରତକୁ ପ୍ରଥମ ଟେଷ୍ଟରେ ପରାଜୟ ମିଳିଥିଲା। ବିସିସିଆଇ ସୁତ୍ର ପିଟିଆଇ ବୁଧବାରକୁ କହିଲେ,”ଅକ୍ଷରଙ୍କ ଆଣ୍ଠୁରେ ଯନ୍ତ୍ରଣା ଥିଲା ହେଲେ ଏବେ ସେ ନେଟରେ ବ୍ୟାଟିଂ ପ୍ରାକ୍ଟିସ କରୁଛନ୍ତି। ଆଶା ଅଛି ବହୁତ ଜଲ୍ଦି ସେ ବୋଲିଂ ପ୍ରାକ୍ଟିସ ବି କରିବେ। ପ୍ରଥମ ଟେଷ୍ଟ ଖେଳିବା ପାଇଁ ସେ ପ୍ରଥମ ଚୟସ ଥିଲେ ହେଲେ ବିରାଟ କୋହଲି,କୋଚ୍ ରବି ଶାସ୍ତ୍ରୀ ଓ ବୋଲିଂ କୋଚ୍ ଭରତ ଅରୁନଙ୍କ ଉପରେ ଏହା ନିର୍ଭରଶୀଳ।”

Google

ମ୍ୟାଚ ପରେ ପ୍ରେଜେନଟେସନ ସମୟରେ ବିରାଟ କୋହଲି ମଧ୍ୟ ନଦୀମଙ୍କ ଖରାପ ପ୍ରଦର୍ଶନ କଥା ଲୁଚେଇ ପାରିଲେ ନାହିଁ। ସେ କହିଲେ,”ନଦୀମ ଓ ସୁନ୍ଦର, ବୁମରା,ଇଶାନ୍ତ ଓ ଆଶ୍ୱିନଙ୍କ ଦ୍ୱାରା ହୋଇଥିବା ପ୍ରେସରକୁ ଲଗେଇ ରଖିପାରିଲେ ନାହିଁ।”ନଦୀମ ମୋଟ ୪ ଟି ୱିକେଟ ନେଇଥିଲେ ମଧ୍ୟ ଦୁଇ ପାରିରେ ୫୯ ଓଭରରେ ୨୩୩ ରନ ଦେଇଦେଲେ । ତାଙ୍କ ବୋଲିଂରେ ଇକୋନମି ୪ ରହିଲା ଓ ସେ ନୋ ବଲ ମଧ୍ୟ ପକାଉଥିଲେ।

କହିରଖିଛୁ କି ଜ୍ୟାକ ଲିକ ଫିରକି ଯାଦୁ ଓ ଦୁନିଆର ସବୁଠାରୁ ସଫଳ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଘାତକ ବୋଲିଂ ବଲରେ ଭାରତକୁ ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ୨୨୭ ରନରେ ହାରେଇ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ବିଜୟ ସହ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟାନସିପ ତାଲିକାରେ ଶୀର୍ଷରେ ପହଞ୍ଚିଗଲା। ଏହା ପୂର୍ବରୁ ଭାରତ ଶୀର୍ଷ ଓ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ଥିଲା। ଦ୍ଵିତୀୟ ମ୍ୟାଚ ମଧ୍ୟ ଏମ୍ଏ ଚିଦାମ୍ବରମ୍ବ ଗ୍ରାଉଣ୍ଡରେ ୧୩ ଫେବ୍ରୁଆରୀରେ ଅନୁଷ୍ଠିତ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *