ଆଇପିଏଲ ୨୦୨୧ ପୂର୍ବରୁ ଇଣ୍ଡିଆ ଆଉ ଇଂଲଣ୍ଡ ଭିତରେ ଏକ ଘମାଶାନ ଲଢେଇ ଚାଲିଛି। ଟେଷ୍ଟ ସିରିଜ ପରେ ଟି ଟ୍ୱେଣ୍ଟି ସିରିଜରେ ଭାରତ ଜବରଦସ୍ତ ବିଜୟ ଲାଭ କଲା। ଏହାପରେ ଦିନିକିଆର ପ୍ରଥମ ମ୍ୟାଚରେ ବି ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ମାନେ ବହୁତ ଭଲ ପ୍ରଦର୍ଶନ କଲେ। ଟିମ ଇଣ୍ଡିଆର ପ୍ରଦର୍ଶନ ଦେଖି ସମସ୍ତ ଆଇପିଏଲ ଟିମର ନିଦ ଉଡି ଯାଇଥିବ ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଖୁସି ଥିବେ।

ପ୍ରକୃତରେ ମୁମ୍ବାଇ ଇଣ୍ଡିଆନ୍ସର ତିନି ଜଣ ବ୍ୟାଟ୍ସମ୍ୟାନ ଆଇପିଏଲ ଆଗରୁ ଭାରତ ପାଇଁ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କଲେ ଆଉ ସେହି ତିନି ଜଣ ହି ବହୁତ ଉନ୍ନତ ଖେଳ ଦେଖେଇଲେ। ଏଠାରେ କଥା କୁହା ଯାଉଛି କ୍ରୁନାଲ ପାଣ୍ଡ୍ୟା, ଇଶାନ କିଷାନ ଆଉ ସୂର୍ଯ୍ୟକୁମାର ୟାଦବଙ୍କର। ଏହି ତିନି ଜଣ ନିଜର ଡେବ୍ୟୁରେ ହିଁ ଜବରଦସ୍ତ ଅର୍ଦ୍ଧଶତକ ମାରିଲେ।

ସବୁଠୁ ପ୍ରଥମେ ଇଶାନ କିଷାନ ଇଂଲଣ୍ଡ ବିପକ୍ଷରେ ଟି ଟ୍ୱେଣ୍ଟିରେ ଡେବ୍ୟୁ କଲେ ଆଉ ନିଜର ପ୍ରଥମ ମ୍ୟାଚରେ ହି ମାତ୍ର ୨୮ ବଲରେ ୫୦ ମାରିଲେ। ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ର ଆୱାର୍ଡ ବି ମିଳିଲା।

ଏହାପରେ ସୂର୍ଯ୍ୟକୁମାର ୟାଦବ ବି ନିଜର ଡେବ୍ୟୁରେ ହିଁ ଅର୍ଦ୍ଧଶତକ ମାରିଲେ ଆଉ ମାତ୍ର ୨୮ ବଲରେ ନିଜର ଅର୍ଦ୍ଧଶତକ ପୁରା କଲେ। ତାଙ୍କୁ ବି ମ୍ୟାନ ଅଫ ଦି ମ୍ୟାଚର ଆୱାର୍ଡ ମିଳିଲା।
ମଙ୍ଗଳବାର ନିଜର ଦିନିକିଆ ଡେବ୍ୟୁ କରି ଥିବା କ୍ରୁନାଲ ପାଣ୍ଡ୍ୟା ମାତ୍ର ୨୬ ବଲରେ ହିଁ ଅର୍ଦ୍ଧଶତକ ମାରି ଏକ ରେକର୍ଡ ଭଙ୍ଗା ପାରି ଖେଳିଲେ। ସେ ଦିନିକିଆ କ୍ରିକେଟରେ ପ୍ରଥମ ମ୍ୟାଚରେ ସବୁଠୁ ଦ୍ରୁତ ୫୦ ମାରିବା ବ୍ୟାଟ୍ସମ୍ୟାନ ବନିଗଲେ। ଆପଣଙ୍କୁ କହି ରଖୁଛୁ କି ସୂର୍ଯ୍ୟକୁମାର ୟାଦବ, କ୍ରୁନାଲ ପାଣ୍ଡ୍ୟା ଆଉ ଇଶାନ କିଷାନ ପାଞ୍ଚ ଥର ଆଇପିଏଲ ଜିତି ଥିବା ମୁମ୍ବାଇ ଇଣ୍ଡିଆନ୍ସଙ୍କର ବହୁତ ବଡ଼ ଅଂଶ ଅଟନ୍ତି। ତାଙ୍କର ଏହି ପ୍ରଦର୍ଶନ ସମସ୍ତ ବିରୋଧୀ ଟିମ ମାନଙ୍କର ନିଦ ଉଡେଇ ଦେଇଥିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।