ଦେଶସାରା କରୋନା ଭାଇରସର ଦ୍ୱିତୀୟ ବେଶ ବଢିଚାଲିଛି। କରୋନାର ଦ୍ୱିତୀୟ ବେଶରେ ମଧ୍ୟ ମହାରାଷ୍ଟ୍ରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କୋଭିଡ଼-୧୯ର ପ୍ରଭାବ ବଢିଚାଲିଛି। କାରଣ ବଲିଉଡ଼ କଳାକାର କରୋନାର ଚମ୍ପଟରେ ଆସି ଚାଲିଛନ୍ତି।ରଣବିର କପୁର, କାର୍ତିକ ଆର୍ୟନ ,ମନୋଜ ବାଜେପେଇ ଓ ଆର ମାଧବନଙ୍କ ପରେ ଶୁକ୍ରବାରକୁ ପରେସ ରାଓଲ ମଧ୍ୟ କରୋନାରେ କବଳିତ ହୋଇଛନ୍ତି। ରଣବିର କପୁର ଶୁକ୍ରବାରକୁ ସୁସ୍ଥ ହୋଇଛନ୍ତି।

ରାଓଲ ନିଜ ଅଧିକାରୀକ ଟ୍ଵିଟର ଆକଉଣ୍ଟରେ ଏହାର ସୂଚନା ଦେଇ ଜଣାଇଛନ୍ତି। ଦୃଭାଗ୍ୟରେ ମୋର କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି। ପୂର୍ବ ଦଶ ଦିନରେ ଯେଉଁମାନେ ମଧ୍ୟ ମୋ ସଂପର୍ସରେ ଆସିଛନ୍ତି ଦୟାକରି ନିଜର କୋଭିଡ ଟେଷ୍ଟ କରାନ୍ତୁ। ଏହା ପରେ ତାଙ୍କ ଫ୍ୟାନ ତାଙ୍କୁ ଜଲ୍ଦି ଜଲ୍ଦି ଠିକ ହେବାର ପାର୍ଥନା କରିଛନ୍ତି”।
କୋରନାର ଭାକ୍ସିନ ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ନିଜ ସୁଟିଙ୍ଗ କାର୍ଯ୍ୟ ଆରମ୍ଭ କରିଦେଇଥିଲା। କିନ୍ତୁ ପୂର୍ଵ କିଛି ଦିନ ହେବ କରୋନାର ମାମଲା ବଢୁଛି ଓ ପ୍ରାୟ କିଛି ବଲିଉଡ଼ କଳାକାର ଏହାର କବଳରେ ଆସିଯାଇଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଧବ ଠାକରେ କୋଭିଡ଼-୧୯ର ବଢୁଥିବା ମାମଲା ଦେଖି ମହାରାଷ୍ଟ୍ରରେ ରାତ୍ରିକାଳୀନ କଫ୍ୟୁ ଲଗାଇବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିୟମ ପରେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ନିଜ ସୁଟିଂଙ୍ଗ ତୟାରୀ ଚେଞ୍ଜ କରିଛି। ଫେଡ଼ରେସନ ଅଫ ୱେଷ୍ଟନ ଇଣ୍ଡିଆ ସିନେ ଏମପ୍ଲୋଇଜ ନିଜର ବୈଠକ ଡ଼କାଇଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଯେବେ ସଂସ୍ଥାର ମହାସଚିବ ଅଶୋକ ଦୁବେଙ୍କ ସହ ସମ୍ପର୍କ କରାଗଲା ତ ସେ କହିଛନ୍ତି ,”ଆମେ ପୂର୍ବ ରାତ୍ରିରେ କର୍ଫ୍ୟୁ ସମୟରେ ଆମର ଫିଲ୍ମ ଓ ଟିଭି ଜଗତର ସୁଟିଂଙ୍ଗ କରିଅଛୁ। କିନ୍ତୁ ଏବେ ଆମେ ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ବୈଠକ ଡ଼କାଇଛୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।