୧୮ ମାସ ପରେ ୱେଷ୍ଟଇଣ୍ଡିଜ ଟିମକୁ ଫେରିଲେ ଏହି ବିସ୍ପୋରକ ବ୍ୟାଟ୍ସମାନ, ଚାରିଆଡେ ଏହି ନ୍ୟୁଜ ଭାଇରଲ।

ୱେଷ୍ଟଇଣ୍ଡିଜର ବିସ୍ପୋଟକ ବ୍ୟଟ୍ସମ୍ୟାନ କ୍ରିସ ଗେଲ ୧୮ ମାସ ପରେ ୱେଷ୍ଟଇଣ୍ଡିଜ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗେଲଙ୍କୁ ଶ୍ରୀଲଙ୍କା ସହ ହେବାକୁ ଥିବା ଟି-୨୦ ସିରିଜରେ ୧୪ ଜଣିଆ ଟିମରେ ଅନ୍ତର୍ଭୁକ୍ତ କରାଯାଇଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଷ ମ୍ୟାଚ ଗେଲ ଅଗଷ୍ଟ ୨୦୧୯ରେ ଖେଳିବାର ନଜର ଆସିଥିଲେ। ଏହି ବର୍ଷ ଟି-୨୦ ବିଶ୍ୱକପ ମଧ୍ୟ ଆୟୋଜନ ହେବାକୁ ଯାଉଛି ସେଥିରେ ଗେଲ ଧୂମ ମଚାଇପାରନ୍ତି। ଆଇପିଏଲରେ ଏହି ବର୍ଷ ଗେଲ ପଞ୍ଜାବ କିଙ୍ଗସ ଟିମରେ ଦେଖାଯିବେ।

Google

ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ନୂଆ ହୋଇଥିବା ଏଣ୍ଟିଙ୍ଗାର କୁଲିଜ କ୍ରିକେଟ ଷ୍ଟାଡିୟମରେ ୩ ରୁ ୭ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ। ୱେଷ୍ଟଇଣ୍ଡିଜ ଟିମର ଅଧିନାୟକତ୍ୱ କାୟରନ ପୋଲାଡ଼ ସାମ୍ଭାଳିବେ। ଗେଲଙ୍କ ଛଡା ୯ ବର୍ଷ ପରେ ଦ୍ରୁତ ବୋଲର ଫିଡେଲ ଏଡ଼ୱର୍ଡ଼ସଙ୍କୁ ଟିମରେ ମୌକା ମିଳିଛି। ଫିଡେଲ ନିଜ ଶେଷ ମ୍ୟାଚ ୨୦୧୨ ରେ ଖେଳିବାର ନଜର ଆସିଥିଲେ।

ୱେଷ୍ଟଇଣ୍ଡିଜ ଟିମରେ ଆନ୍ଦ୍ର ରସଲ, ସୁନୀଲ ନାରିନ, ସିମରେନ ହିଟମାୟର, ରୋଷ୍ଟନ ଚେଜ, ଓସାନେ ଥୋମସ, ସେଲ୍ଡନ କଟ୍ରେଲଙ୍କ ଭଳି ବଡ଼ ନାମକୁ ଜାଗା ମିଳିନାହିଁ। ରସେଲ କରୋନାରେ ଥିବା ବେଳେ ଆଉକିଛି ଖେଳାଳି ଫିଟନେସ ଟେଷ୍ଟ ପାସ କରିପାରି ନାହାଁନ୍ତି।

Google

ୱେଷ୍ଟଇଣ୍ଡିଜର ଟିମ ଏହି ପ୍ରକାର ଅଛି:କାୟରନ ପୋଲାଡ଼(ଅଧିନାୟକ), ନିକୋଲସ ପୁରନ, ଫୈବିୟନ ଏଲନ, ଡିଜେ ବ୍ରାଭୋ, ଫିଡେଲ ଏଡ଼ୱର୍ଡ଼ସ, ପ୍ଲେଚର, କ୍ରିସ ଗେଲ, ଯେସେନ ହୋଲ୍ଡର, ଅକିଲ ହୋସେନ, ଏବିନ ଲୁଇସ,ଓବେଡ଼ ମୋକାୟ, ରୋବମ୍ୟାନ ପୋବେଲ, ଲେଣ୍ଡି ସେମଂସ ଓ କେବିନ ସିଂକ୍ଲେୟର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *