IND VS ENG: ଅଷ୍ଟ୍ରେଲିଆର ଏହି କିମ୍ବଦନ୍ତୀ ଖେଳାଳି କହିଲେ ଜିତିବାର ମନ୍ତ୍ର। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଏସିଆର ପିଚରେ ଭାରତର ଉପରକ୍ରମ ବହୁତ ଭଲ ଓ ଖତରନାକ ସାବ୍ୟସ୍ତ ହୋଇଛି। ଘରେଇ ପିଚରେ ଭାରତକୁ ଦୁନିଆର ସବୁଠୁ ଦମଦାର ଟିମ ମଧ୍ୟରୁ ଗୋଟେ ମାନାଯାଇଥାଏ। ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଶିଖର ଧାୱନଙ୍କ ଉପରକ୍ରମ ଏହାକୁ ଆହୁରି ମଝବୁତ କରିଥାଏ। ପାଞ୍ଚ ବର୍ଷରେ ଭାରତ ଏସିଆରେ ୨୭ ଟେଷ୍ଟ ମ୍ୟାଚ ଖେଳିଛି। ଏଥିରେ ଭାରତର ଶୀର୍ଷ ବ୍ୟାଟ୍ସମ୍ୟାନ ୫୭.୫୮ ର ଔସତରେ ପାଖାପାଖି ୭ ହଜାର ରନ କରିଛନ୍ତି।ଏଥିରେ ୨୪ ଟି ଶତକ ସାମିଲ ଅଛି।

Google

ଭାରତ ପାଖରେ ଚେତେଶ୍ୱର ପୂଜାରାଙ୍କ ପରି ମହାନ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏକି ସବୁ ପରିସ୍ଥିତିରେ ଖେଳିବାର ଅନୁଭବ ରଖିଛନ୍ତି। ପୂଜାରା ୨୦୧୬ରୁ ଏବେ ପର୍ଯ୍ୟନ୍ତ ଏସିଆରେ ୨୬ ଟି ଟେଷ୍ଟ ମ୍ୟାଚ ରେ ୭ ଶତକ ମାରିଛନ୍ତି।ସେହିପରି ମୁରଲୀ ବିଜୟଙ୍କ ନାମରେ ୬ ଓ ଶିଖର ଧାୱନ, ରୋହିତ ଶର୍ମା , ମୟଙ୍କ ଅଗ୍ରୱାଲଙ୍କ ନାମରେ ତିନୋଟି ଲେଖା ଶତକ ଅଛି।ସେହିପରି ନିରନ୍ତରତା ମାମଲାରେ ବି ଭାରତ ଇଂଲଣ୍ଡ ଠୁ ଆଗରେ ଅଛି। ଭାରତ ଇଂଲଣ୍ଡ ଠୁ ପାଖାପାଖି ଦୁଇଗୁଣ ମ୍ୟାଚ ଖେଳି ମଧ୍ୟ ଶୀର୍ଷ କ୍ରମରେ ୧୧ ଖେଳାଳିଙ୍କୁ ହିଁ ଖେଳାଇଛି ଯେବେକି ଇଂଲଣ୍ଡ ୧୨ ଜଣ ଖେଳାଳିଙ୍କୁ ମୌକା ଦେଇଛି।

ଇଂଲଣ୍ଡର କଣ ଅଛି ଅବସ୍ଥା:

ଇଂଲଣ୍ଡର ଉପରକ୍ରମ ଏସିଆରେ କିଛି ଖାସ କରିପାରିନାହିଁ।ଭାରତ, ବଙ୍ଗଳାଦେଶ, ପାକିସ୍ତାନ, ୟୁଏଇ ଓ ଶ୍ରୀଲଙ୍କା ପରିସ୍ଥିତିରେ ତାଙ୍କ ବ୍ୟାଟ୍ସମ୍ୟାନ ମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଛି। ୧ ଜାନୁଆରୀ ୨୦୧୬ରୁ ଇଂଲଣ୍ଡ ଏସିଆରେ ମୋଟ ଉପରେ ୧୨ ଟି ଟେଷ୍ଟ ମ୍ୟାଚ ଖେଳିଅଛି।ଏହି ମ୍ୟାଚରେ ଇଂଲଣ୍ଡର ଶୀର୍ଷ ତିନିଜଣ ଖେଳାଳି ୭୨ ପାରିରେ ୫ ଟି ଶତକ ସହ ୨୨୪୩ ରନ ବନେଇଛନ୍ତି।

Google

ଏହି ସମୟରେ ତାଙ୍କ ଔସତ ମାତ୍ର ୩୨.୫୦ ର ରହିଛି।ସେହି ସମୟର ଦୁଇଶତକ ମାରିଥିବା କୀଟନ ଜୋନିଂସ ଟିମର ଅଂଶ ନାହାଁନ୍ତି। ଏଲିଷ୍ଟେର କୁକ ଜୋନି ବେୟରଷ୍ଟୋ ଗୋଟେ ଲେଖା ଶତକ ମାରିଛନ୍ତି। କୁକବି ସନ୍ୟାସ ନେଇସାରିଛନ୍ତି ଓ ବେୟରଷ୍ଟୋ ପ୍ରଥମ ଦୁଇଟି ମ୍ୟାଚରେ ଅଂଶ ଗ୍ରହଣ କରିବେନି।

Google
ସିବଲେ-କ୍ରାଉଲି-ବନର୍ସ vs ରୋହିତ-ଶୁଭମନ-ପୂଜାରା:

ଇଂଲଣ୍ଡକୁ ଶ୍ରୀଲଙ୍କା ଗ୍ରସ୍ତର ଆଧାରରେ ଦେଖିବା ତ ଡୋମ ସିବଲେ, ଜ୍ୟାକ କ୍ରାଉଲି, ଓ ରୋରି ବନର୍ସ ପେଆଠମ ଟେଷ୍ଟ ପାଇଁ ଇଂଲଣ୍ଡର ଟପ ୩ ବ୍ୟାଟ୍ସମ୍ୟାନ ହୋଇପାରନ୍ତି।ସେହିପରି ରୋହିତ ଶର୍ମା, ଶୁଭମନ ଗିଲ ଓ ଚେତେଶ୍ୱର ପୂଜାରା ଭାରତର ଶୀର୍ଷକ୍ରମ ସମ୍ଭାଳି ପାରନ୍ତି।ସିବଲେ,କ୍ରାଉଲି,ବନର୍ସ ଏହା ପୂର୍ବରୁ କେବେ ଭାରତରେ ଟେଷ୍ଟ କ୍ରିକେଟ ଖେଳି ନାହାଁନ୍ତି। ଏଥିପାଇଁ ମୋଇନି ଅଲ୍ଲୀ, ଜୋସ ବଟଲର ବା ବେନ ଷ୍ଟ୍ରୋକ୍ସ ମଧ୍ୟରେ କାହାକୁ ମଧ୍ୟ ଇଂଲଣ୍ଡ ଟପ ଅର୍ଡରରେ ପଠେଇଲେ କିଛି ବି ଅସୁବିଧା ହେବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *