ଧୋନୀଙ୍କର ଅଧିନତ୍ତ୍ୱରେ ଥିବା ଟିମ ଚେନ୍ନାଇ ସୁପର କିଙ୍ଗସ ପ୍ରାୟ ତିନି ଥର ଆଇପିଏଲ ଜିତି ସାରିଛନ୍ତି ଆଉ ଏଥର ବି ତାଙ୍କ ଟିମ ଆଇପିଏଲ ଜିତିବା ପାଇଁ ମୈଦାନକୁ ଆସିବେ। ତାଙ୍କ ଟିମର ସ୍ପିନର ଇମ୍ରାନ ତାହୀରଙ୍କ ପାଇଁ ଧୋନୀଙ୍କ ଠାରୁ ବଡ଼ ଆଉ କେହି ବି ନାହାନ୍ତି। ସେ ଧୋନୀଙ୍କ ଅଧୀନରେ ପ୍ରାୟ ତିନିଟି ସିଜିନ ଖେଳି ସାରିଛନ୍ତି। ତାହୀରଙ୍କର କହିବା କଥା କି ଯେତେବେଳେ ନଲେଜ ଆଉ ଖେଳ ଜାଗରୁକତା କଥା ଆସେ ତ ଧୋନୀଙ୍କ ଠାରୁ ବଡ ଏ ଦୁନିଆରେ ଆଉ କେହି ବି ନୁହଁ। ତାଙ୍କ ସହ ଖେଳିବା ସୌଭାଗ୍ୟପୂର୍ଣ କଥା ଅଟେ।

ତାହିର ସ୍ପୋର୍ଟସକୀଡା ସହ ଇଣ୍ଟରଭିଉ କରି କରି କହିଲେ ” ଧୋନୀଙ୍କ ସହ ଖେଳିବା ବହୁତ ଖୁସିର କଥା। ମୁଁ ତାଙ୍କ ସହ ପୂର୍ବ ତିନି ବର୍ଷରୁ ଖେଳୁଛି ଆଉ ସେ ମୋ ପାଇଁ ଜଣେ ବହୁତ ମହାନ ମନୁଷ୍ୟ ଅଟନ୍ତି। ସେ କାହାକୁ ବି ବୁଝି ପାରନ୍ତି ଆଉ ସମସ୍ତଙ୍କର ସମ୍ମାନ କରିଛନ୍ତି। ଆମେ ତାଙ୍କୁ ବହୁତ ଭଲ ପାଉ ଆଉ ସେ ଏପରି ମଣିଷ ଯାହାଙ୍କ ପାଖରେ ଜ୍ଞାନ ଅଛି ଆଉ ସେ ଦୁନିଆରେ ସବୁଠୁ ବେଷ୍ଟ ଅଟନ୍ତି। ଆପଣଙ୍କୁ ତାଙ୍କୁ କିଛି କହିବାକୁ ହେବନାହିଁ। ତାଙ୍କୁ ଭଲ ଭାବରେ ଜଣା କି କେଉଁ ଫିଲଡ଼ ସଜେଇବାକୁ ହେବ। ଆମକୁ ବାସ ବୋଲିଂ କରିବାକୁ ହୁଏ।” ତାହୀର ୨୦୧୮ର ଆଇପିଏଲ ଜିତିଥିବା ଚେନ୍ନାଇ ଟିମର ସଦଶ୍ୟ ଥିଲେ। ୨୦୧୯ରେ ତାଙ୍କ ତତ୍ତ୍ଵାବଧାନରେ ଚେନ୍ନାଇ ଫାଇନାଲ୍ ଯାଇଥିଲା ଆଉ ସେ ୧୭ ମ୍ୟାଚରେ ୨୬ ୱିକେଟ ଅକ୍ତିଆର କରିଥିଲେ।
ତାହିର ପୂର୍ବ ସିଜିନରେ ମାତ୍ର ତିନୋଟି ମ୍ୟାଚ ଖେଳିବାକୁ ପାଇଲେ। ତାଙ୍କ ଟିମ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫରେ ପହଂଚି ପାରିଲା ନାହିଁ। ତାହୀର କହିଲେ ” ଧୋନୀଙ୍କ ଟିମରେ ରହିବା ଖୁସିର କଥା। ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିପାରେ। ଆପଣ ଜଣେ କ୍ରିକେଟର ଭାବେ ଏଇଆ ହିଁ ଚାହାନ୍ତି। ମୁଁ ତାଙ୍କୁ ସର୍ବଦା ନିଜ ଟିମରେ ରଖିବାକୁ ଚାହିଁବି, ଏବେ ତ ମୋର ଇଚ୍ଛା କି ମୁଁ ବାସ ଚେନ୍ନାଇ ପାଇଁ ଖେଳୁଥାଏ। ମୁଁ ବାସ୍ତବରେ ନିଜ ଖେଳର ଆନନ୍ଦ ନେଉଛି।” ତାହିରଙ୍କୁ ଏହି ସିଜିନ ପାଇଁ ଚେନ୍ନାଇ ରିଲିଜ କରିନାହିଁ।

ପ୍ଲେ ଅଫରେ ନପହଂଚି ପାରିବା କଥା ନେଇ ତାହିର କହିଲେ ” ଆମେ ସର୍ବଦା ଭଳି ଶାନ୍ତ ରହିଲୁ। ବାସ୍ତବରେ ଆମେ ଦୁଃଖୀ ଥିଲୁ କି ଆମ ଟିମ ଜିତୁନାହିଁ ମାତ୍ର ତାହା ସବୁବେଳେ ସମ୍ଭବପର ନୁହଁ। ଟିମର ସଂସ୍କୃତି ବେସି ଗୁରୁତ୍ତ୍ୱପୂର୍ଣ। ସମସ୍ତେ ଏହା ଭାବୁଥିଲେ କି ଏ କଣ ହେଉଛି। ଏବେଠାରୁ ଆମେ ଏକ ଭଲ ସିଯିନର ଆଶା କରୁଛୁ ଆଉ କଡା ପରିଶ୍ରମ କରିବାକୁ ଯାଉଛୁ। ଆଉ ଆମେ ବେସି ଭଲ ଯୋଜନା ସହ ମୈଦାନକୁ ଫେରିବୁ ଆଉ ଆଶା ଅଛି କି ଏଥର ସିଏସକେ ପାଇଁ ଭଲ ଖେଳିବୁ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।