ଏହି ମହାନ ଖେଳାଳି କଲେ ବଡ଼ ଦାବି। ଏବେ ସଂକଟରେ ଟିମ ପେନଙ୍କ ଅଧିନାୟକ ପଦବୀ ।

ଭାରତର ପୂର୍ବ ଅଧିନାୟକ ତଥା ଦିଗଗଜ ବ୍ୟାଟ୍ସମ୍ୟାନ ସୁନୀଲ ଗଭାସ୍କର ଭାରତ ବନାମ ଅଷ୍ଟ୍ରେଲିଆ ଭିତରେ ହେଇଥିବା ତୃତୀୟ ଟେଷ୍ଟରେ ସୋମବାର ଦିନ କ୍ୟାପଟେନ ଟିମ ପେନଙ୍କର ଅଶ୍ୱିନଙ୍କ ଉପରେ କରିଥିବା କମେଣ୍ଟ ଉପରେ କିଛି କହିଲେ। ଏହାର ଆଲୋଚନା କରିକି କହିଲେ କି ‘ ଟିମ ପେନ ଜଣେ ଅଧିନାୟକ ଭାବେ ଯାହା କଲେ ତାହା ଅନୁଚିତ ଥିଲା ଆଉ ଏହି କାରଣ ପାଇଁ ତାଙ୍କୁ ନିଜର ଅଧିନୟକତ୍ତ୍ୱରୁ ହାତ ଧୋଇବାକୁ ପଡିପାରେ।’ ଅଷ୍ଟ୍ରେଲିଆର ଉନ୍ନତ ବୋଲିଂ ଥିଲା ମାତ୍ର ନିଜର ପ୍ରାଣ ପଣେ ଚେଷ୍ଟା କରିବା ପରେ ବି ସେମାନେ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କୁ ପଞ୍ଚମ ଦିନରେ ଅଲ ଆଉଟ କରିପାରିଲେ ନାହିଁ। ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଧାର୍ଯ୍ୟ ସହ ଖେଳିକି ଟେଷ୍ଟ କୁ ଡ୍ର କରିଦେଲେ। ଗାଭାସ୍କର ଇଣ୍ଡିଆ ଟୁଡେ କୁ କହିଲେ ” ମୁଁ ଜାଣିନି କାରଣ ମୁଁ ଅଷ୍ଟ୍ରେଲିଆର ଚୟନକର୍ତ୍ତା ନୁହଁ ମାତ୍ର ଅଧିନାୟକ ଭାବେ ପେନଙ୍କ ପାଖରେ ଆଉ ବହୁତ କମ ଦିନ ଅଛି। ତାଙ୍କ ପାଖରେ ସବୁଠୁ ଭଲ ବୋଲିଂ ଅଟାକ ଥିଲା ଆଉ ସେ ନିଜର ଫିଲଡ଼ ଚେଞ୍ଚ କରିକି ଖେଳ ବଦଳାଇପାରିଥାନ୍ତେ। ମାତ୍ର ଏହା ତାଙ୍କର ବିଫଳତା ଥିଲା।”

Google

ପେନ ନିଜେ ବି ହନୁମା ବିହାରୀ ଙ୍କର କ୍ୟାଚ ଛାଡିଲେ ଯିଏ କି ଅଶ୍ୱିନଙ୍କ ସହ ମିସିକି ପ୍ରାୟ ୪୨ଓଭର ଯାଏ ବ୍ୟାଟିଂ କଲେ ଆଉ ମ୍ୟାଚ ବଞ୍ଚେଇ ଦେଲେ। ସେ ଶେଷ ସେସନରେ ବିରକ୍ତ ହେଇକି ଅଶ୍ୱିନଙ୍କୁ କମେଣ୍ଟ କଲେ ମାତ୍ର ତାହା ଦ୍ୱାରା ସେ ନିଜର ହିଁ ଧ୍ୟାନ ହଟେଇ ଦେଲେ। ଗାଭାସ୍କର କହିଲେ ” ପେନ ନିଜର ଫିଲ୍ଡର ତଥା ବୋଲିଂ ବଦଳ ନ କରିକି ବ୍ୟାଟ୍ସମ୍ୟାନ ମାନଙ୍କ ସହ କଥା ହେବାରେ ଅଧିକ ସମୟ ବ୍ୟତୀତ କରୁଥିଲେ। ଯଦି ସିରିଜ ସରିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ମାନଙ୍କ ଭିତରେ ବଦଳ ହେବ ତାହେଲେ ମୁଁ ଜମା ବି ଚକିତ ହେବିନି।”

ପେନଙ୍କର ଖରାପ ୱିକେଟ କିପିଙ୍ଗ ଆଉ ଅଧିନୟକତ୍ତ୍ୱ:

ଟିମ ପେନ ଏହି ମ୍ୟାଚରେ ତିନୋଟି କ୍ୟାଚ ଡ୍ରପ କଲେ। ସେ ହନୁମା ବିହାରୀଙ୍କ ପୂର୍ବରୁ ପନ୍ତଙ୍କୁ ଦୁଇ ଥର ଡ୍ରପ କଲେ। ଗାଭାସ୍କର କହିଲେ ” ଆପଣ ସହଜ ସହଜ କ୍ୟାଚ ଛାଡ଼ୁଛନ୍ତି। ପନ୍ତଙ୍କର ବଲ ଦୁଇଥର ବାହାର ଭାଗ ବାଜିକି ଗଲା ଯାହା କି କଷ୍ଟ କ୍ୟାଚ ନଥିଲା , ବିହାରୀଙ୍କର କ୍ୟାଚକୁ ଆପଣ ସ୍ଲିପ ପାଖକୁ ଯିବାକୁ ଦେଇପାରିଥାନ୍ତେ।”

Google

ଟିମ ପେନ ବି କହିଲେ କି ତାଙ୍କ ପାଇଁ ହିଁ ମ୍ୟାଚର ରେଜଲ୍ଟ ତାଙ୍କ ପକ୍ଷରେ ଗଲାନି। ପେନ ସମ୍ବାଦ ଦାତା ସମ୍ମିଳନୀରେ କହିଲେ କି “ନିଶ୍ଚିତ ରୂପରେ ଏହି ମ୍ୟାଚରେ ଛଡା ଯାଇଥିବା କ୍ୟାଚର ଭୂମିକା ରହିଛି। ମ୍ୟାଚର ଫଳାଫଳ କାହାରି ବି ପକ୍ଷରେ ଯାଇ ପାରିଥାନ୍ତା। ମୁଁ ବହୁତ ନିରାଶ ଅଛି। ମୋତେ ମୋ ୱିକେଟ କିପିଂ ଉପରେ ଗର୍ବ ଅଛି ଆଉ ଆଜିର ଦିନ ମୋର କିଛି ସବୁଠୁ ଖରାପ ଦିନ ମାନଙ୍କ ଭିତରୁ ଏକ ଅଟେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *