ଯଦି କୌଣସି ମଣିଷ ପୂରା ଚେଷ୍ଟା ଓ ନିଷ୍ଠାର ସହ ନିଜ ସ୍ବପ୍ନକୁ ପୂରା କରିବା ପାଇଁ ବହୁତ ପରିଶ୍ରମ ଓ ସଙ୍ଘର୍ଷ କରିବ, ତେବେ ତାର ସେହି ସ୍ୱପ୍ନ ନିଶ୍ଚିନ୍ତ ପୂର୍ଣ୍ଣ ହେବ ଓ ତାକୁ ସେହି ଜିନିଷ ହାସଲ ହୋଇଯାଏ,ଯାହା ସେ ଇଚ୍ଛା କରେ।ଏମିତି ହିଁ ଏକ କଥା ଶୋଭା ଲିମିଟେଡ଼ର ଚେୟାରମ୍ୟାନ ପିଏନସି ମେନନଙ୍କର ଅଟେ।

କହିଦେଉଛୁ କି ଫୋବର୍ସ ମାଗାଜିନ ଅରଵରେ ରହୁଥିବା ଧନୀ ଭାରତୀୟମାନଙ୍କର ତାଲିକାରେ ତାଙ୍କ ନାମ ସାମିଲ ପଡିଛି। ପିଏନସି ମେନନଙ୍କ ପାଖରେ ମୋଟ ୧୪୪ କୋଟି ଡ଼ଲାର(ପାଖାପାଖି ୧୦ ହଜାର କୋଟି ଟଙ୍କା) ସମ୍ପତ୍ତି ଅଛି।ତେବେ ଆମେ ଆଜି ଆପଣଙ୍କୁ ପିଏନସି ମେନନଙ୍କ ଯାତ୍ରା ବିଷୟରେ ଜଣେଇବୁ।
୫୦ ଟଙ୍କା ଆଣି ଘରୁ ବାହାରି ଥିଲେ:-
ଦେଶର ବଡ ରିୟଲଟି କମ୍ପାନୀ ଶୋଭା ଲିମିଟେଡ଼ର ପ୍ରତିଷ୍ଠାତା ବା ଚେୟାରମ୍ୟାନ ପିଏନସି ମେନନଙ୍କ ଜନ୍ମ କେରଳର ପାଲଘାଟରେ ହୋଇଥିଲା। କହି ଦେଉଛୁ କି ତାଙ୍କ ପିତା ଏକ କୃଷକ ଥିଲେ। ଯେବେ ମେନନଙ୍କର ବୟସ ୧୦ ବର୍ଷ ଥିଲା ତେବେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଗଲା। ସେଠାରେ ବାପାଙ୍କର ମୃତ୍ୟୁ ପରେ ଯେବେ ସେ ନିଜ ଘରୁ ବାହାରିଲେ, ତେବେ ତାଙ୍କ ପକେଟରେ କେବଳ ଓ କେବଳ ୫୦ ଟଙ୍କା ହିଁ ଥିଲା।ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ତାଙ୍କ ପାଠପଢା ମଧ୍ୟ ମଝିରେ ଛାଡିଦେଇଥିଲେ।
ଏହା ପରେ ମେନନଙ୍କ ଉପରେ ନିଜ ପରିବାରକୁ ସମ୍ଭାଳିବାର ସମ୍ପୂର୍ଣ୍ଣ ଦାୟିତ୍ବ ଆସିଗଲା,କାରଣ ତାଙ୍କ ଜେଜେବାପା ଅଶିକ୍ଷିତ ଥିଲେ। ତାଙ୍କ ମାଆ ମଧ୍ୟ ବହୁତ ବେମାର ରହୁଥିଲେ। ଏହା କାରଣ ଅଟେ କି ମେନନ ବହୁତ ଅସୁବିଧା ପରେ ବିଦ୍ୟାଳୟରେ ଶିକ୍ଷା ପାଇପାରିଥିଲେ।ଯଦିଓ ସେ ପ୍ରାରମ୍ଭିକ ଶିକ୍ଷା ପରେ ଆଗକୁ ପଢିବା ପାଇଁ ବହୁତ ପ୍ରୟାସ କଲେ କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳିଲା ନାହିଁ।ଫୋବର୍ସ ମାଗାଜିନକୁ ଦିଆଯାଇଥିବା ଇଣ୍ଟରଭିଉରେ ମେନନ କହିଲେ କି ସେ ଦୁଇଥର ବି-କମର ପଢା ସମ୍ପୂର୍ଣ୍ଣ କରିବାର ପ୍ରୟାସ କଲେ,ମାତ୍ର ସେ ବିଫଳ ହୋଇଥିଲେ।

ବୃନେଇର ସୁଲତାନଙ୍କ ମହଲ କଲେ ଡିଜାଇନ:-
ମେନନ ସବୁଠୁ ପ୍ରଥମେ ନିଜ ପ୍ରୋଜେକ୍ଟରେ ବୃନେଇର ସୁଲତାନଙ୍କ ଘରକୁ ଡିଜାଇନ କରିଥିଲେ। ଇନଫୋସିସ କ୍ୟାମ୍ପସ ପାଇଁ କମ୍ପାନୀର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ବାଙ୍ଗଲୋର କ୍ୟାମ୍ପସ ପାଇଁ ମଧ୍ୟ ପରାମର୍ଶଦାତା ରହିସାରିଛନ୍ତି । ଏହା ଛଡ଼ା ମେନନ ୟୁଏଇରେ ମଧ୍ୟ ବହୁତ ବଡ଼ କୋଠାର ବି ଡିଜାଇନ କରିଛନ୍ତି କିନ୍ତୁ ଆକର୍ଷଣୀୟ କଥା ଏହା କି ଯେ ମେନନଙ୍କ ପାଖରେ ଇଣ୍ଟେରିୟର ଡିଜାଇନର କୌଣସି ଡିଗ୍ରି ହାସଲ କରିନାହାନ୍ତି।
ଆଜି ୧୦ ହଜାର କୋଟିର ମାଲିକ ଅଟନ୍ତି:-
ଆରମ୍ଭରୁ କେତେ ସାରା ଅସୁବିଧାର ସାମ୍ନା କରିବା ପରେ ମେନନ ଧୀରେ ଧୀରେ ଓମାନ ସହିତ ସବୁ ଆରାଵ ଦେଶ ଗୁଡିକରେ ନିଜ ବ୍ୟାପାର ବ୍ୟାପିତ କରିବା ଆରମ୍ଭ କରିଦେଲେ। କହିଦେଉଛୁ କି,ମେନନ ଓମାନ ଛଡା ଭାରତରେ ମଧ୍ୟ ନିଜ ବ୍ୟବସାୟର ଆରମ୍ଭ କରିଥିଲେ। ଏଠାରେ ସେ ଶୋଭା ଲିମିଟେଡ଼ ନାମରେ ଏକ କମ୍ପାନୀ ଖୋଲିଲେ। ସେଠାରେ ଭାରତରେ ଏହି କମ୍ପାନୀ ୧୨ଟି ରାଜ୍ୟରେ ଚାଲୁଅଛି ଓ ତାଙ୍କର ମୋଟ ସମ୍ପତ୍ତି ୧୦ ହଜାର କୋଟି ଟଙ୍କା ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।