ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ରୂପେ ପ୍ରଦୂଷଣ ଉଭାହେଇଛି। ଏହାର ମୁଖ୍ୟ କାରଣ ହେଉଛି ଗାଡି ମଟରରୁ ବାହାରୁଥିବା ଧୂଆଁ। ଆମେରିକାର ଜର୍ଜ ୱାସିଂଟନ୍ ବିଶ୍ଵବିଦ୍ୟାଳୟ ଏବଂକୋଲୋରାଡୋ ବୋଲଡ଼ର ବିଶ୍ୱବିଦ୍ୟାଳୟର ସଂଯୁକ୍ତ ଗବେଷଣା ଦ୍ୱାରା ଜଣାପଡ଼ିଛି ଯେ ୨୦୧୫ ରେ ଭାରତରେ ପାଖାପାଖି ୩.୮୫ଲକ୍ଷ ଲୋକଙ୍କର ମୃତ୍ୟୁ କେବଳ ଯାନବାହାନରୁ ବାହାରୁଥିବା ଧୂଆଁଯୋଗୁଁ ହେଇଥାଏ। ତେଣୁ ଆଜି ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେ ନିଜ ଭ୍ୟାନକୁ ସୋଲାର ଭ୍ୟାନରେ ବଦଳେଇଦେଲେ।

ଆମେ କଥା ହେଉଛୁ ନାଗପୁରର ୬୬ ବର୍ଷୀୟ ଦିଲ୍ଲୀପ ଚିତ୍ରେଙ୍କର। ୨୦୧୮ ରେ ସେ ନିଜେ ହିଁ ନିଜ ଭ୍ୟାନକୁ ସୋଲାର ଭ୍ୟାନରେ ବଦଳେଇ ଦେଲେ। ଏହି ଭ୍ୟାନରେ ସେ ୪୩ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହି ଗାଡ଼ିରେ ଳିଥିୟମ୍ ବ୍ୟାଟେରୀ ବ୍ୟବହୃତ ହେଉଛି। ଚିତ୍ରେ ଙ୍କର ଏହି ଉଦ୍ଭାବନ ପାଇଁ ୨୫ ବର୍ଷ ଲାଗିଥିଲା। ସେ ଦୀର୍ଘ ଦୁଇ ଦଶନ୍ଧି ହେବ ଏହି ସୋଲାର ଶକ୍ତି ଉପରେ କାମ କରୁଥିଲେ। ତାଙ୍କର ସବୁଠାରୁ ବଡ଼ ବିଚାର ଥିଲା ଯେ ସୋଲାର୍ ରେ ଚାଲୁଥିବା ଗାଡି ତିଆରି କରିବା ପାଇଁ। ମାତ୍ର ପ୍ରଥମେ ସେଥିରେ ସେ ସଫଳତା ପାଇ ନଥିଲା। ତେଣୁ ସେ ଅନ୍ୟ ଜିନିଷରେ ସୋଲାର୍ର ଏକ୍ସପେରିମେଣ୍ଟ କଲେ।
ସରକାର କରୁଛନ୍ତି ଅଣଦେଖା-ଦିଲ୍ଲୀପ:
ସେ କହିଲେ କି ଛୁଆବେଳେ ତାଙ୍କୁ ଖେଳଣା ଖୋଲି ତାହା ଭିତରେ ଥିବା କୌଶଳ କୁ ବୁଝିବାକୁ ଭଲ ଲାଗେ। ସେଥିପାଇଁ ବାହନ ମାନଙ୍କରେ ନୂତନ ପ୍ରୟୋଗ କରିବାକୁ ଭୁଲ୍ ବୁଝୁନଥିଲେ। ଆରମ୍ଭରେ ସେ ଏପରି ଏକ କୋୖଶଳ କରିଥିଲେ ଯେ ବାଇକରୁ ଆଉ କେହି ପେଟ୍ରୋଲ ଚୋରି କରିପାରିବେ ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ସେ ସୌର ଉର୍ଜା ଉପରେ କାମ ଆରମ୍ଭ କଲେ।
୧୯୯୫ ରେ ସେ ସୌର ଶକ୍ତିର ଉପକାର ବିଷୟରେ ଜାଣିଲେ। ତେଣୁ ସେ ସେହି ବିଷୟରେ ରିସର୍ଚ୍ଚ ଏବଂ ଡେଭଳ୍ପମେଣ୍ଟ ଆରମ୍ଭ କଲେ। ତେଣୁ ଦିଲ୍ଲୀପ୍ କୁମାର କହିଲେ ଯେ”ଭାରତ ପାଇଁ ଏହି ସୌର ଶକ୍ତି ଏକ ବଡ଼ କଥା ନୁହେଁ। ଆମପାଖରେ ଟ୍ରେନ୍ ଅଛି ଯାହାକି ଷ୍ଟିମ୍ ଏବଂ ବିଜୁଳି ରେ ଚାଲିଥାଏ କିନ୍ତୁ ଯଦି ସୌର ଶକ୍ତିପରି ନବନୀକରଣ ଶକ୍ତିର ବ୍ୟବହାର ଯଦି ପବ୍ଲିକ ଟାନ୍ସପୋର୍ଟରେ ହେଇପାରୁନାହିଁ ତେବେ ଜଣା ଯାଉଛି ଯେ ସରକାର ଅଣଦେଖା କରୁଛନ୍ତି।”

କେହି କଲେ ନାହିଁ ସହାୟତା:
ଦିଲ୍ଲୀପ୍ ନିଜର ପ୍ରଥମ ଏକ୍ସପେରିମେଣ୍ଟ କରିଥିଲେ ୨୦୦୩ ମସିହାରେ। ସେ ଏକ ଅଟୋରିକ୍ସାର ଇଞ୍ଜିନକୁ ଇଲେକ୍ଟ୍ରିକ୍ ଇଞ୍ଜିନରେ ବଦଳେଇଥିଲେ। ଏହି ଅଟୋରିକ୍ସାକୁ ସେ ନାଗପୁର ରିଜିଓନାଲ ଟ୍ରାନ୍ସପୋର୍ଟକୁ ଟେଷ୍ଟ ପାଇଁ ମଧ୍ୟ ପଠେଇଥିଲେ। ସେଠାରେ ଏହା ପାସ ମଧ୍ୟ ହେଇଯାଇଥିଲା।ମାତ୍ର ଆହୁରି ଆଗକୁ ନିଜର ଗବେଷଣା ଜାରି ରଖିବାପାଇଁ ସାଧନ ନ ଥିଲା ଦିଲ୍ଲୀପଙ୍କ ପାଖରେ, ସେ ଏହି ଅଟୋରିକ୍ସାର ପ୍ରେଜେଣ୍ଟସନ କରି ଡେରାଡୁନ ରେ ଥିବା ପେଟ୍ରୋଲିୟମ କନଜରଭେସନ ରିସର୍ଚ୍ଚ ଆସୋସିଏସନକୁ ପଠାଇଥିଲେ।ମାତ୍ର ସେଠାରୁ କିଛି ଉତ୍ତର ଆସିନଥିଲା। ତେଣୁ ସେ କହିଥିଲେ “ସତରେ ମୁଁ ବହୁତ ନିରାଶ ହେଇଗଲି ଗାଡି ମଟର ଉପରେ କାମ କରିବା ହିଁ ଛାଡିଦେଲି।
ଭ୍ୟାନକୁ ବଦଳେଇଲେ ସୋଲାର ଭ୍ୟାନରେ:
ଏହାପରେ ନିଜ ସାଙ୍ଗର ଏକ କାର୍ ସୋରୁମରେ ୧୪୦ ଟି ସୌର ଶକ୍ତି ଚାଳିତ ଲାଇଟ ଲଗେଇଲେ। ତେଣୁ ତାଙ୍କୁ ଲାଗିଲା ଯେ ୨୦୧୭ ରେ ଆହୁରି ମନ ଲଗେଇ କାମକରିବାର ଆବଶ୍ୟକତା ରହିଛି। ତେଣୁ ସେ ନିଜର ଏକ୍ସପେରିମେଣ୍ଟ ପାଇଁ ମହିନ୍ଦ୍ରାର ଏକ ଇଲେକ୍ଟ୍ରିକ୍ ଗାଡି ଇ୨୦ ଗାଡି କିଣିଲେ ଫଳରେ ତାହାର ଇଞ୍ଜିନକୁ ସେ ସୌର ଇଞ୍ଜିନରେ ବଦଳେଇପାରିବେ କିନ୍ତୁ ସେ ନିଜର ଏକ୍ସପେରିମେଣ୍ଟ ରେ ବିଫଳ ହେଇଥିଲେ ମାତ୍ର ସେ କେବେ ହାର୍ ମାନି ନଥିଲେ।
ଏହାପରେ ସେ ସେକେଣ୍ଡହ୍ୟାଣ୍ଡ ଭ୍ୟାନ ଉପରେ କାମ କରିବା ଆରମ୍ଭ କରିଦେଲେ। ସେ ୫,୦୦,୦୦୦ ଟଙ୍କା ଖର୍ଚ୍ଚ କଲେ ଏବଂ ସୋଲାର ଭ୍ୟାନ୍ ତିଆରି କରିଦେଲେ। ସେ ଇଞ୍ଜିନକୁ ୪୮ ବୋଲ୍ଟର ବ୍ୟାଟେରୀ,ଡିସି ମୋଟର,ଚାର୍ଜ କଣ୍ଟ୍ରୋଲର୍ ,ଇଲେକ୍ଟ୍ରିକ୍ ଆକ୍ସିଲେଟରରେ ବଦଳେଇଲେ। ସେ ଏକ ସ୍ପୀଡ ରେଗୁଲେଟର ଲଗେଇବା ସହ ସେହି ଭ୍ୟାନର ଛାତରେ ୪୦୦ ୱାଟର ପ୍ୟାନେଲ ମଧ୍ୟ ଲଗେଇଲେ।

ବ୍ୟାଟେରୀ ପ୍ରତି ୮ ମାସରେ ଥରେ ଚାର୍ଜ ହେଇଥାଏ।ସୋଲାର ସେଲରୁ ଆସୁଥିବା ଶକ୍ତିକୁ ଏହି ବ୍ୟାଟେରୀ ଷ୍ଟୋର୍ କରି ରଖେ। ଏହା ମୋଟର ଗିୟର ବକ୍ସକୁ ଯାଇ ଯାନ୍ତ୍ରିକ ଶକ୍ତିରେ ପରିବର୍ତ୍ତନ ହୁଏ।
୨୫ କିଲୋମିଟର ଯାଇଥାଏ ପ୍ରତ୍ୟେକ ଦିନ:
ଦିଲ୍ଲୀପ୍ କହିଲେ “ପ୍ରତିଦିନ ଘରଠାରୁ ସ୍କୁଲ ଯିବା ପାଇଁ ଯାହାକି ୨୫ କିଲୋମିଟରର ରାସ୍ତା ହେବ ଯାହାକୁ ସେ ଏହି ଭ୍ୟାନ ଦ୍ୱାରା ଅତିକ୍ରମ କରନ୍ତି। ଏଥିରେ କୌଣସି ଖର୍ଚ୍ଚ ନାହିଁ ଏବଂ ଏହାକୁ ଚଲେଇବା ପାଇଁ ଅଳ୍ପ ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି। ଲୋକ ଛାଇରେ ଭଲ ପାଇଥାନ୍ତି ମୁଁ କିନ୍ତୁ ଖରାରେ। “ପ୍ଲବିକ ଟ୍ରାନ୍ସପୋର୍ଟ ପାଇଁ ଏହା ଅତ୍ୟନ୍ତ ଉତ୍ତମ। ତାଙ୍କୁ କେହି ଆଜି ପର୍ଯ୍ୟନ୍ତ ସାହାଯ୍ୟ କରି ନାହାନ୍ତି।ସେ ଆଶା କରିଥିଲେ ସରକାରୀ ସାହାଯ୍ୟ ପାଇଁ ମାତ୍ର ସେ ଶେଷରେ ନିରାଶ ହେଇଥିଲେ।
ସେ କହିଲେ କି ତାଙ୍କ ପାଖରେ ଆଉ ସାଧନ ନାହିଁ ଏହା ଉପରେ ଆହୁରି କାମ କରିବାକୁ। ଯଦି ସରକାର ତାଙ୍କୁ ସହାୟତା କରିବେ ତେବେ ଆହୁରି ବହୁତ କିଛି ହେଇପାରିବ।
ଏହାପରେ ସେ ଆହୁରି ମଧ୍ୟ କହିଲେ କି”ଏହା ଜାଣି ଖୁସି ଲାଗୁଛି ଯେ ନାଗପୁର ର ଜଣେ ବ୍ୟକ୍ତି ତାଙ୍କର ଏହି ଅଟୋରିକ୍ସା ପ୍ରୋଜେକ୍ଟର ଆଧାରରେ ଇ-ରିକ୍ସା କରିକି ଲୋକଙ୍କୁ ଦେଉଛି। ମାତ୍ର ୨୦୦୦୦୦ ଟଙ୍କା ଖର୍ଚ୍ଚରେ ସେ ୪ ରୁ ୫ ଟି ରିକ୍ସା କରିସାରିଲେଣି।

ଏହି ଧୂଆଁହୀନ ଗାଡିଠାରୁ ସମସ୍ତଙ୍କର ଅନେକ ଆଶା ରହିଛି। ବର୍ତ୍ତମାନ ସମୟରେ ଅନେକ ଲୋକ ଗାଡ଼ିମଟର ଚଳାଉଛନ୍ତି। ମାତ୍ର ଏହାର କୁପରିଣତି ପର୍ଯ୍ୟାବରଣ ଉପରେ ପଡୁଛି। ତେଣୁ ଆଶା କରାଯାଉଛି ଯେ ପ୍ଲବିକ ଏବଂ ପ୍ରାଇଭେଟ ଉଭୟ ଦିଲ୍ଲୀପଙ୍କ ପରି ଲୋକମାନେ କରୁଥିବା ଏକ୍ସପେରିମେଣ୍ଟ ଉପରେ ଅଧିକ ଧ୍ୟାନ ଦେବେ। ଯଦି ଆପଣ ଦିଲ୍ଲୀପଙ୍କ ସହ କଥା ହେବାକୁ ଚାଂହୁଛନ୍ତି ତେବେ ତାଙ୍କୁ ୯୩୭୧୧୬୧୪୧୫ ରେ ସମ୍ପର୍କ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।