କୋରନା ଭାଇରସ କାରଣରୁ ଦେଶରେ ବହୁତ ଦାରିଦ୍ରତା ବ୍ୟାପି ଯାଇଛି। ଯେଉଁ ସମୟରେ ଲକଡାଉନ ଥିଲା ସେହି ସମୟରେ ଧନୀ ଲୋକମାନେ ନିଜ ଘରେ ସମସ୍ତ ଖାଇବା ଜିନିଷ ଭ ରପୁର କରି ରଖିଥିଲେ ଓ ଆଗ ପାଇଁ ସୁରକ୍ଷା କରିଦେଇଥିଲେ। କିନ୍ତୁ ଯେଉଁ ଗରିବ ଲୋକ ମାନେ ଥିଲେ ସେମାନେ ଖାଇବାର ଗୋଟିଏ ଦାନା ପାଇଁ ଚାରିଆଡେ ବୁଲିଲେ। ସେମାନଙ୍କ ଦୁଃଖକୁ ହାଇଦ୍ରାବାଦର ଜଣେ ଯୁବକ ଦେଖିଛନ୍ତି ଓ ଅନୁଭବ କରିଛନ୍ତି । ଏହା ପରେ ସେହି ଯୁବକ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ରାଇସ ଏଟିଏମ ଖୋଲିଲା। ଯାହା ଦ୍ୱାରା ଗରିବ ଲୋକମାନେ ଭୋକରେ ଶୋଇଲେ ନାହିଁ।

୨୪ ଘଣ୍ଟା ଚାଲିଥାଏ ଏଟିଏମ:
ହାଇଦ୍ରାବାଦର ରାମୁ ଡୋସାପଟି ଗରିବଙ୍କ ପାଇଁ ରାଇସ ଏଟିଏମ ବା ଚାଉଳର ଏଟିଏମ ଚଲାନ୍ତି। ଏହି ଏଟିଏମ ଗରିବ ଲୋକମାନଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇଥାଏ।ତଥ୍ୟ ଅନୁସାର୍ଵ ରାମୁ ଡୋସାପଟିଙ୍କ ରାଇସ ଏଟିଏମ ୨୪ ଘଣ୍ଟା ଚାଲିଥାଏ।
ଗରିବ ଓ ବେସାହାରା ଲୋକ ଏହା ଜରିଆରେ ଆବଶ୍ୟକୀୟ ଜିନିଷ କେବେ ବି ନେଇପାରିବେ। ରାମୁ ଲୋକଙ୍କୁ ଏହି କଥା ମଧ୍ୟ କହିଥାନ୍ତି କି ଯଦି ସେମାନଙ୍କ ପାଖରେ କିଛି ଖାଇବା ନାହିଁ ତ ସେମାନେ ଏଲବି ନଗଗରେ ତାଙ୍କ ଘରକୁ ଆସି ରାସନ ସାମଗ୍ରୀ ନେଇଯାଆନ୍ତୁ।

ଲକଡାଉନ ସମୟରୁ ହିଁ ରାମୁ ଡୋସାପଟି ଲୋକଙ୍କୁ ରାସନ ବାଣ୍ଟୁଛନ୍ତି। ସେ ଏହି କାମ କରିବାର ବହୁତ ଦିନ ହୋଇଗଲାଣି। ତାଙ୍କୁ ଏବେ ଲୋକଙ୍କୁ ରାସନ ବାଣ୍ଟିବା ପାଇଁ ଅନ୍ୟ ଲୋକମାନେ ମଧ୍ୟ ସାହାଯ୍ୟ କରୁଛନ୍ତି।

୫ଲକ୍ଷ ଟଙ୍କା କରିସାରିଛନ୍ତି ଖର୍ଚ୍ଚ:
ସୂଚନା ଅନୁସାରେ ରାମୁ ଏବେ ପର୍ଯ୍ୟନ୍ତ ନିଜ ପକେଟରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୫ ହଜାର ଲୋକଙ୍କୁ ସାହାଯ୍ୟ କରିସାରିଲେଣି। ରାମୁ ଏମବିଏ ଗ୍ରାଜୁଏସନ କରିଛନ୍ତି ଓ ଏକ ସପଟୱେୟର କମ୍ପାନୀରେ ଏଚଆର ମ୍ୟାନେଜର ଅଛନ୍ତି।

ରାମୁ କହିଛନ୍ତିକି ସେ ଥରେ ଦେଖିଲେ ଜଣେ ସିକ୍ୟୁରୀଟି ଗାର୍ଡ କିଛି ଗରିବ ମଜୁରିଆଙ୍କ ପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ କରିଦେଇଛି। ସେବେ ସେ ଭାବିଲେ ଯଦି ମାସକୁ ୬ ହଜାର ଟଙ୍କା କମାଉଥିବା ବ୍ୟକ୍ତି ଯଦି ଲୋକଙ୍କୁ ସାହାଯ୍ୟ କରିପାରୁଛି ତେବେ ମୋ ଭଳି ମାସକୁ ୧ ଲକ୍ଷ କମାଉଥିବା ବ୍ୟକ୍ତି ତ ଏହାଠୁ ଅଧିକ ସାହାଯ୍ୟ କରିବା କଥା। ଘରେ ବସି କେବଳ ନିଜ ପରିବାର କଥା ଭାବିବା ଉଚିତ ନୁହେଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।