NZ VS AUS:ଗୋଟିଏ ଦିନରେ ରୋହିତଙ୍କର ଭାଙ୍ଗିଲା ଦୁଇଟି ବଡ଼ ରେକର୍ଡ଼,ଏହି କ୍ରିକେଟର ସାଝିଲେ ହିରୋ।

ହିଟମ୍ୟାନ ରୋହିତ ଶର୍ମାଙ୍କ ପାଇଁ ୨୦୨୧ର ଦିନ ନିରାଶ ଜନକ ରହିଲା ଆଉ ଏକ ପଟେ ସେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିରୁଦ୍ଧରେ ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଅର୍ଦ୍ଧଶତକକୁ ଶତକରେ ତିଆରି କରିପାରିଲେ ନାହିଁ। ସେହିପରି,ଜୟପୁର ଓ ନ୍ୟୁଜଲ୍ୟାଣ୍ଡର ଡୁନାଡିନରେ ତାଙ୍କର ଦୁଇଟି ରେକର୍ଡ ମଧ୍ୟ ଭାଙ୍ଗିଗଲା। ଜୟପୁରରେ ପୃଥ୍ଵୀ ଶ ତାଙ୍କର ରେକର୍ଡ ଭାଙ୍ଗିଲେ, ସେହିପରି ଡୁନାଡିନରେ ନ୍ୟୁଜଲ୍ୟାଣ୍ଡର ଦିଗଜ କ୍ରିକେଟର ମାରଟିନ ଗପଟିଲ ତାଙ୍କୁ ପଛରେ ଛାଡିଦେଲେ।

Google

ପୃଥ୍ଵୀ ଶ ଲିଷ୍ଟ ଏ ର ମ୍ୟାଚରେ ଅଧିନାୟକ ହିସାବରେ ସର୍ବାଧିକ ସ୍କୋରର ହେଲେ ,ଯେବେକି ଗପଟିଲ ଟି୨୦ ଇଣ୍ଟରନ୍ୟାଶନାଲରେ ସିକ୍ସର କିଙ୍ଗର ଉପଲବ୍ଧି ନିଜ ନାମରେ କଲେ। ମାରଟିନ ଗପଟିଲ ଗୁରୁବାରକୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚରେ ୫୦ଟି ବଲରେ ୯୭ ରନ ବନେଇଲେ। ସେ ନିଜ ପାଳି ମଧ୍ୟରେ ୬ଟି ଚୌକା ଓ ୮ଟି ଛକା ଲଗାଇଲେ। ଏହା ସହିତ ହିଁ ଗପଟିଲ ଟି୨୦ ଇଣ୍ଟରନ୍ୟାଶନାଲରେ ସବୁଠାରୁ ଅଧିକ ଛକା ଲଗେଇବା ଖେଳାଳି ହୋଇଗଲେ। ମାରଟିନ ଗପଟିଲଙ୍କର ଅନ୍ତଃରାଷ୍ଟ୍ରୀୟ ଟି୨୦ରେ ୧୩୨ଟି ଛକା ହୋଇଯାଇଛି। ସେ ୯୬ତମ ଟି୨୦ ମ୍ୟାଚର ୯୨ତମ ପାଳିରେ ଏହି ସ୍ଥାନରେ ପହଞ୍ଚିଲେ। ଗପଟିଲ ୩୧.୯୭ର ଔଷତରେ ଏ ପର୍ଯ୍ୟନ୍ତ ୨୭୧୮ରନ କରିଛନ୍ତି। ତାଙ୍କର ସବୁଠୁ ଅଧିକ ରନ ୧୦୫ ରନ ଅଟେ।

ସବୁଠାରୁ ଅଧିକ ଛକା ଲଗେଇବାର ମାମଲାରେ ଏବେ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନକୁ ଓହରିଗଲେ। ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୦୦ ଟି୨୦ ଇଣ୍ଟରନ୍ୟାଶନାଲ ମ୍ୟାଚ ଖେଳିଛନ୍ତି। ଏହାର ୧୦୦ ପାଳିରେ ସେ ୩୨.୬୨ର ଔଷତରୁ ୨୭୭୩ ରନ କରିଛନ୍ତି। ସେଥିରୁ ତାଙ୍କର ୧୨୭ ଛକା ଅଟେ।ଟି୨୦ ଇଣ୍ଟରନ୍ୟାଶନାଲରେ ଏ ପର୍ଯ୍ୟନ୍ତ ୫ଜଣ ବ୍ୟାଟ୍ସମ୍ୟାନ୍ ହିଁ ୧୦୦ରୁ ଅଧିକ ଛକା କରି ପାରିଛନ୍ତି। ଏଥିରୁ ମାରଟିନ ଗପଟିଲ ଏବଂ ରୋହିତ ଶର୍ମାଙ୍କ ଛଡା ଇଂଲଣ୍ଡର ଇୟନ ମର୍ଗନ,ନ୍ୟୁଜଲ୍ୟାଣ୍ଡର କଲିନ ମୁନରୋ ଏବଂ ୱେଷ୍ଟଇନଡିଜର କ୍ରିସ ଗେଲ ସାମିଲ ଅଛନ୍ତି। ମର୍ଗନ ଏବେ ଯାଏ ୧୧୩,ମୁନରୋ ୧୦୭ ଏବଂ ଗେଲ ୧୦୫ ଛକା ଲଗେଇବାର ନଜର ଆସିଛନ୍ତି।

ଗପଟିଲଙ୍କର ଶାନଦାର ପାଳିର ସାହାଯ୍ୟରେ ନ୍ୟୁଜଲ୍ୟାଣ୍ଡ ଆଉ ଏକ ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆର ଚାରି ରନରେ ହରାଇଦେଲେ। ଟସ ହାରି ପ୍ରଥମେ ବ୍ୟାଟିଂ କରି ନ୍ୟୁଜଲ୍ୟାଣ୍ଡ ୨୦ ଓଭରରେ ୭ ୱିକେଟରେ ୨୧୯ ରନ କଲେ। ଅଷ୍ଟ୍ରେଲିଆ ୧୩ ଓଭରରେ ୬ ୱିକେଟ ବିନିମୟରେ ୧୧୩ ରନରେ କରି ବିପଦରେ ଥିଲା। ଏହାପରେ ମାର୍କସ ଷ୍ଟୋଇନିସ ୩୭ଟି ବଲରେ ୭୮ ରନ କଲେ। ସେ ଡାନିୟଲ ଶ୍ୟାମସଙ୍କ ସହ ୬.୧ ଓଭରରେ ୯୨ ରନର ପାର୍ଟନର୍ସିପ କଲେ। ଶ୍ୟାମସ ୧୫ଟି ବଲରେ ୪୧ ରନ କଲେ।

ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଶେଷ ଓଭରରେ ୧୫ ରନର ଦରକାର ଥିଲା। ହାତରେ ୪ ୱିକେଟ ଥିଲା। ନ୍ୟୁଜିଲ୍ୟାଣ୍ଡ ତରଫରୁ ବୋଲିଂ ପାଇଁ ଜିମି ନିଶାନଙ୍କୁ ବଲ ଦିଆଗଲା। ସେ ଶ୍ୟାମସଙ୍କୁ ପ୍ରଥମ ବଲରେ ଆଉଟ କରିଦେଲେ। ଆଗାମୀ ବଲରେ ଷ୍ଟୋୟନିସ ରନ କରିପାରିଲେ ନାହିଁ। ଚତୁର୍ଥ ବଲରେ ଛକା ହେଲା। ଶେଷ ବଲରେ ଜିତିବା ପାଇଁ ୯ ରନ ଆବଶ୍ୟକ ଥିଲା। ଷ୍ଟୋୟନିସ ବଲ ମାରିଲେ ହେଲେ ସାଉଦିଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ।

Google

ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ରେ ଆଗୁଆ ରହିଲା। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ତରଫରୁ ଅଧିନାୟକ ୱିଲିୟମସନ ୫୩ ରନ କରିଥିଲେ ଯେଉଁଥିରେ ୩ଟି ବିଶାଳ ଛକା ସାମିଲ ଥିଲା। ସେ ଗପଟିଲଙ୍କ ସହ ଦ୍ଵିତୀୟ ୱିକେଟ ପାଇଁ ୧୩୧ ରନ ଯୋଡିଥିଲେ। ନିସାମ ୪୫ ରନ କରି ଅପରାଜିତ ରହିଲେ। ସେ ପାରିର ଶେଷ ବଲରେ ମଧ୍ୟ ଛକା ଲଗାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *